୧ ଲକ୍ଷ ଭୋଟ୍‌ ଆଗରେ ତେଜସ୍ୱୀ ସୂର୍ଯ୍ୟ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବିଜେପିର ସର୍ବ କନିଷ୍ଠ ସାଂସଦ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ ଇତିହାସ ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛନ୍ତି। ତାଙ୍କୁ ଦଳ ଦିବଂଗତ ଅନନ୍ତ କୁମାରଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ ବେଙ୍ଗାଲୁରୁରୁ ପ୍ରାର୍ଥୀ କରିଥିଲା। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ତେଜସ୍ୱୀ ଐତିହାସିକ ଭାବେ ୧ ଲକ୍ଷ ଭୋଟ୍‌ ଆଗରେ ରହିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଅନ୍ୟ ଦୁଇଟି ଆସନରୁ ଗୋଟିଏରେ କଂଗ୍ରେସ ଆଗରେ ଥିବା ବେଳେ ଅନ୍ୟଟିରେ ବିଜେପି ଆଗରେ ରହିଛି। କେନ୍ଦ୍ରୀୟ ବେଙ୍ଗାଲୁରୁରେ କଂଗ୍ରେସ […]

uuu

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 11:09 AM IST

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବିଜେପିର ସର୍ବ କନିଷ୍ଠ ସାଂସଦ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ ଇତିହାସ ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛନ୍ତି। ତାଙ୍କୁ ଦଳ ଦିବଂଗତ ଅନନ୍ତ କୁମାରଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ ବେଙ୍ଗାଲୁରୁରୁ ପ୍ରାର୍ଥୀ କରିଥିଲା।

ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ତେଜସ୍ୱୀ ଐତିହାସିକ ଭାବେ ୧ ଲକ୍ଷ ଭୋଟ୍‌ ଆଗରେ ରହିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଅନ୍ୟ ଦୁଇଟି ଆସନରୁ ଗୋଟିଏରେ କଂଗ୍ରେସ ଆଗରେ ଥିବା ବେଳେ ଅନ୍ୟଟିରେ ବିଜେପି ଆଗରେ ରହିଛି।

କେନ୍ଦ୍ରୀୟ ବେଙ୍ଗାଲୁରୁରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟର ପ୍ରାର୍ଥୀ ରିଜୱାନ ଆରଶଦ ପ୍ରାୟ ୨୫ ହଜାର ଭୋଟରେ ଆଗରେ ରହିଛନ୍ତି। ଉତ୍ତର ବେଙ୍ଗାଲୁରୁରେ ବିଜେପିର ଡିଭି ସଦାନନ୍ଦ ଗୌଡ଼ା ୧୦ ହଜାର ଭୋଟ୍ରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି।

Related story