ସାମାଜିକ ଦୂରତା ଓ ମାସ୍କ ନିୟମକୁ ଦିଲ୍ଲୀ ବିଜେପି ମୁଖ୍ୟଙ୍କ ଫୁ’, ଷ୍ଟାଡିୟମରେ କ୍ରିକେଟ ଖେଳିଲେ

ନୂଆଦିଲ୍ଲୀ: କରୋନା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲୋକଙ୍କୁ ଅନେକ ସତର୍କ କରାଉଛନ୍ତି। ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବାକୁ କହୁଛି। ଏପରି କି ଏଗୁଡ଼ିକୁ ପାଳନ କରୁ ନଥିବା ଲୋକଙ୍କ ଉପରେ ପୁଲିସ ଲାଠିଚାର୍ଜ ଓ ଫାଇନ ଆଦାୟ କରୁଛି। ହେଲେ ଖୋଦ୍‌ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ କରୋନା କଟକଣାକୁ ଫୁ’ କରି ସର୍ବସମ୍ମୁଖରେ ଷ୍ଟାଡିୟମ ଭିତରେ କ୍ରିକେଟ ଖେଳିଛନ୍ତି। ସେ କେବଳ ସାମାଜିକ ଦୂରତାକୁ ଉଲ୍ଲଙ୍ଘନ କରି ନାହାନ୍ତି […]

m

m

Hemant Lenka
  • Published: Monday, 25 May 2020
  • Updated: 25 May 2020, 05:30 PM IST

ନୂଆଦିଲ୍ଲୀ: କରୋନା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲୋକଙ୍କୁ ଅନେକ ସତର୍କ କରାଉଛନ୍ତି। ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବାକୁ କହୁଛି। ଏପରି କି ଏଗୁଡ଼ିକୁ ପାଳନ କରୁ ନଥିବା ଲୋକଙ୍କ ଉପରେ ପୁଲିସ ଲାଠିଚାର୍ଜ ଓ ଫାଇନ ଆଦାୟ କରୁଛି।

ହେଲେ ଖୋଦ୍‌ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ କରୋନା କଟକଣାକୁ ଫୁ’ କରି ସର୍ବସମ୍ମୁଖରେ ଷ୍ଟାଡିୟମ ଭିତରେ କ୍ରିକେଟ ଖେଳିଛନ୍ତି। ସେ କେବଳ ସାମାଜିକ ଦୂରତାକୁ ଉଲ୍ଲଙ୍ଘନ କରି ନାହାନ୍ତି ବରଂ ମାସ୍କ ମଧ୍ୟ ପରିନ୍ଧାନ କରି ନଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ନିକଟରେ ମନୋଜ ତିୱାରୀ ହରିଆଣାର ସୋନିପତ ଗସ୍ତ କରିବା ବେଳେ କରୋନା ଲକଡାଉନ ଓ ସାମାଜିକ ଦୂରତା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। କରୋନା ଲକଡାଉନ ଭିତରେ ବି ସେ ଷ୍ଟାଡିୟମରେ ପହଞ୍ଚି କ୍ରିକେଟ ମ୍ୟାଚ୍‌ ଖେଳିଛନ୍ତି ଓ ସର୍ବସମ୍ମୁଖରେ ମାସ୍କ ମଧ୍ୟ ପରିଧାନ କରିନାହାନ୍ତି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମନୋଜ ତିୱାରୀ ସୋନିପତର ଶୈଖପୁରା ୟୁନିକ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍‌ ଖେଳୁଛନ୍ତି। ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ସୋନିପତର ସବ ଡିଭିଜନାଲ ମାଜିଷ୍ଟ୍ରେଟ ଆଶୁତୋଷ ରଞ୍ଜନ ଷ୍ଟାଡିୟମ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
https://twitter.com/i/status/1264626805199134720

ଭିଡିଓ ବାଦ ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଶ୍ରୀ ତିୱାରୀ ବିନା ମାସ୍କରେ ଛିଡ଼ା ହୋଇଛନ୍ତି। ସେହିପରି ସେ ତାଙ୍କ ନିକଟରେ ଛିଡ଼ା ହୋଇଥିବା ଲୋକଙ୍କୁ ଗୀତ ଗାଇ ମନୋରଞ୍ଜନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos