ବିଜେପିର ୱେବ୍‌ସାଇଟ୍‌ ହ୍ୟାକ୍‌ଡ

ନୂଆଦିଲ୍ଲୀ: ବିଜେପିର ଅଫିସିଆଲ ୱେବସାଇଟ୍ bjp.org ହ୍ୟାକ୍‌ ହୋଇଥିବା ନେଇ ସୋଶାଲ ମିଡିଆରେ ବିଭିନ୍ନ ସ୍କ୍ରିନ୍‌ ଶଟ୍‌ ଘୁରି ବୁଲୁଛି। ହ୍ୟାକ୍‌ ହୋଇଥିବା ନେଇ ଖବର ମିଳିବା ପରେ ଦଳୀୟ ଆଇଟି ସେଲ ପକ୍ଷରୁ ସାମୟିକ ଭାବରେ ୱେବସାଇଟ୍‌କୁ ବନ୍ଦ ରଖାଯାଇଥିବାବେଳେ ଏହାକୁ ହ୍ୟାକ୍‌ କରିଥିବା ନେଇ କୌଣସି ହ୍ୟାକର ଏଯାଏ ନିଜକୁ ଦାୟୀ କରିନାହାନ୍ତି। କଂଗ୍ରେସର ଟ୍ୱିଟର ମ୍ୟାନେଜର ଦିବ୍ୟା ସ୍ପନ୍ଦନା ପ୍ରଥମେ ଏହି ବିଷୟରେ ଟ୍ୱିଟ୍‌ କରି ଜଣାଇଥିଲେ। ସେ ଏହି ଅବସରରର ସୁଯୋଗ […]

modi

Subrat Kumar Nayak
  • Published: Tuesday, 05 March 2019
  • , Updated: 05 March 2019, 01:36 PM IST

ନୂଆଦିଲ୍ଲୀ: ବିଜେପିର ଅଫିସିଆଲ ୱେବସାଇଟ୍ bjp.org ହ୍ୟାକ୍‌ ହୋଇଥିବା ନେଇ ସୋଶାଲ ମିଡିଆରେ ବିଭିନ୍ନ ସ୍କ୍ରିନ୍‌ ଶଟ୍‌ ଘୁରି ବୁଲୁଛି। ହ୍ୟାକ୍‌ ହୋଇଥିବା ନେଇ ଖବର ମିଳିବା ପରେ ଦଳୀୟ ଆଇଟି ସେଲ ପକ୍ଷରୁ ସାମୟିକ ଭାବରେ ୱେବସାଇଟ୍‌କୁ ବନ୍ଦ ରଖାଯାଇଥିବାବେଳେ ଏହାକୁ ହ୍ୟାକ୍‌ କରିଥିବା ନେଇ କୌଣସି ହ୍ୟାକର ଏଯାଏ ନିଜକୁ ଦାୟୀ କରିନାହାନ୍ତି।

କଂଗ୍ରେସର ଟ୍ୱିଟର ମ୍ୟାନେଜର ଦିବ୍ୟା ସ୍ପନ୍ଦନା ପ୍ରଥମେ ଏହି ବିଷୟରେ ଟ୍ୱିଟ୍‌ କରି ଜଣାଇଥିଲେ। ସେ ଏହି ଅବସରରର ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ଫଟୋ ଥିବା ଏକ ମଜାଳିଆ ଭିଡିଓ ପୋଷ୍ଟ କରିଥିଲେ।

ଏହି ଭିଡିଓ ମୋଦି ଆଞ୍ଜେଲାଙ୍କ ସହିତ ହାତ ମିଶାଇବାକୁ ଦୌଡ଼ୁଥିବାବେଳେ ଆଞ୍ଜେଲା ନଦେବା ଭଳି ପଳାଉଛନ୍ତି। ଦିବ୍ୟା ଟ୍ୱିଟ୍‌ରେ ଲେଖିଛନ୍ତି, “ଭାଇଓଁ ଔର ବେହେନୋଁ ଆପଣମାନେ ଯଦି ବିଜେପି ୱେବସାଇଟ୍‌ ନଦେଖନ୍ତି ଗୋଟିଏ ବଡ଼ ସୁଯୋଗ ହରାଇବେ।”

ଶେଷ ଖବର ସୁଦ୍ଧା ଏହି ୱେବସାଇଟ୍‌ ଠିକ୍ ହୋଇପାରିନାହିଁ। ସେଠାରେ ଲେଖା ଅଛି, ଆମେ ଖୁବ ଶୀଘ୍ର ଫେରିବୁ, ଯାନ୍ତ୍ରିକ ତ୍ରୁଟି ପାଇଁ ଦୁଃଖିତ। ଆମେ ବର୍ତ୍ତମାନ ମରାମତି କାର୍ଯ୍ୟ ଚାଲୁ ରଖିଛୁ।

Related story