ବଜେଟ୍‌ ୨୦୨୦ରେ ଏସବୁ କ୍ଷେତ୍ରର ପୁଷମାସ

ନୂଆଦିଲ୍ଲୀ: ଦିନେ କେବେ ସବୁଠାରୁ ଅଧିକ ଅଭିବୃଦ୍ଧି ହାରର ରେକର୍ଡ ଧାରୀ ଥିବା ଭାରତ ଏବେ ପୁଣିଥରେ ଅର୍ଥନୀତିକ ଅଭିବୃଦ୍ଧିର ଲକ୍ଷ୍ୟ ନେଇ ପ୍ରୟାସ ଆରମ୍ଭ କରିଛି। ୧୧ ବର୍ଷରେ ସର୍ବନିମ୍ନ ଜିଡିପି ଦେଖିଥିବା ଏହି ଅର୍ଥନୀତି ପାଇଁ ରୋଡ୍‌ମ୍ୟାପ୍‌ ତିଆରି କରୁଥିବା ସାଧାରଣ ବଜେଟ୍‌ ଆଜି ସଂସଦରେ ଉପସ୍ଥାପିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଉପସ୍ଥାପିତ କରିବା ସମୟରେ କହିଥିଲେ, ଏହା ଆୟ ବୃଦ୍ଧି କରିବା ସହ କ୍ରୟ ଶକ୍ତି ବଢ଼ାଇବା […]

Nirmala

Subrat Kumar Nayak
  • Published: Saturday, 01 February 2020
  • , Updated: 01 February 2020, 06:30 PM IST

ନୂଆଦିଲ୍ଲୀ: ଦିନେ କେବେ ସବୁଠାରୁ ଅଧିକ ଅଭିବୃଦ୍ଧି ହାରର ରେକର୍ଡ ଧାରୀ ଥିବା ଭାରତ ଏବେ ପୁଣିଥରେ ଅର୍ଥନୀତିକ ଅଭିବୃଦ୍ଧିର ଲକ୍ଷ୍ୟ ନେଇ ପ୍ରୟାସ ଆରମ୍ଭ କରିଛି। ୧୧ ବର୍ଷରେ ସର୍ବନିମ୍ନ ଜିଡିପି ଦେଖିଥିବା ଏହି ଅର୍ଥନୀତି ପାଇଁ ରୋଡ୍‌ମ୍ୟାପ୍‌ ତିଆରି କରୁଥିବା ସାଧାରଣ ବଜେଟ୍‌ ଆଜି ସଂସଦରେ ଉପସ୍ଥାପିତ ହୋଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଉପସ୍ଥାପିତ କରିବା ସମୟରେ କହିଥିଲେ, ଏହା ଆୟ ବୃଦ୍ଧି କରିବା ସହ କ୍ରୟ ଶକ୍ତି ବଢ଼ାଇବା ଉଦ୍ଦିଷ୍ଟ। ଅର୍ଥନୀତିର ମୂଳଦୁଆ ସୁଦୃଢ଼ ଅଛି ଏବଂ ମୁଦ୍ରାସ୍ପୀତି ମଧ୍ୟ ଭଲରେ ଅଛି ବୋଲି ସେ କହିଛନ୍ତି। ତେବେ କେଉଁ କ୍ଷେତ୍ର ଫାଇଦାରେ ରହିବ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର।

ପରିବହନ ଭିତ୍ତିଭୂମି
ନିର୍ମଳା ସୀତାରମଣ ଆଜି ରାଜପଥ ଏବଂ ରେଳପଥ ପାଇଁ ଯୋଜନା ବାବଦରେ ଘୋଷଣା କରିଛନ୍ତି। ସେ ଏଥିରେ ପରିବହନ ଭିତ୍ତିଭୂମିରେ ଖର୍ଚ୍ଚ ହେବାକୁ ଥିବା ୧.୭ ଟ୍ରିଲିଅନ୍‌ ଟଙ୍କା ଖର୍ଚ୍ଚରେ ବିଭିନ୍ନ ରାଜପଥର ବିକାଶ କରାଯିବ। ଭିତ୍ତିଭୂମି ନିର୍ମାଣ ସହ ଜଡ଼ିତ ପ୍ରମୁଖ କମ୍ପାନୀ ଯଥା ଏଲ୍‌ ଆଣ୍ଡ ଟି, କେଏନ୍‌ଆର କନଷ୍ଟ୍ରକ୍ସନ୍ ଏବଂ ଆଇଆରବି ଈନ୍‌ଫ୍ରା ଏଥିରେ ଲାଭବାନ ହେବେ ବୋଲି କୁହାଯାଉଛି।

ଇଲେକ୍ଟ୍ରୋନିକ୍ସ
ଦେଶରେ ମୋବାଇଲ ଫୋନ୍‌ ଉତ୍ପାଦନକୁ ପ୍ରୋତ୍ସାହନ ଦେବାକୁ ସରକାର ଯୋଜନା କରିଛନ୍ତି। ଏଥିସହ ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ସେମି କଣ୍ଡକ୍ଟର ଏବଂ ମେଡିକାଲ ଡିଭାଇସ୍‌ ଆଦିକୁ ପ୍ରୋତ୍ସାହନ ମିଳିବ। ଏଥିରେ ଡିକ୍ସନ୍‌ ଟେକ୍ନୋଲୋଜି, ଅମ୍ବର ଏଣ୍ଟରପ୍ରାଇଜେସ୍‌ ଏବଂ ସୁବ୍ରୋସ୍‌ ଆଦି ଫାଇଦା ପାଇବେ।

ଗ୍ରାମୀଣ କ୍ଷେତ୍ର
କୃଷି ଏବଂ ଗ୍ରାମୀଣ କ୍ଷେତ୍ରକୁ ୨.୮୩ ଟ୍ରିଲିଅନ୍‌ ଟଙ୍କା ମିଳିବ ବୋଲି ଅଟକଳ କରାଯାଇଛି। ଆଗାମୀ ବର୍ଷରେ କୃଷି ଋଣ ଟାର୍ଗେଟ୍‌ ୧୫ ଟ୍ରିଲିଅନ୍‌ ଟଙ୍କା ରହିଛି। ମତ୍ସ୍ୟଚାଷକୁ ବ୍ୟାପକ କରିବା ପାଇଁ ସରକାରଙ୍କ ପ୍ରସ୍ତାବ ଏହି କ୍ଷେତ୍ରକୁ ସୁଦୃଢ଼ କରିବ। ଫ୍ରେଟ୍‌ ଟ୍ରେନ୍‌, ଶୀତଳ ଭଣ୍ଡାର ଏବଂ ୱୟାର ହାଉସିଂ ସମ୍ପର୍କିତ ଘୋଷଣା କଣ୍ଟେନର କର୍ପୋରେସନ୍‌ ଅଫ୍‌ ଇଣ୍ଡିଆକୁ ଫାଇଦା ଦେବ। ଅନ୍ୟପକ୍ଷରେ ଇମାମୀ, ହିନ୍ଦୁସ୍ତାନ ୟୁନିଲିଭର, ଡାବର ଏବଂ ଟାଟା ଗ୍ଲୋବାଲ ମଧ୍ୟ ଫାଇଦା ପାଇବେ।

ଜଳ ସେଚନ
ଜଳ ସଂକଟ ଦେଇ ଗତି କରୁଥିବା ଜିଲ୍ଲାମାନଙ୍କ ପାଇଁ ଏହି ବଜେଟ୍‌ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଅନ୍ୟପକ୍ଷରେ ବିଭିନ୍ନ ଚାଷଜମିରେ ସୌରଚାଳିତ ପମ୍ପ ପ୍ରତିଷ୍ଠା ଏସମ୍ପର୍କିତ ଶିଳ୍ପ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବ। ୨୦୨୪ ସୁଦ୍ଧା ସବୁ ଘରକୁ ପାଇପ୍‌ ଜଳସେଚନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାରୁ ଜୈନ୍‌ ଇରିଗେସନ୍‌, କେଏସ୍‌ବି ଲିମିଟେଡ୍‌, କିର୍ଲୋସ୍କର ବ୍ରଦର୍ସ, ଜେକେ ଏଗ୍ରି ଏବଂ ପିଆଇ ଇଣ୍ଡଷ୍ଟ୍ରୀଜ୍‌ ଫାଇଦା ପାଇବେ।

ଟେଲିକମ୍‌
ଭାରତ ନେଟ୍‌ ବା ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିମଟେଡ୍‌ ଗାଁରେ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚାଇବ। ସରକାର ଆଗାମୀ ଆର୍ଥିକ ବର୍ଷ ୬୦ ବିଲିଅନ୍‌ ଟଙ୍କା ନିବେଶ କରିବେ। ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଏବଂ ଏଚ୍‌ଏଫ୍‌ସିଏଲ୍‌ ଏଥିରୁ ଫାଇଦା ପାଇବେ।

ଅନ୍‌ଲାଇନ୍‌ ଏଜୁକେଟରସ୍‌
ନିର୍ମଳାଙ୍କ ବଜେଟ୍‌ ଭାଷଣରେ ଶିକ୍ଷାକୁ ସ୍ୱତନ୍ତ୍ର ସ୍ଥାନ ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୯୯୩ ବିଲିଅନ୍‌ ବ୍ୟୟ ଏଥିପାଇଁ ଅଟକଳ କରାଯାଇଛି। ପ୍ରମୁଖ ୧୦୦ଟି ଅନୁଷ୍ଠାନଙ୍କ ଦ୍ୱାରା ଡିଗ୍ରୀ ଲେଭଲ ଏବଂ ଫୁଲ୍‌ ଫ୍ଲେଜ୍‌ଡ୍‌ ଅନଲାଇନ୍‌ ଏଜୁକେସନ୍‌ ଆରମ୍ଭ ହେବ। ଏନ୍‌ଆଇଟି ଏବଂ ଏମ୍‌ଟି ଏଡୁକେୟାର ଏଥିରୁ ଲାଭବାନ ହେବେ।

ଆଇଟି ଫାର୍ମ
ବିଭିନ୍ନ ଡାଟା ସେଣ୍ଟର ପାର୍କ ହେବାର ଥିବାରୁ ଏହା ପ୍ରାଇଭେଟ୍‌ ସେକ୍ଟରଙ୍କୁ ଫାଇଦା ଦେବ। ଏଥିରୁ ବିଭିନ୍ନ ଆଇଟି କମ୍ପାନୌ ଯଥା ଟିସିଏସ୍‌, ଇନଫୋସିସ୍‌, ୱିପ୍ରୋ, ଏଚସିଏଲ୍‌, ଟେକ୍‌ ମହିନ୍ଦ୍ରା ଏବଂ ମାଇଣ୍ଡ ଟ୍ରି ଆଦି ଲାଭବାନ ହେବେ।

ପାଇପଲାଇନ୍‌ ଓ ସିଟି ଗ୍ୟାସ୍‌ ସପ୍ଲାଇଜ୍‌
ଭାରତ ଏହାର ଜାତୀୟ ଗ୍ୟାସ୍‌ ଗ୍ରୀଡ୍‌ ୧୬,୨୦୦ କିମିରୁ ୨୭ ହଜାରକୁ ବୃଦ୍ଧି କରିବାର ଅଛି। ମହାରାଷ୍ଟ୍ର ସିମଲେସ୍‌ ଲିମିଟେଡ୍‌, ରତ୍ନମଣି ମେଟାଲ୍ସ, ଜିନ୍ଦଲ ଶ’ ଏବଂ ମ୍ୟାନ୍‌ ଇଣ୍ଡଷ୍ଟ୍ରୀଜ୍‌ ଇଣ୍ଡିଆ ଆଦି ଫାଇଦା ପାଇବେ।

Related story