ବ୍ରେକଜିଟ୍: ସାତ ଦିନ ପୂର୍ବରୁ ୟୁରୋପୀୟ ୟୁନିଅନରୁ ଅଲଗା ହେଲା ବ୍ରିଟେନ

ଲଣ୍ଡନ: ଶେଷରେ ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟରେ ସହମତି ପ୍ରକାଶ ପାଇଛି। ଫଳରେ ଏବେ ବ୍ରିଟେନ୍ ୟୁରୋପିଆନ୍ ବ୍ୟବସାୟ ସଂଘରୁ ଓହରିଛି। ଅର୍ଥାତ୍ ବ୍ରିଟେନ ଆଉ ୟୁରୋପର ଏକକ ବଜାରର ଅଂଶ ହେବ ନାହିଁ। ବ୍ରିଟିଶ ସରକାରଙ୍କ ମୁଖପାତ୍ର ଏହା କହିଛନ୍ତି। ବ୍ରେକଜିଟର ଅର୍ଥ ହେଉଛି ୟୁରୋପିଆନ୍ ବ୍ୟବସାୟିକ ସଂଘରୁ ଏକଜିଟ୍ ହେବା। ପ୍ରାୟ ୧୦ ମାସ ଧରି ଚାଲିଥିବା ବୁଝାମଣା ପାଇଁ ଏବେ ଉଭୟ ପକ୍ଷ ରାଜି ହୋଇଛନ୍ତି। ତେବେ ଚୂଡ଼ାନ୍ତ ଅବଧିର ସାତ […]

brexit-deal

brexit-deal

Subhransu Sekhar
  • Published: Thursday, 24 December 2020
  • Updated: 24 December 2020, 10:56 PM IST

Sports

Latest News

ଲଣ୍ଡନ: ଶେଷରେ ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟରେ ସହମତି ପ୍ରକାଶ ପାଇଛି। ଫଳରେ ଏବେ ବ୍ରିଟେନ୍ ୟୁରୋପିଆନ୍ ବ୍ୟବସାୟ ସଂଘରୁ ଓହରିଛି। ଅର୍ଥାତ୍ ବ୍ରିଟେନ ଆଉ ୟୁରୋପର ଏକକ ବଜାରର ଅଂଶ ହେବ ନାହିଁ। ବ୍ରିଟିଶ ସରକାରଙ୍କ ମୁଖପାତ୍ର ଏହା କହିଛନ୍ତି। ବ୍ରେକଜିଟର ଅର୍ଥ ହେଉଛି ୟୁରୋପିଆନ୍ ବ୍ୟବସାୟିକ ସଂଘରୁ ଏକଜିଟ୍ ହେବା। ପ୍ରାୟ ୧୦ ମାସ ଧରି ଚାଲିଥିବା ବୁଝାମଣା ପାଇଁ ଏବେ ଉଭୟ ପକ୍ଷ ରାଜି ହୋଇଛନ୍ତି। ତେବେ ଚୂଡ଼ାନ୍ତ ଅବଧିର ସାତ ଦିନ ପୂର୍ବରୁ ବ୍ରିଟେନ୍ ସମ୍ପୂର୍ଣ୍ଣ ଭାବରେ ୟୁରୋପିଆନ୍ ସଂଘରୁ ଓହରିବାରେ ସଫଳ ହୋଇଛି।

ଏବେ ବ୍ରିଟେନରେ ୟୁନିଫର୍ମ ଟ୍ୟାକ୍ସ ଏବଂ ବ୍ୟବସାୟ ନିୟମ ଏବଂ ଆଇନ ଲାଗୁ ହେବ। ବ୍ରେକଜିଟରୁ ଓହରିବା ପରେ ବ୍ରିଟେନ ବ୍ୟବସାୟ ରଣନୀତି କଣ ହେବ ସେ ନେଇ ଡ୍ରାଫ୍ଟ ଚୂଡାନ୍ତ ହୋଇଛି। ଖୁବ ଶୀଘ୍ର ଏହି ଡିଲ୍ ବିଷୟରେ ସବିଶେଷ ତଥ୍ୟ ଦେବେ ଉଭୟ ପକ୍ଷ।

ବ୍ରେକଜିଟରୁ ବ୍ରିଟେନ ଓହରିବା ପରେ ଭାରତ ସହିତ ମଧ୍ୟ ଫ୍ରି ଟ୍ରେଡ ଡିଲ୍ ହୋଇପାରିବ। ଯାହାକି ଭାରତ ଏବଂ ବ୍ରିଟେନ ମଧ୍ୟରେ ବ୍ୟବସାୟ ବୃଦ୍ଧିରେ ସହାୟକ ହେବ। ସାଇବର ସୁରକ୍ଷା, ଆଇଟି, ପ୍ରତିରକ୍ଷା ଏବଂ ଅର୍ଥ କ୍ଷେତ୍ରରେ ଭାରତ ଏକ ବଡ଼ ଅଂଶୀଦାର ହୋଇପାରେ ବ୍ରିଟେନ୍ ସହିତ। ୟୁରୋପୀୟ ୟୁନିଅନ୍ ସହିତ ଫ୍ରି ଟ୍ରେଡ ଡିଲ୍ ପାଇଁ ଭାରତ ଦୀର୍ଘ ସମୟ ଧରି ଚେଷ୍ଟା କରୁଥିଲା। ହେଲେ ସଫଳ ହୋଇନଥିଲା।

ଏକ ରିପୋର୍ଟ ଅନୁଯାୟୀ, ବ୍ରେକଜିଟ୍ ପ୍ରକ୍ରିୟାରେ ଉଭୟ ୟୁରୋପୀୟ ୟୁନିଅନ୍ ଏବଂ ବ୍ରିଟେନ ନିଅଣ୍ଟରେ ରହିପାରନ୍ତି। ଏଭଳି ପରିସ୍ଥିତିରେ ଉତ୍ପାଦ ଏବଂ ସେବା ପ୍ରଦାନରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ବ୍ରେକଜିଟ୍ କ'ଣ?

ବ୍ରିଟେନ+ଏକଜିଟରୁ ବ୍ରେକଜିଟ୍ ଶବ୍ଦ ଆସିଛି। ବ୍ରେକଜିଟର ଅର୍ଥ ହେଉଛି ୟୁରୋପିଆନ୍ ବ୍ୟବସାୟିକ ସଂଘରୁ ଏକଜିଟ୍ ହେବା। ପ୍ରାୟ ବର୍ଷେ ପୂର୍ବରୁ ବ୍ରିଟେନ ୟୁରୋପୀୟ ୟୁନିଅନ ଛାଡିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଏହି ସଂଘରୁ ବାହିରିବା ପ୍ରସଙ୍ଗ ୫ ବର୍ଷ ପୂର୍ବର। ୟୁରୋପିଆନ୍ ସଂଘରୁ ଓହରିନପାରିବାରୁ ଥେରେସା ମେ’ ପ୍ରଧାନମନ୍ତ୍ରୀ ପଦରୁ ଓହରିଥିଲେ। ଏହାପରେ ତାଙ୍କ ସରକାରରେ ଥିବା ବୈଦେଶିକ ମନ୍ତ୍ରୀ ବୋରିଶ ଜନଶନ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପୁଣିଥରେ ଶାସନ ଗାଦିରେ ବସିଛନ୍ତି। ୨୦୧୬ ରେ ନିଜେ ୟୁରୋପୀୟ ୟୁନିଅନରୁ ବାହାରିବା ବିଷୟରେ ବ୍ରିଟେନରେ ଏକ ଉପନିର୍ବାଚନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos