ଚାଇନାକୁ ବ୍ରିଟେନ ଝଟ୍‌କା: ଦେଶରେ ବ୍ୟାନ୍‌ ହେଲା ହୁୱେଇ

ଲଣ୍ଡନ: ଚାଇନାକୁ ଶକ୍ତ ଝଟକା ଦେଇଛି ବ୍ରିଟେନ୍‌। ଚାଇନାର ଟେଲିକମ୍ୟୁନିକେସନ ଜିଆଣ୍ଟ ହୁୱେଇକୁ ନିଜ ଦେଶରେ ସଂପୂର୍ଣ୍ଣ ଭାବେ ବ୍ୟାନ୍‌ କରିଛି ବ୍ରିଟେନ। ୨୦୨୭ ସୁଦ୍ଧା ବ୍ରିଟେନ୍‌ର ୫ଜି ନେଟୱର୍କରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାରର ହୁୱେଇ କିଟ୍‌କୁ ବାହାର କରିଦେବାକୁ ସ୍ଥାନୀୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶର ଜାତୀୟ ସାଇବର ସିକ୍ୟୁରିଟି ସେଣ୍ଟରର ରିଭ୍ୟୁ ରିପୋର୍ଟ ଉପରେ ବ୍ରିଟେନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ଆମେରିକା ପକ୍ଷରୁ ହୁୱେଇ ଉପରେ କଟକଣା ଲାଗୁ କରାଯାଇଥିଲା। […]

t

Hemant Lenka
  • Published: Tuesday, 14 July 2020
  • , Updated: 14 July 2020, 08:53 PM IST

ଲଣ୍ଡନ: ଚାଇନାକୁ ଶକ୍ତ ଝଟକା ଦେଇଛି ବ୍ରିଟେନ୍‌। ଚାଇନାର ଟେଲିକମ୍ୟୁନିକେସନ ଜିଆଣ୍ଟ ହୁୱେଇକୁ ନିଜ ଦେଶରେ ସଂପୂର୍ଣ୍ଣ ଭାବେ ବ୍ୟାନ୍‌ କରିଛି ବ୍ରିଟେନ। ୨୦୨୭ ସୁଦ୍ଧା ବ୍ରିଟେନ୍‌ର ୫ଜି ନେଟୱର୍କରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାରର ହୁୱେଇ କିଟ୍‌କୁ ବାହାର କରିଦେବାକୁ ସ୍ଥାନୀୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଦେଶର ଜାତୀୟ ସାଇବର ସିକ୍ୟୁରିଟି ସେଣ୍ଟରର ରିଭ୍ୟୁ ରିପୋର୍ଟ ଉପରେ ବ୍ରିଟେନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ଆମେରିକା ପକ୍ଷରୁ ହୁୱେଇ ଉପରେ କଟକଣା ଲାଗୁ କରାଯାଇଥିଲା।

ବ୍ରିଟେନ ନେଟୱର୍କରୁ ହୁୱେଇ କିଟ୍‌କୁ ବ୍ୟାନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ବ୍ରିଟେନ ୨୦୨୦ ଡିସେମ୍ବର ୩୧ ପରେ କୌଣସି ପ୍ରକାରର ୫ଜି ନେଟୱର୍କ କିଟ୍‌ କିଣିବ ନାହିଁ। ହୁୱେଇ କୌଣସି କିଟ୍‌ ବ୍ରିଟେନ ନେଟୱର୍କରେ ବ୍ୟବହାର ହେବନାହିଁ। ୨୦୨୧ରୁ ସମସ୍ତ ପ୍ରକାରର କିଟ୍‌ କିଣା ଉପରେ ସଂପୂର୍ଣ୍ଣ ବ୍ୟାନ ଲାଗିଛି।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅଧ୍ୟକ୍ଷତାରେ ନ୍ୟାଶନାଲ ସିକ୍ୟୁରିଟି କାଉନସିଲ(ଏନଏସ୍‌ସି) ବୈଠକ ବସିଥିଲା। ଏହି ବୈଠକରେ ହିଁ ହୁୱେଇ ଉପରେ ବ୍ୟାନ୍‌ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

Related story