ଜୟପୁର: ବିଜେପିର ପ୍ରଚାର ମଇଦାନରେ 'ଫିର ଏକ ବାର ମୋଦି ସରକାର' ନାରା ଗାଏବ ହୋଇ ଯାଇଛି! ରାଜସ୍ଥାନ ବାରମେର ଲୋକସଭା ଆସନ ପାଇଁ ବିଜେପି ସମର୍ଥକ ଟୋପି, ଉତ୍ତରୀୟ ପିନ୍ଧି ପ୍ରଚାର ସ୍ଥଳୀକୁ ଆସିଛନ୍ତି। ହେଲେ ରାଲି ବେଳେ 'ଫିର ଏକ ବାର ମୋଦି ସରକାର'ର ନାରା ବିଜେପି କର୍ମୀ ଦେବାକୁ ଭୁଲି ଯାଇଥିବା ଦେଖିବାକୁ ମିଳିଛି। ତା ବଦଳରେ ରାଲିରେ ଉପସ୍ଥିତ ଥିବା ଓ ବିଜେପିରେ ଦୁଇ ଦିନ ତଳେ ଯୋଗ ଦେଇଥିବା ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଡାଏଲଗ ଶୁଣିବାକୁ ମିଳିଛି।
#WATCH Barmer: Sunny Deol holds his first roadshow after joining BJP, campaigns for BJP LS candidate from Barmer, Kailash Choudhary. Dialogue from the movie 'Gadar', "Hindustan Zindabad tha, zindabad hai, zindabad rahega" heard in the background #Rajasthan #LokSabhaElections2019 pic.twitter.com/OjVXPJRJkU
— ANI (@ANI) April 27, 2019
ସୂଚନାଯୋଗ୍ୟ ଯେ ରାଜସ୍ଥାନ ବାରମେର ଲୋକସଭା ଆସନର ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି ବଲିଉଡ ଅଭିନେତା ତଥା ପଞ୍ଜାବ ଗୁରୁଦାସପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ସନ୍ନି ଦେଓଲ। ବିଜେପିରେ ଯୋଗ ଦେବା ପରେ ସେ ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବଲିଉଡର ଏହି ଅଭିନେତା।
ରାଲିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିବା ବେଳେ ସନ୍ନି ଦେଓଲଙ୍କ 'ଗଦର' ଫିଲ୍ମର ଡାଏଲଗ ଶୁଣିବାକୁ ମିଳିଛି। 'ହିନ୍ଦୁସ୍ଥାନ ଜିନ୍ଦାବାଦ ଥା, ଜିନ୍ଦାବାଦ ହୈ, ଜିନ୍ଦାବାଦ ରହେଗା', 'ତାରିଖ ପେ ତାରିଖ' ଆଦି ଡାଏଲଗ ସେଠାରେ ବିଜେପିର ନାରା ପାଲଟିଥିବା ଦେଖିବାକୁ ମିଳିଛି।