ମୁମ୍ୱାଇ: ମହାରାଷ୍ଟ୍ରର ନାଗପୁରର ବେନା ନଦୀ ଡ୍ୟାମ୍କୁ ପିକିନିକ୍ ପାଇଁ ଆସିଥିବା ୮ ଜଣ ଯୁବକଙ୍କ ପାଣିରେ ବୁଡ଼ି ମତ୍ୟୁ ଘଟିଛି। ଡଙ୍ଗାରେ ବସି ଯୁବକମାନେ ସେଲଫି ଉଠାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଡଙ୍ଗାଟି ସନ୍ତୁଳନ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ୧୧ ଜଣ ଥିଲେ। ତେବେ ୩ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ଅନ୍ୟମାନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପାଣି ଭିତରୁ ଶବ ଉଦ୍ଧାର କରୁଛି।
ସୂଚନାଯୋଗ୍ୟ, ୧୧ ଜଣ ଯୁବକ ଜନ୍ମ ଦିନ ପାଳନ କରିବାକୁ ଗତକାଲି ଡ୍ୟାମକୁ ଯାଇଥିଲେ। ସମସ୍ତେ ଭୋଜି ଖାଇ ଡଙ୍ଗାରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ଡଙ୍ଗାରେ କିଛି ବାଟ ଯିବା ପରେ ଯୁବକମାନେ ସେଲଫି ନେଉଥିଲେ। ତେବେ ଗ୍ରୁପ୍ ସେଲଫି ଉଠାଇବା ସମୟରେ ଡ଼ଙ୍ଗାଟି ଗୋଟିଏ ପାର୍ଶ୍ୱକୁ ଢଳି ଯାଇ ଓଲଟି ପଡିଥିଲା।