'ଏମଏଲଏଙ୍କ ପିଛା ୧୫ କୋଟି ଦେବାକୁ ଡିଲ୍ କରୁଛି ବିଜେପି'

ଜୟପୁର: କେନ୍ଦ୍ରର ଶାସକ ଦଳ ତଥା ରାଜସ୍ଥାନର ବିରୋଧୀ ଦଳ ବିଜେପି ନାଁରେ କଂଗ୍ରେସ ଆଣିଛି ଘୋଡ଼ା ବେପାର ଅଭିଯୋଗ। ବିଧାୟକ ପିଛା ୧୫ କୋଟି ଟଙ୍କା ଦେଇ ବିଜେପି ରାଜସ୍ଥାନରେ ଗେହଲଟ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି। କଂଗ୍ରେସର ୨୦ ବିଧାୟକ ଏହି ଅଭିଯୋଗ ଆଣିବା ପରେ ବିରୋଧୀ ବିଜେପି ମଧ୍ୟ କଡ଼ା ଜବାବ ଦେଇଛି। କରୋନା ମୁକାବିଲା କରିବାରେ ଗେହଲଟ ସରକାର ବିଫଳ ହୋଇଛନ୍ତି। ଦଳ ଭିତରେ କନ୍ଦଳ ରହିଛି। ମୁଖ୍ୟ ପ୍ରସଙ୍ଗକୁ ଏଡ଼ାଇ […]

congress

Subhransu Sekhar
  • Published: Saturday, 11 July 2020
  • , Updated: 11 July 2020, 04:03 PM IST

ଜୟପୁର: କେନ୍ଦ୍ରର ଶାସକ ଦଳ ତଥା ରାଜସ୍ଥାନର ବିରୋଧୀ ଦଳ ବିଜେପି ନାଁରେ କଂଗ୍ରେସ ଆଣିଛି ଘୋଡ଼ା ବେପାର ଅଭିଯୋଗ। ବିଧାୟକ ପିଛା ୧୫ କୋଟି ଟଙ୍କା ଦେଇ ବିଜେପି ରାଜସ୍ଥାନରେ ଗେହଲଟ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି। କଂଗ୍ରେସର ୨୦ ବିଧାୟକ ଏହି ଅଭିଯୋଗ ଆଣିବା ପରେ ବିରୋଧୀ ବିଜେପି ମଧ୍ୟ କଡ଼ା ଜବାବ ଦେଇଛି। କରୋନା ମୁକାବିଲା କରିବାରେ ଗେହଲଟ ସରକାର ବିଫଳ ହୋଇଛନ୍ତି। ଦଳ ଭିତରେ କନ୍ଦଳ ରହିଛି। ମୁଖ୍ୟ ପ୍ରସଙ୍ଗକୁ ଏଡ଼ାଇ ଦେଇ କଂଗ୍ରେସ ବିଜେପି ନାମରେ ଏଭଳି ଅଭିଯୋଗ ଆଣୁଛି ବୋଲି ବିଜେପି କହିଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ବିରୋଧୀ ବିଜେପି କଂଗ୍ରେସ ବିଧାୟକଙ୍କୁ ୧୫ କୋଟି ଲେଖାଏଁ ଦେଇ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି। ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାର ସମସ୍ତ ପ୍ରସ୍ତୁତି କରୁଛନ୍ତି। ହେଲେ ବିଜେପି ଘୋଡ଼ା ବେପାର କରି ସରକାର ଭାଙ୍ଗିବାରେ ବ୍ୟସ୍ତ।

ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି, ରାଜ୍ୟରେ ଦେଢ଼ ବର୍ଷରୁ ଅଧିକ କଂଗ୍ରେସ ସରକାର ରହିଛି। ହେଲେ ବାରମ୍ବାର ବିନା କୌଣସି ଆଧାରରେ ବିଜେପି ନାମରେ କଂଗ୍ରେସ ଘୋଡ଼ା ବେପାର ଅଭିଯୋଗ ଆଣୁଛି। ପ୍ରକୃତରେ ଦଳରେ କନ୍ଦଳ ରହିଛି। ନିଜ ବିଧାୟକଙ୍କ ଉପରେ ଦଳର ଭରସା ନାହିଁ। ତେଣୁ ବିଜେପିକୁ ବଦନାମ କରିବାକୁ କଂଗ୍ରେସ ଏଭଳି କହୁଛି।

ଗତ ଶୁକ୍ରବାର ୨୪ କଂଗ୍ରେସ ବିଧାୟକ ଅଭିଯୋଗ କରିଥିଲେ, ବିଜେପି ଘୋଡ଼ା ବେପାର କରି ରାଜ୍ୟରେ ସରକାର ଭାଙ୍ଗିବାକୁ ଚିନ୍ତା କରୁଛି। ବିଜେପିର ବଡ଼ ବଡ଼ ନେତା ଏହି ଷଡ଼ଯନ୍ତ୍ରରେ ସାମିଲ୍ ରହିଛନ୍ତି।

ବାରମ୍ୱାର ସେମାନେ କଂଗ୍ରେସ ବିଧାୟକଙ୍କୁ ଫୋନ୍ କରି ଯୋଗାଯୋଗ କରୁଛନ୍ତି। ହେଲେ କଂଗ୍ରେସ ବିଧାୟକ ମାନେ ଦଳ ପ୍ରତି ଆନୁଗତ୍ୟ ରଖିଥିବାରୁ ବିରୋଧୀ ବିଜେପିର ସମସ୍ତ ଚାଲ ବିଫଳ ହେଉଛି ବୋଲି ଜଣେ କଂଗ୍ରେସ ବିଧାୟକ କହିଥିଲେ।

ଗତମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନର ଉଦାହରଣ ଦେଇ ଏହି ବିଧାୟକ କହିଛନ୍ତି, ବିଜେପି ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାକ କରିବାରେ ବିଫଳ ହୋଇଥିଲା। ତେଣୁ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନିଜର ସ୍ଥିତି ବଞ୍ଚାଇପାରିଲା। ରାଜ୍ୟରେ କଂଗ୍ରେସ ସରକାର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବ ବୋଲି ସେ କହିଛନ୍ତି।

Related story