ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ପୁଲିସ୍ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁମାନେ ବି କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ ପ୍ରଥମଥର ପାଇଁ ମୁମ୍ବାଇ ପୌରପାଳିକାର ମୁଖ୍ୟ ଇଞ୍ଜିନୟର ଶ୍ରୀଶ ଦୀକ୍ଷିତ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
ସେ ବିଏମସିର ୱାଟର ସପ୍ଲାଏ ବିଭାଗର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ୫୪ ବର୍ଷୀୟ ଦୀକ୍ଷିତ କରୋନା ଲଢ଼େଇରେ ସମ୍ମୁଖ ଯୋଦ୍ଧା ସାଜିଥିଲେ। ସେ କରୋନାରେ ଆକ୍ରାନ୍ତ ଥିଲେ ହେଁ ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ତେବେ ମଙ୍ଗଳବାର ସକାଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ।
ଏହାକୁ ଦୃଷ୍ଟିରେ ରଖି ପରିବାର ଲୋକ ପ୍ରଶାସନିକ ଅଧିକାରୀ ଓ ବିଶେଷଜ୍ଞ ଟିମକୁ ଖବର ଦେଇଥିଲେ। ବିଶେଷଜ୍ଞ ଟିମ ତାଙ୍କ ଘରେ ପହଞ୍ଚି ଶ୍ରୀ ଦୀକ୍ଷିତଙ୍କୁ ମୃତ ଘୋଷଣା କରିଥିଲେ।