ଅଢ଼େଇ ବର୍ଷର ଛୁଆକୁ ମାରି ପ୍ରେମିକ ସହିତ ମା' ଫେରାର!

ଚଣ୍ଡିଗଡ଼: ଜଣେ ଅଢେଇ ବର୍ଷର ପୁଅର ମୃତ ଦେହ ନିଜ ବାପା-ମା’ଙ୍କ ବେଡ ଭିତରେ ଥିବା ବାକ୍ସ ଭିତରୁ ଉଦ୍ଧାର ହୋଇଛି। ଚଣ୍ଡିଗଡର ବୁରେଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଚଣ୍ଡିଗଡ ପୁଲିସ ଏ ନେଇ ସୂଚନା ଦେଇଛି। ଛୋଟ ଛୁଆକୁ ବେଡ ଭିତରେ ଥିବା ଜିନିଷପତ୍ର ଭର୍ତ୍ତି ବାକ୍ସରେ ଛାଡ଼ି ପ୍ରେମିକ ସହିତ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛି ବୋଲି ସ୍ୱାମୀ ଜଣଙ୍କ ଅଭିଯୋଗ କରିଛନ୍ତି। ନିଜ ପୁଅର ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବରେ ତାଙ୍କର […]

punjab-police

punjab-police

Subhransu Sekhar
  • Published: Tuesday, 28 January 2020
  • Updated: 28 January 2020, 09:54 AM IST

Sports

Latest News

ଚଣ୍ଡିଗଡ଼: ଜଣେ ଅଢେଇ ବର୍ଷର ପୁଅର ମୃତ ଦେହ ନିଜ ବାପା-ମା’ଙ୍କ ବେଡ ଭିତରେ ଥିବା ବାକ୍ସ ଭିତରୁ ଉଦ୍ଧାର ହୋଇଛି। ଚଣ୍ଡିଗଡର ବୁରେଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଚଣ୍ଡିଗଡ ପୁଲିସ ଏ ନେଇ ସୂଚନା ଦେଇଛି। ଛୋଟ ଛୁଆକୁ ବେଡ ଭିତରେ ଥିବା ଜିନିଷପତ୍ର ଭର୍ତ୍ତି ବାକ୍ସରେ ଛାଡ଼ି ପ୍ରେମିକ ସହିତ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛି ବୋଲି ସ୍ୱାମୀ ଜଣଙ୍କ ଅଭିଯୋଗ କରିଛନ୍ତି। ନିଜ ପୁଅର ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବରେ ତାଙ୍କର ସ୍ତ୍ରୀଙ୍କୁ ସେ ଦାୟୀ କରିଛନ୍ତି।

ମୃତ ଛୁଆର ବାପାଙ୍କ ନାମ ଦଶରଥ। ପେଶାରେ ସେ ଜଣେ ଇଲେକ୍ଟ୍ରିସିଆନ୍। ରବିବାର ସଂଧ୍ୟାରେ ସେ ଘରକୁ ଫେରିବା ପରେ ସ୍ତ୍ରୀ ଓ ନିଜ ଛୁଆକୁ ଖୋଜିବା ପରେ ପାଇନଥିଲେ। ଏହାପରେ ସେ ଭାବିଥିଲେ ବୋଧହୁଏ ଶ୍ୱଶୁର ଘରକୁ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆ ଯାଇଥିବେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରିଥିଲେ। ତାଙ୍କ ସ୍ତ୍ରୀ କହିଲେ ଛୁଆ ବେଡ ଭିତରେ ଥିବା ବାକ୍ସ ଭିତରେ ରହିଛି। ଏହାପରେ ଦଶରଥ ପୁଅକୁ ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ପୁଅର ମୃତ୍ୟୁ ପାଇଁ ତା’ର ମା’କୁ ଦାୟୀ କରିଛନ୍ତି ଦଶରଥ।

ପୁଲିସ କହିଛି, ଦଶରଥ ନିଜ ପୁଅକୁ ବାକ୍ସ ଭିତରୁ ଉଦ୍ଧାର କରିବା ବେଳେ ଏକ ଗ୍ଲୋଭସ ତା'ର ମୁହଁରେ ଲଗାଯାଇଥିଲା। ଏହାଦ୍ୱାରା ପିଲାଟି କାନ୍ଦିଲେ କିମ୍ୱା ଚିତ୍କାର କଲେ ମଧ୍ୟ ବାହାରକୁ ଏତେଟା ଶୁଣାଯିବନି। ଥାନାରେ ଏ ନେଇ ଦଶରଥ ଏତଲା ଦେଇଛନ୍ତି। ଯେଉଁଥିରେ ଛୁଆର ମୃତ୍ୟୁ ପାଇଁ ତା’ର ମା’କୁ ଦାୟୀ କରିଛନ୍ତି ଦଶରଥ। ପୁଲିସ ମଧ୍ୟ ମୃତ ଛୁଆର ମା’ ନାମରେ ହତ୍ୟା ମାମଲା ରୁଜୁ କରିଛି। ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos