ବଦଳିଲା ବିଜେପିର କ୍ଷମତା ମାନଚିତ୍ର

ନୂଆଦିଲ୍ଲୀ: ସାରା ଦେଶକୁ ୨୦୧୮ ମାର୍ଚ୍ଚ ସୁଦ୍ଧା ଗେରୁଆ ରଙ୍ଗରେ ରଙ୍ଗିନ କରିଥିବା ବିଜେପି ଏବେ ଧୀରେଧୀରେ କ୍ଷମତା ହରାଇବାରେ ଚାଲିଛି। କେବଳ ଯେ ବିଜେପି ବିଧାନସଭା ନିର୍ବାଚନରେ ହାରୁଛି ତା’ ନୁହେଁ ବରଂ ଭୋଟ ଭାଗ ମଧ୍ୟ ଦଳର ହ୍ରାସ ପାଉଛି। ୨୦୧୮ ମାର୍ଚ୍ଚ ମାସରୁ ଇତି ମଧ୍ୟରେ ବିଜେପି ୬ଟି ରାଜ୍ୟରେ କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ଦେଶର ୧୨ଟି ରାଜ୍ୟରେ ଅଣ ବିଜେପି ସରକାର ଥିବା ବେଳେ ୧୬ଟିରେ ଏନଡିଏ ସରକାର […]

v

Hemant Lenka
  • Published: Tuesday, 11 February 2020
  • , Updated: 11 February 2020, 05:33 PM IST

ନୂଆଦିଲ୍ଲୀ: ସାରା ଦେଶକୁ ୨୦୧୮ ମାର୍ଚ୍ଚ ସୁଦ୍ଧା ଗେରୁଆ ରଙ୍ଗରେ ରଙ୍ଗିନ କରିଥିବା ବିଜେପି ଏବେ ଧୀରେଧୀରେ କ୍ଷମତା ହରାଇବାରେ ଚାଲିଛି। କେବଳ ଯେ ବିଜେପି ବିଧାନସଭା ନିର୍ବାଚନରେ ହାରୁଛି ତା’ ନୁହେଁ ବରଂ ଭୋଟ ଭାଗ ମଧ୍ୟ ଦଳର ହ୍ରାସ ପାଉଛି। ୨୦୧୮ ମାର୍ଚ୍ଚ ମାସରୁ ଇତି ମଧ୍ୟରେ ବିଜେପି ୬ଟି ରାଜ୍ୟରେ କ୍ଷମତା ଦଖଲ କରିବାରେ ବିଫଳ ହୋଇଛି।

ଦେଶର ୧୨ଟି ରାଜ୍ୟରେ ଅଣ ବିଜେପି ସରକାର ଥିବା ବେଳେ ୧୬ଟିରେ ଏନଡିଏ ସରକାର ଗଠନ କରିଛି। ଲୋକସଭା ନିର୍ବାଚନରେ ବିଜେପି ଜବରଦସ୍ତ ପ୍ରଦର୍ଶନ କରିଥିଲା। ହେଲେ ରାଜ୍ୟ ବିଧାନସଭାରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ବିଜେପିର ନେତୃତ୍ୱବୃନ୍ଦଙ୍କୁ ଚିନ୍ତାରେ ପକାଇଛି।

ବିଜେପି ୨୦୧୮ ମାର୍ଚ୍ଚ ସୁଦ୍ଧା ଦେଶର ୭୫.୯% ଅଞ୍ଚଳରେ ନିଜର ଦବଦବା ଜାହିର କରିଥିଲା। ଦଳ ଅଧୀନରେ ୬୯.୧% ଲୋକ ରହିଥିଲେ। ହେଲେ ୨୦୨୦ ଫେବୃଆରୀ ସୁଦ୍ଧା ବିଜେପି ୩୪.୭% ଅଞ୍ଚଳରେ ନିଜର ହୁକୁମାତି ଜାହିର କରିଥିବା ବେଳେ ୪୨.୫% ଲୋକ ଦଳ ଅଧୀନରେ ରହିଛନ୍ତି।

Related story