ବଜାରକୁ ଆସିଲା BMWର ଦୁଇ ମହଙ୍ଗା ବାଇକ୍ : ଗୋଟିଏ ୨୯, ଅନ୍ୟଟି ୧୭ ଲକ୍ଷ
ନୂଆଦିଲ୍ଲୀ: ବଜାରକୁ ଆସିଲା ବିଏମଡବ୍ଲ୍ୟୁର ମହଙ୍ଗା ବାଇକ୍ Motorrad ପକ୍ଷରୁ ଭାରତରେ ଦୁଇଟି ନୂତନ ଷ୍ଟାଇଲିସ୍ ବାଇକ୍ ଲଞ୍ଚ କରାଯାଇଛି। ଗୋଟିଏ K1600 B ମଡେଲର ହୋଇଥିବା ବେଳେ ଅନ୍ୟଟି ହେଉଛି R nineT Racer । ଚଳିତ ସପ୍ତାହରେ ଗୋଆରେ ବାଇକ୍ ସପ୍ତାହ ପାଳନ ଅବସରରେ ଏହି ଦୁଇଟି ବାଇକ୍ ଲଞ୍ଚ କରାଯାଇଛି। BMW K1600B ମଡେଲଟି ସମ୍ପୂର୍ଣ୍ଣ ଫାୟାର ବେଗର ମୋଟର ସାଇକେଲ। ଆଉ R nineT Racer ବାଇକ୍ଟି ଷ୍ଟ୍ରିଟ୍ ବାଇକ୍ର ଡାଉନ୍ର […]
bmw-k-1600-b-india-bike-week_827x510_81511536769
ନୂଆଦିଲ୍ଲୀ: ବଜାରକୁ ଆସିଲା ବିଏମଡବ୍ଲ୍ୟୁର ମହଙ୍ଗା ବାଇକ୍ Motorrad ପକ୍ଷରୁ ଭାରତରେ ଦୁଇଟି ନୂତନ ଷ୍ଟାଇଲିସ୍ ବାଇକ୍ ଲଞ୍ଚ କରାଯାଇଛି। ଗୋଟିଏ K1600 B ମଡେଲର ହୋଇଥିବା ବେଳେ ଅନ୍ୟଟି ହେଉଛି R nineT Racer । ଚଳିତ ସପ୍ତାହରେ ଗୋଆରେ ବାଇକ୍ ସପ୍ତାହ ପାଳନ ଅବସରରେ ଏହି ଦୁଇଟି ବାଇକ୍ ଲଞ୍ଚ କରାଯାଇଛି। BMW K1600B ମଡେଲଟି ସମ୍ପୂର୍ଣ୍ଣ ଫାୟାର ବେଗର ମୋଟର ସାଇକେଲ। ଆଉ R nineT Racer ବାଇକ୍ଟି ଷ୍ଟ୍ରିଟ୍ ବାଇକ୍ର ଡାଉନ୍ର ଡାଉନ୍ ଭର୍ସନ। BMW K1600B ବାଇକ୍ର ମୂଲ୍ୟ (ଏକ୍ସ-ସୁରୁମ) ୨୯ ଲକ୍ଷ ଟଙ୍କା ରହିଛି। ସେହିପରି BMW R nineT racer ମଡେଲର ମୂଲ୍ୟ ୧୭.୩୦ ଲକ୍ଷ ଟଙ୍କା ରହିଛି। BMW K1600B ବାଇକ୍ଟି ୬ ସିଲିଣ୍ଡର ବିଶିଷ୍ଟ ହୋଇଥିବା ବେଳେ ଏହାର ଇଞ୍ଜିନ ହେଉଛି 1649cc।
ଏଥିସହ ଏହି ଇଞ୍ଜିନ୍ 160Bhp ପାୱାର ଉତ୍ପାଦନ, 175Nmର ସର୍ବାଧିକ torque କ୍ଷମତା ରହିଛି । ସେହିପରି ଟ୍ରାନ୍ସମିଶନ କ୍ଷେତ୍ରରେ ୬ ସ୍ପିଡ୍ ବିଶିଷ୍ଟ ଗିଏର ବକ୍ସକୁ ଇଞ୍ଜିନରେ ଖଞ୍ଜାଯାଇଛି। ସେହିପରି ଏହି ବାଇକ୍ରେ ରିଭର୍ସ ଗିଅର ମଧ୍ୟ ରହିଛି। ସେହିପରି BMW R nineT racer ବାଇକ୍ଟି ୧୧୭୦ ସିସିର ହୋଇଥିବା ବେଳେ ଏଥିରେ ଦୁଇଟି ଏୟେର କୁଲ ସିଲିଣ୍ଡର ଇଞ୍ଜିନ ରହିଛି। ଏହି ଇଞ୍ଜିନ 110Bhp ର କ୍ଷମତା ଉତ୍ପାଦନ କରିବାର ଶକ୍ତି ଥିବା ବେଳେ 116Nmର ଟର୍କ୍ୟୁ କ୍ଷମତା ରହିଛି। ଏହି ବାଇକ୍ ଦୁଇଟି ଦେଖିବାକୁ ଯେମିତି ଆକର୍ଷଣୀୟ ଚଳେଇବା ପାଇଁ ମଧ୍ୟ ସେତିକି ଆକର୍ଷଣୀୟ।