ପ୍ରାର୍ଥନା ବେଳେ ମସଜିଦରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୬୨ ଜୀବନ

କାବୁଲ: ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା ଏକ ମସଜିଦ୍‌ରେ ଆଜି ଭୟଙ୍କର ଆତଙ୍କବାଦୀ ହମ୍‌ଲା ହୋଇଛି। ଆଜି ମସଜିଦ୍‌ରେ ପ୍ରାର୍ଥନା ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଏହା ଆତ୍ମଘାତୀ ହମ୍‌ଲା ନା କେବଳ ପୂର୍ବରୁ ଖଚିତ ବୋମା ଦ୍ୱାରା ଆତଙ୍କବାଦୀମାନେ ଆକ୍ରମଣ […]

xcc

Hemant Lenka
  • Published: Friday, 18 October 2019
  • , Updated: 18 October 2019, 08:34 PM IST

କାବୁଲ: ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା ଏକ ମସଜିଦ୍‌ରେ ଆଜି ଭୟଙ୍କର ଆତଙ୍କବାଦୀ ହମ୍‌ଲା ହୋଇଛି। ଆଜି ମସଜିଦ୍‌ରେ ପ୍ରାର୍ଥନା ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ତେବେ ଏହା ଆତ୍ମଘାତୀ ହମ୍‌ଲା ନା କେବଳ ପୂର୍ବରୁ ଖଚିତ ବୋମା ଦ୍ୱାରା ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି, ସେକଥା ଜଣାପଡ଼ିନାହିଁ।

ନାନଘରହର ଗଭର୍ଣ୍ଣରଙ୍କ ମୁଖପାତ୍ର କହିଛନ୍ତି, ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ଆଜି ଶୁକ୍ରବାର ଥିବାରୁ ଶତାଧିକ ଲୋକ ନାନଘରହରରେ ଥିବା ମସଜିଦ୍‌ରେ ପ୍ରାର୍ଥନା କରୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ହଠାତ୍‌ ବିସ୍ଫୋରଣ କରିଥିଲେ। ଫଳରେ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଆହତ ୩୬ ଜଣଙ୍କ ମଧ୍ୟରୁ ୨୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜଲାଲବାଦ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି।

ଅନ୍ୟମାନେ ହସ୍କମେନା ଜିଲ୍ଲା କ୍ଲିନ୍‌ରେ ଚିକିତ୍ସିତ ହେଉଛନ୍ତି। ଏହି ପ୍ରଦେଶରେ ଉଭୟ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀଙ୍କ ଦବଦବା ରହିଛି। ତେବେ ଏହି ଆକ୍ରମଣ ପାଇଁ ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଗତକାଲି ୱେଷ୍ଟର୍ଣ୍ଣ ପ୍ରଦେଶର ହେରାଟରେ ମଧ୍ୟ ଆତଙ୍କବାଦୀ ହମଲା ହୋଇଥିଲା। ଏଥିରେ ୪ ଜଣ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା।

Related story