ମଙ୍ଗଳବାର ଏକ ‘ଗୁରୁତ୍ୱପୂର୍ଣ୍ଣ ବିଲ୍‌’ ଆଣିବ ବିଜେପି, ୟୁନିଫର୍ମ ସିଭିଲ କୋଡ୍‌ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସୋମବାର ବିଜେପି ସମସ୍ତ ରାଜ୍ୟସଭା ସାଂସଦଙ୍କୁ ୩ ଧାଡ଼ିର ଏକ ହ୍ୱିପ୍ ଜାରି କରିଛି। ବିଜେପିର ଏହି ଚିଠିରେ କୁହାଯାଇଛି ଏକ ‘ଅତି ଗୁରୁତ୍ୱପୂର୍ଣ୍ଣ ବିଲ୍‌’ ମଙ୍ଗଳବାର ବା ୨୦୨୦ ଫେବୃଆରୀ ୧୧ ତାରିଖରେ ଆଗତ ହେବ ଏବଂ ପାରିତ ହେବ। ଆସନ୍ତାକାଲି ରାଜ୍ୟସଭାରେ ମଧ୍ୟାହ୍ଣ ଭୋଜନ ବିରତି ହେବନାହିଁ ବୋଲି ଘୋଷଣା କରାଯାଇଛି। କାରଣ ସଂସଦର ବଜେଟ୍‌ ଅଧିବେଶନର ପ୍ରଥମାର୍ଦ୍ଧ ଆସନ୍ତାକାଲି ସରିବ। ୪ଟା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉତ୍ତର […]

parliament

Subrat Kumar Nayak
  • Published: Monday, 10 February 2020
  • , Updated: 10 February 2020, 10:47 PM IST

ନୂଆଦିଲ୍ଲୀ: ସୋମବାର ବିଜେପି ସମସ୍ତ ରାଜ୍ୟସଭା ସାଂସଦଙ୍କୁ ୩ ଧାଡ଼ିର ଏକ ହ୍ୱିପ୍ ଜାରି କରିଛି। ବିଜେପିର ଏହି ଚିଠିରେ କୁହାଯାଇଛି ଏକ ‘ଅତି ଗୁରୁତ୍ୱପୂର୍ଣ୍ଣ ବିଲ୍‌’ ମଙ୍ଗଳବାର ବା ୨୦୨୦ ଫେବୃଆରୀ ୧୧ ତାରିଖରେ ଆଗତ ହେବ ଏବଂ ପାରିତ ହେବ।

ଆସନ୍ତାକାଲି ରାଜ୍ୟସଭାରେ ମଧ୍ୟାହ୍ଣ ଭୋଜନ ବିରତି ହେବନାହିଁ ବୋଲି ଘୋଷଣା କରାଯାଇଛି। କାରଣ ସଂସଦର ବଜେଟ୍‌ ଅଧିବେଶନର ପ୍ରଥମାର୍ଦ୍ଧ ଆସନ୍ତାକାଲି ସରିବ। ୪ଟା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉତ୍ତର ରଖିବାର ଅଛି।

ତେବେ ବିଜେପିର ଏହି ହ୍ୱିପ୍‌ ପରେ ବିଭିନ୍ନ ଗୁଜବ ଘୁରି ବୁଲୁଛି। କିଛି ଜଣ କହୁଛନ୍ତି ଆସନ୍ତାକାଲି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିପାରନ୍ତି। କିଛି ଲୋକ ବହୁ ଚର୍ଚ୍ଚିତ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ବିଲ୍‌ ଆସିପାରେ ବୋଲି ଚର୍ଚ୍ଚା କରୁଛନ୍ତି। ତେବେ ପ୍ରକୃତରେ କ’ଣ ଘଟିବ ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।

Related story