କାଉଣ୍ଟରରେ ମିଳିବ ଟ୍ରେନ ଟିକେଟ, ଜାଣନ୍ତୁ କେବେ ଆରମ୍ଭ ହେବ

ନୂଆଦିଲ୍ଲୀ: କରୋନା ଯୋଗୁ ଠପ ହୋଇଯାଇଥିବା ଟ୍ରେନ ସେବାକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ସ୍ପେଶାଲ ଶ୍ରମିକ ଟ୍ରେନ ପରେ ଦିଲ୍ଲୀରୁ ୧୫ଟି ସହରକୁ ଟ୍ରେନ ଚଳଚଳ ଆରମ୍ଭ କରିଥିବା କେନ୍ଦ୍ର ସରକାର ଆସନ୍ତା ଜୁନ ୧ରୁ ଆଉ ୨୦୦ଟି ନନ୍‌ ଏସି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅନଲାଇନରେ ଟିକେଟ ବୁକିଂ ଆଜି ୧୦ଟାରୁ ଆରମ୍ଭ ହୋଇଛି। ଏସବୁ ଭିତରେ ଆଗକୁ ଆହୁରି ଅଧିକ ଟ୍ରେନ ଚାଲିବ ଓ […]

x

Hemant Lenka
  • Published: Thursday, 21 May 2020
  • , Updated: 21 May 2020, 01:58 PM IST

ନୂଆଦିଲ୍ଲୀ: କରୋନା ଯୋଗୁ ଠପ ହୋଇଯାଇଥିବା ଟ୍ରେନ ସେବାକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ସ୍ପେଶାଲ ଶ୍ରମିକ ଟ୍ରେନ ପରେ ଦିଲ୍ଲୀରୁ ୧୫ଟି ସହରକୁ ଟ୍ରେନ ଚଳଚଳ ଆରମ୍ଭ କରିଥିବା କେନ୍ଦ୍ର ସରକାର ଆସନ୍ତା ଜୁନ ୧ରୁ ଆଉ ୨୦୦ଟି ନନ୍‌ ଏସି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅନଲାଇନରେ ଟିକେଟ ବୁକିଂ ଆଜି ୧୦ଟାରୁ ଆରମ୍ଭ ହୋଇଛି।

ଏସବୁ ଭିତରେ ଆଗକୁ ଆହୁରି ଅଧିକ ଟ୍ରେନ ଚାଲିବ ଓ ୨ରୁ ୩ ଦିନ ମଧ୍ୟରେ ଟ୍ରେନ ପାଇଁ ବିଭିନ୍ନ ସ୍ଥାନରେ ଥିବା ଟିକେଟ କାଉଣ୍ଟର ଖୋଲିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି, ଭାରତକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବାର ସମୟ ଆସି ଯାଇଛି।

ଏଥିପାଇଁ ଆମେ ଅଧିକ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛୁ। ଶୁକ୍ରବାର ଠାରୁ ଦେଶରେ ଥିବା ୧.୭ ଲକ୍ଷ କମନ ସର୍ଭିସ ସେଣ୍ଟରରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ସେହିପରି ଷ୍ଟେସନରେ ଥିବା ଟିକେଟ କାଉଣ୍ଟର ଗୁଡ଼ିକ ଦୁଇରୁ ୩ ଦିନ ମଧ୍ୟରେ ଖୋଲିବ।

ଆମେ ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ଜାରି ରଖିଛୁ। ଆଗକୁ ଷ୍ଟେସନ ଭିତରେ ଷ୍ଟଲ ଓ ବହି ଦୋକାନ ଖୋଲିବ। ଧୀରେଧୀରେ ସବୁ କିଛି ସ୍ୱାଭାବିକ ହେବ। ମାର୍ଚ୍ଚ ମାସ ଠାରୁ ବିମାନ ଓ ବସ ସେବା ଭଳି କରୋନା ଯୋଗୁ ଟ୍ରେନ ସେବା ମଧ୍ୟ ବନ୍ଦ ରହିଛି।

Related story