ଜୟ ଶ୍ରୀରାମ ସହ ଜୟ ମା’ କାଳୀ ସ୍ଲୋଗାନ ଦେବ ବିଜେପି

କୋଲକାତା: ବେଙ୍ଗଲବାସୀଙ୍କ ହୃଦୟକୁ ଛୁଇଁବା ପାଇଁ ବିଜେପି ଏବେ ନୂଆ ଉପାୟ ଅବଲମ୍ବନ କରିବାକୁ ଯାଉଛି। ପୂର୍ବରୁ କେବଳ ଜୟ ଶ୍ରୀରାମ ନାରା ଦେଉଥିବା ବିଜେପି ଏବେ ଏହି ସ୍ଲୋଗାନରେ ଜୟ ମା’ କାଳୀ ଯୋଡ଼ିଛି। ଆସନ୍ତା ୬ ମାସ ମଧ୍ୟରେ ବିଜେପି ପଶ୍ଚିମବଙ୍ଗରେ ନିଜର ସମର୍ଥନ ଭିତ୍ତିକୁ ଅଧିକ ସୁଦୃଢ଼ ଓ ପରିବ୍ୟାପ୍ତ କରିବାକୁ ଏଭଳି ଯୋଜନା ହାତକୁ ନେଇଛି। ପୂର୍ବରୁ ବିଜେପିକୁ ଅଣ ବେଙ୍ଗଲ ଦଳ ଭାବେ ବିବେଚନା କରାଯାଉଥିଲା। ତେଣୁ ଏହି ଧାରଣା […]

s

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 03:52 PM IST

କୋଲକାତା: ବେଙ୍ଗଲବାସୀଙ୍କ ହୃଦୟକୁ ଛୁଇଁବା ପାଇଁ ବିଜେପି ଏବେ ନୂଆ ଉପାୟ ଅବଲମ୍ବନ କରିବାକୁ ଯାଉଛି। ପୂର୍ବରୁ କେବଳ ଜୟ ଶ୍ରୀରାମ ନାରା ଦେଉଥିବା ବିଜେପି ଏବେ ଏହି ସ୍ଲୋଗାନରେ ଜୟ ମା’ କାଳୀ ଯୋଡ଼ିଛି।

ଆସନ୍ତା ୬ ମାସ ମଧ୍ୟରେ ବିଜେପି ପଶ୍ଚିମବଙ୍ଗରେ ନିଜର ସମର୍ଥନ ଭିତ୍ତିକୁ ଅଧିକ ସୁଦୃଢ଼ ଓ ପରିବ୍ୟାପ୍ତ କରିବାକୁ ଏଭଳି ଯୋଜନା ହାତକୁ ନେଇଛି। ପୂର୍ବରୁ ବିଜେପିକୁ ଅଣ ବେଙ୍ଗଲ ଦଳ ଭାବେ ବିବେଚନା କରାଯାଉଥିଲା। ତେଣୁ ଏହି ଧାରଣା ଲୋକଙ୍କ ମନରୁ ହଟାଇବା ପାଇଁ ଦଳ ନୂଆ ରଣନୀତି ପ୍ରସ୍ତୁତ କରିଛି।

ଲୋକସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ବେଙ୍ଗଲ ବିଜେପି ପକ୍ଷରୁ ସାଂଗଠନିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ବିଜେପିର କେନ୍ଦ୍ରୀୟ ନେତାମାନେ ଯୋଗଦେଇ ବେଙ୍ଗଲରେ କେମିତି ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡ଼ା ଯିବ, ସେ ବିଷୟରେ ଆଲୋଚନା କରିଥିଲେ।

ବିଜେପିର ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟା ହିଁ ପ୍ରଥମେ ଜୟ ଶ୍ରୀରାମ ନାରା ସହ ଜୟ ମା’ କାଳୀ ସ୍ଲୋଗାନ ଦେବାକୁ ପ୍ରସ୍ତାବ ଦେଇଥିଲେ। ଦଳ ଏହାକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଯେଉଁ ବ୍ୟକ୍ତି ଜୟହିନ୍ଦ ଓ ଜୟ ବେଙ୍ଗଲ ଲେଖି ଶୁଭେଚ୍ଛା ବାର୍ତ୍ତା ଜଣାଇବ, ତା’କୁ ମଧ୍ୟ ଦଳ ପକ୍ଷରୁ ଧନ୍ୟବାଦ ବାର୍ତ୍ତା ପଠାଯିବାକୁ ନିଷ୍ପତ୍ତି ହୋଇଛି।

Related story