ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିକ୍ସ ଓ ସଂଘାଇ କର୍ପୋରେସନ ଅର୍ଗାନେଇଜେସନ(ଏସ୍ସିଓ) ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଏନେଇ ଆଜି ରୁଷ ପକ୍ଷରୁ ଘୋଷଣା କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ କେବେ ହେବ ସେ ସମ୍ପର୍କରେ ତାରିଖ ଘୋଷଣା କରାଯିବ। ବର୍ତ୍ତମାନ ରୁଷ ଉଭୟ ବ୍ରକ୍ସ ଓ ଏସସିଓ ସମ୍ମିଳନୀ ଆୟୋଜନ କରିଥାଆନ୍ତା। ଜୁଲାଇ ୨୨ରୁ ୨୩ ଯାଏ ଅନୁଷ୍ଠିତ ହେବାର ଥିଲା।
ଏସସିଓରେ ଚାଇନା, ଭାରତ, କାଜଖସ୍ତାନ, କିର୍ଗିଜିସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି। ସେହିପରି ବ୍ରିକ୍ସରେ ବ୍ରାଜିଲ, ରୁଷ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି।