ବିନା ପରିଚୟ ପତ୍ରରେ ଭୋଟ ଦେବାକୁ ପଶିଆସିଲେ, ଗୁଳି ଚଳାଇଲା ପୁଲିସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାମିଲ ନାମକ ସ୍ଥାନରେ ଭୋଟର ପରିଚୟ ପତ୍ର ନଥିବା କିଛି ଲୋକ ଜୋର ଜବରଦସ୍ତ ଭୋଟ୍‌ ଦେବାକୁ ପ୍ରୟାସ କରିବାରୁ ସୁରକ୍ଷା ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବଳ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିବା ସୂଚନା ମିଳିଛି। ସେମାନେ ଗୋଷ୍ଠୀଗତ ଭାବେ ଧସେଇ ପଶିବାର ଉଦ୍ୟମ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏ ବିଷୟରେ କହିଛନ୍ତି, ବିଏସ୍‌ଏଫ୍‌ ସୁରକ୍ଷା କର୍ମୀ ସୁରକ୍ଷାଗତ କାରଣରୁ ଫାଙ୍କା ଗୁଳି ଚାଳନା କରିଥିଲେ। ସେମାନେ ବିନା […]

police

Subrat Kumar Nayak
  • Published: Thursday, 11 April 2019
  • , Updated: 11 April 2019, 05:10 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାମିଲ ନାମକ ସ୍ଥାନରେ ଭୋଟର ପରିଚୟ ପତ୍ର ନଥିବା କିଛି ଲୋକ ଜୋର ଜବରଦସ୍ତ ଭୋଟ୍‌ ଦେବାକୁ ପ୍ରୟାସ କରିବାରୁ ସୁରକ୍ଷା ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବଳ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିବା ସୂଚନା ମିଳିଛି। ସେମାନେ ଗୋଷ୍ଠୀଗତ ଭାବେ ଧସେଇ ପଶିବାର ଉଦ୍ୟମ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏ ବିଷୟରେ କହିଛନ୍ତି, ବିଏସ୍‌ଏଫ୍‌ ସୁରକ୍ଷା କର୍ମୀ ସୁରକ୍ଷାଗତ କାରଣରୁ ଫାଙ୍କା ଗୁଳି ଚାଳନା କରିଥିଲେ। ସେମାନେ ବିନା ଭୋଟର ଆଇଡିରେ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଏଭଳି ଘଟିଥିଲା। ବର୍ତ୍ତମାନ ସ୍ୱାଭାବିକ ଭାବରେ ପୁଣି ଭୋଟିଂ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଭୋଟରମାନେ ବିଏସ୍‌ଏଫ୍‌ ସହିତ ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ବୁଥ୍‌ କ୍ୟାପ୍‌ଚର କରିବା ପ୍ରୟାସକୁ ବିଏସ୍‌ଏଫ୍‌ ବିରୋଧ କରିବାରୁ ଏଭଳି ସ୍ଥିତି ଉପୁଜିଥିଲା।

Related story