ଯେଉଁଠି ଶବ, ସେଇଠି କରୋନା ରୋଗୀଙ୍କ ଚିକିତ୍ସା, ଭିଡିଓ ଭାଇରାଲ

ମୁମ୍ବାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ହସ୍ପିଟାଲର ଯେଉଁ ୱାର୍ଡରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି, ସେହିଠାରେ ହିଁ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହ ରଖିଛନ୍ତି। ଏପରି କି ଜଣେ କରୋନା ରୋଗୀଙ୍କ ବେଡକୁ ଲାଗି ଶବ ଗୁଡ଼ିକ ଜରି ପ୍ୟାକେଟରେ ଘୋଡ଼ାଇ ରଖାଯାଇଛି। ସୋଶାଲ ମିଡିଆରେ ଭାଇରଲ ଏହି ଭିଡିଓଟି ମୁମ୍ବାଇର ସିଓନ ହସ୍ପିଟାଲର। ଏହାକୁ ମୋବାଇଲରେ ଶୁଟିଂ କରି ଭାଇରାଲ କରାଯାଇଛି। ଭିଡିଓ ଅନୁସାରେ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଡଗୁଡ଼ିକ […]

u

Hemant Lenka
  • Published: Thursday, 07 May 2020
  • , Updated: 07 May 2020, 02:24 PM IST

ମୁମ୍ବାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ହସ୍ପିଟାଲର ଯେଉଁ ୱାର୍ଡରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି, ସେହିଠାରେ ହିଁ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହ ରଖିଛନ୍ତି। ଏପରି କି ଜଣେ କରୋନା ରୋଗୀଙ୍କ ବେଡକୁ ଲାଗି ଶବ ଗୁଡ଼ିକ ଜରି ପ୍ୟାକେଟରେ ଘୋଡ଼ାଇ ରଖାଯାଇଛି।

ସୋଶାଲ ମିଡିଆରେ ଭାଇରଲ ଏହି ଭିଡିଓଟି ମୁମ୍ବାଇର ସିଓନ ହସ୍ପିଟାଲର। ଏହାକୁ ମୋବାଇଲରେ ଶୁଟିଂ କରି ଭାଇରାଲ କରାଯାଇଛି।

ଭିଡିଓ ଅନୁସାରେ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଡଗୁଡ଼ିକ ନିକଟରେ ପ୍ରାୟ ୭ଟି ମୃତଦେହ ଜରି ପ୍ୟାକେଟ ମଧ୍ୟରେ ରଖାଯାଇଛି। କିଛି ରୋଗୀଙ୍କ ପରିବାର ଲୋକ ୱାର୍ଡ ମଧ୍ୟକୁ ଯାଇଥିବା ବେଳେ ସେମାନଙ୍କ ପାଖରେ ହିଁ ଏହି ଶବଗୁଡ଼ିକ ସେମିତି ରହିଥିବା ଦେଖିବାକୁ ମିଳିଛି। ସେମାନେ ଶବଗୁଡ଼ିକୁ ଦେଖି ଆଦୌ ବିଚଳିତ ହେଉ ନଥିବା ପରି ଲାଗୁଛି।

ବିଜେପି ବିଧାୟକ ନୀତେଶ ରାଣା ଟ୍ୱିଟ କରି ଭିଡିଓକୁ ପୋଷ୍ଟ କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ “ସିଓନ ହସ୍ପିଟାଲରେ ରୋଗୀମାନେ ଶବ ନିକଟରେ ଶୋଉଛନ୍ତି। ଆଶ୍ଚର୍ଯ୍ୟଜନକ। ଏହା କେଉଁ ଧରରଣର ପ୍ରଶାସନିକ ବ୍ୟବସ୍ଥା। ଅତ୍ୟନ୍ତ ଲଜ୍ଜାଜନକ।”

https://twitter.com/i/status/1258039973065957377

ହସ୍ପିଟାଲର ଡିନ୍‌ ପ୍ରମୋଦ ଇନଗେଲ କହିଛନ୍ତି, କୋଭିଡ-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାର ଲୋକ ଶବ ଗୁଡ଼ିକୁ ନେବାକୁ କୁଣ୍ଠାବୋଧ ପ୍ରକାଶ କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି କାରଣ ପାଇଁ ଶବଗୁଡ଼ିକ ଚିକିତ୍ସିତ ହେଉଥିବା ଲୋକଙ୍କ ବେଡ ଉପରେ ହିଁ ରଖାଯାଇଥିଲା।

ଏବେ ଆମେ ଶବ ଗୁଡ଼ିକୁ ହଟାଇ ଦେଉଛୁ ଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛୁ। କରୋନା ଆକ୍ରାନ୍ତଙ୍କ ଶବ ଜରି ପ୍ୟାକେଟରେ ବନ୍ଧା ହୋଇଯିବା ପରେ ସଂକ୍ରମଣର ଆଶଙ୍କା ନଥାଏ।

ଆମେ ମୃତଦେହଗୁଡ଼ିକୁ ଶବାଗୃହକୁ ନେବାକୁ ଚାହିଁଥିଲୁ। କିନ୍ତୁ ମୃତଦେହ ରଖିବାକୁ ଆମ ପାଖରେ ମାତ୍ର ୧୫ଟି ସ୍ଥାନ ରହିଛି। ପୂର୍ବରୁ ୧୧ଟି ସ୍ଲଟ ପୂରଣ ହୋଇଯାଇଥିଲା। ତେଣୁ ଏଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।

Related story