ସୀମାରୁ ମିଳିଲା ପାକିସ୍ତାନର ଟେରର ସୁଡ଼ଙ୍ଗ

ଶ୍ରୀନଗର: ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ଷଡ଼ଯନ୍ତ୍ରର ଆଉ ଗୋଟିଏ ଅଧ୍ୟାୟ ପୁଣିଥରେ ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କୀଙ୍କୁ ଭାରତ ପଠାଇବାକୁ ପାକିସ୍ତାନ କରିଥିବା ଗୋଟିଏ ବିରାଟ ସୁଡ଼ଙ୍ଗକୁ ଆଜି ବିଏସଏଫ ଯବାନମାନେ ଠାବ କରିଛନ୍ତି। ଏହି ସୁଡ଼ଙ୍ଗର ଗୋଟିଏ ମୁହଁ ଭାରତରେ ଥିବା ବେଳେ ଆଉ ଗୋଟିଏ ପାକିସ୍ତାନରେ ଥିବା ଜଣାପଡ଼ିଛି। ଆଜି ବିଏସଏଫ ଯବାନମାନେ ଜମ୍ମୁ ଡିଭିଜନର ସାମ୍ବା ସେକ୍ଟର ସ୍ଥିତ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏହି ସୁଡ଼ଙ୍ଗକୁ […]

s

Hemant Lenka
  • Published: Wednesday, 13 January 2021
  • , Updated: 13 January 2021, 12:58 PM IST

ଶ୍ରୀନଗର: ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ଷଡ଼ଯନ୍ତ୍ରର ଆଉ ଗୋଟିଏ ଅଧ୍ୟାୟ ପୁଣିଥରେ ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କୀଙ୍କୁ ଭାରତ ପଠାଇବାକୁ ପାକିସ୍ତାନ କରିଥିବା ଗୋଟିଏ ବିରାଟ ସୁଡ଼ଙ୍ଗକୁ ଆଜି ବିଏସଏଫ ଯବାନମାନେ ଠାବ କରିଛନ୍ତି।

ଏହି ସୁଡ଼ଙ୍ଗର ଗୋଟିଏ ମୁହଁ ଭାରତରେ ଥିବା ବେଳେ ଆଉ ଗୋଟିଏ ପାକିସ୍ତାନରେ ଥିବା ଜଣାପଡ଼ିଛି। ଆଜି ବିଏସଏଫ ଯବାନମାନେ ଜମ୍ମୁ ଡିଭିଜନର ସାମ୍ବା ସେକ୍ଟର ସ୍ଥିତ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏହି ସୁଡ଼ଙ୍ଗକୁ ଠାବ କରିଛନ୍ତି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସୁଡ଼ଙ୍ଗ ଠାବ ହୋଇଥିବା ସ୍ଥାନରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅଞ୍ଚଳରେ ଆଉ କିଛି ସୁଡ଼ଙ୍ଗ ଥିବା ଆଶଙ୍କାରେ ସର୍ଚ୍ଚ ଅପରେସନକୁ ଜୋରଦାର ମଧ୍ୟ କରାଯାଇଛି।

ସେନା ପକ୍ଷରୁ କୁହାଯାଇଛି ଯେ କଠୁଆ ଜିଲ୍ଲା ଅନ୍ତର୍ଗତ ସାମ୍ବା ସେକ୍ଟରର ବୋବିୟାନ ଗାଁ ନିକଟରେ ସୁରକ୍ଷାକର୍ମୀମାନେ ଏହି ସୁଡ଼ଙ୍ଗକୁ ଠାବ କରିଛନ୍ତି। ପୁଲିସ୍‌ ଓ ବିଏସଏଫ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ କରୁଛନ୍ତି।

Related story