ଫେଲ ମାରିଲା ବୁଆ-ବବୁଆ ଯୋଡ଼ି, ବିଜେପିକୁ ୬୨ ଆସନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ(ୟୁପି)ରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯେଉଁ ମେଣ୍ଟ କରିଥିଲେ ତାହା ମୋଦି ସୁନାମିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୟୁପିର ୮୦ଟି ଲୋକସଭା ଆସନରୁ ବିଜେପି ୬୨ଟିରେ ଜିତିଥିବା ବେଳେ ବୁଆ-ବବୁଆ ଯୋଡ଼ି ୧୫ଟି ଆସନ ପାଇଛନ୍ତି। ସେହିପରି କଂଗ୍ରେସ ଗୋଟିଏ ଆସନ ଜିତଛି। ବିଜେପିର ସହଯୋଗୀ ଆପନା ଦଳ ୨ଟି ଆସନ ଦଖଲ କରିଛି। ସପା […]

modi-mask-3..

Hemant Lenka
  • Published: Friday, 24 May 2019
  • , Updated: 24 May 2019, 04:13 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ(ୟୁପି)ରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯେଉଁ ମେଣ୍ଟ କରିଥିଲେ ତାହା ମୋଦି ସୁନାମିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୟୁପିର ୮୦ଟି ଲୋକସଭା ଆସନରୁ ବିଜେପି ୬୨ଟିରେ ଜିତିଥିବା ବେଳେ ବୁଆ-ବବୁଆ ଯୋଡ଼ି ୧୫ଟି ଆସନ ପାଇଛନ୍ତି। ସେହିପରି କଂଗ୍ରେସ ଗୋଟିଏ ଆସନ ଜିତଛି। ବିଜେପିର ସହଯୋଗୀ ଆପନା ଦଳ ୨ଟି ଆସନ ଦଖଲ କରିଛି। ସପା ଓ ବିଏସ୍‌ପି ମଧ୍ୟରୁ ଅଧିକ ଆସନ ବିଏସପି ପାଇଛି। ବିଏସପି ୧୦ଟିରେ ଜିତିଥିବା ବେଳେ ସପା ୫ଟି ପାଇଛି। ଯଦି ଆମେ ଭୋଟ୍ ଶେୟାର ଦେଖିବା ବିଜେପିର ଭୋଟ୍‌ ଶେୟାର ସର୍ବାଧିକ ୪୯.୬% ରହିଛି। ବିଏସ୍‌ପି ୧୯.୩% ଭୋଟ୍ ପାଇଥିବା ବେଳେ ସପାର ଭୋଟ୍ ୧୭.୯୬% ରହିଛି। କଂଗ୍ରେସର ଭୋଟ୍‌ ଭାଗ ମାତ୍ର ୬.୩% ରହିଥିଲା।

କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧି ହିଁ ରାଏବରେଲୀରୁ ଜିତିଛନ୍ତି। ଆମେଠିରୁ ରାହୁଲ ଗାନ୍ଧି ପରାସ୍ତ ହୋଇଛନ୍ତି।

Related story