ଜାନୁଆରୀ ୨୬ରେ ମୁଖ୍ୟ ଅତିଥି ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚଳିତବର୍ଷ ଦେଶ ପାଳିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲ ରାଷ୍ଟ୍ରପତି ଜୋର ବୋଲସୋନାରୋ। ପ୍ରତିବର୍ଷ ଜାନୁଆରୀ ୨୬ରେ ବିଦେଶ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥାଏ। ଏହି ଧାରାରେ ବ୍ରାଜିଲ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ବ୍ରାଜିଲ ରାଷ୍ଟ୍ରପତି ଜାନୁଆରୀ ୨୪ରୁ ୨୭ ଯାଏ ଭାରତରେ ରହିବେ। ଗଣତନ୍ତ୍ର ଦିବସ ବ୍ୟତୀତ ବୋଲସୋନାରୋ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବ୍ରାଜିଲ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଭାରତ […]

BRAZIL-president

BRAZIL-president

Subhransu Sekhar
  • Published: Tuesday, 21 January 2020
  • Updated: 21 January 2020, 05:54 PM IST

ନୂଆଦିଲ୍ଲୀ: ଚଳିତବର୍ଷ ଦେଶ ପାଳିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲ ରାଷ୍ଟ୍ରପତି ଜୋର ବୋଲସୋନାରୋ। ପ୍ରତିବର୍ଷ ଜାନୁଆରୀ ୨୬ରେ ବିଦେଶ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥାଏ। ଏହି ଧାରାରେ ବ୍ରାଜିଲ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ବ୍ରାଜିଲ ରାଷ୍ଟ୍ରପତି ଜାନୁଆରୀ ୨୪ରୁ ୨୭ ଯାଏ ଭାରତରେ ରହିବେ। ଗଣତନ୍ତ୍ର ଦିବସ ବ୍ୟତୀତ ବୋଲସୋନାରୋ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ବ୍ରାଜିଲ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ୨୪ ଜାନୁଆରୀରେ ବ୍ରାଜିଲ ରାଷ୍ଟ୍ରପତି ନିଜର ୭ ମନ୍ତ୍ରୀ ଏବଂ ପାଖାପାଖି ୧୫ ସରକାରୀ ଅଧିକାରୀଙ୍କ ସହିତ ଦିଲ୍ଲୀ ପହଞ୍ଚିବେ। ଏହା ପୂର୍ବରୁ ୧୯୯୬ ଏବଂ ୨୦୦୪ରେ ବ୍ରାଜିଲର ରାଷ୍ଟ୍ରପତି ଦେଶର ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ।

ବ୍ରାଜିଲ ରାଷ୍ଟ୍ରପତି ୨୪ରେ ଭାରତ ପହଞ୍ଚିବା ପରେ ୨୫ ଜାନୁଆରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସାମିଲ୍ ହେବେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିବେ। ଗଣତନ୍ତ୍ର ଦିବସ ପରେ ବ୍ରାଜିଲ ରାଷ୍ଟ୍ରପତି ଭାରତ-ବ୍ରାଜିଲ ବିଜନେସ ସମ୍ମିଳନୀକୁ ଉଦବୋଧନ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos