ଆରମ୍ଭ ହେବାକୁ ଯାଉଛି ବଜେଟ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ, କ’ଣ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଲଗାତାର ୫ମ ଥର ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ଆଜି କେବଳ ଦେଶ ନୁହଁ ସମଗ୍ର ବିଶ୍ୱର ନଜରରେ ରହିବେ ଅରୁଣ ଜେଟଲୀ।  ବଜେଟରେ କ’ଣ ଘୋଷଣା ହେବ?  କ’ଣ ସସ୍ତା ?  କ’ଣ ମହଙ୍ଗା ହେବ କେଉଁ କ୍ଷେତ୍ରକୁ କେତେ ଅନୁଦାନ ରାଶି ଅନୁମୋଦନ ହେବ, ସାଧାରଣ ଲୋକଙ୍କ ପାଇଁ ମୋଦି ସରକାର କ’ଣ ଭେଟି ଦେବେ ତାକୁ ନେଇ ଦେଶବାସୀ ଉତ୍କଣ୍ଠାର ସହ […]

bud-1

Rakesh Mallick
  • Published: Thursday, 01 February 2018
  • , Updated: 01 February 2018, 08:32 AM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଲଗାତାର ୫ମ ଥର ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ଆଜି କେବଳ ଦେଶ ନୁହଁ ସମଗ୍ର ବିଶ୍ୱର ନଜରରେ ରହିବେ ଅରୁଣ ଜେଟଲୀ।  ବଜେଟରେ କ’ଣ ଘୋଷଣା ହେବ?  କ’ଣ ସସ୍ତା ?  କ’ଣ ମହଙ୍ଗା ହେବ କେଉଁ କ୍ଷେତ୍ରକୁ କେତେ ଅନୁଦାନ ରାଶି ଅନୁମୋଦନ ହେବ, ସାଧାରଣ ଲୋକଙ୍କ ପାଇଁ ମୋଦି ସରକାର କ’ଣ ଭେଟି ଦେବେ ତାକୁ ନେଇ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। କାରଣ ଜିଏସଟି ଲାଗୁ ହେବା ପରେ ମୋଦି ସରକାରଙ୍କ ଏହା ହେଉଛି  ପ୍ରଥମ ବଜେଟ୍‌।  ସେପଟେ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଲୋକଙ୍କ  ଦୃଷ୍ଟି ଆକର୍ଷଣ କଲା ଭଳି ବଜେଟରେ ବ୍ୟବସ୍ଥା ହୋଇପାରେ। ଏନେଇ ଆଜି ସକାଳ ୯ଟାରୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

 କ’ଣ ରହିଛି  କାର୍ଯ୍ୟକ୍ରମ

୧-ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସକାଳେ ୯ଟା ବେଳେ  ଅର୍ଥମନ୍ତ୍ରଣାଳୟରେ  ପହଞ୍ଚିବେ। ସେଠାରେ ଅର୍ଥମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରିବେ।  ପରେ ସେ ରାଷ୍ଟ୍ରପତି ଭବନକୁ ଯିବେ।  ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଲୋଚନା କରି ତାଙ୍କର ବଜେଟ ଦସ୍ତଖତ ନେବେ। ପରେ ସେ ସିଧା ସଂସଦ ଅଭିମୁଖେ ଯାତ୍ରା କରିବେ।

୨- ଅର୍ଥମନ୍ତ୍ରୀ ପହଞ୍ଚିବା ପରେ  ବଜେଟ ସୁଟକେଶରେ ବଜେଟ କପି ପହଞ୍ଚିବ। ସେଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଯାଞ୍ଚ ପରେ ସଂସଦ ଭିତରକୁ ନିଆଯିବ।

୩-୧୦ଟା ସୁଦ୍ଧା ଅର୍ଥମନ୍ତ୍ରୀ ସଂସଦରେ ପହଞ୍ଚିଯିବେ।

୪- ପ୍ରଥମେ ସଂସଦର କ୍ୟାବିନେଟ ମିଟିଂରେ ସାମିଲ ହେବେ ଅର୍ଥମନ୍ତ୍ରୀ। ଏଥିରେ ବଜେଟ ସମ୍ପର୍କରେ ଆଲୋଚନା ହେବ।

୫- କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଦିନ ୧୧ଟାରେ ଲୋକସଭାରେ ବଜେଟ ସେସନ ଆରମ୍ଭ ହେବ। ଏଥିରେ ଅରୁଣ ଜେଟଲୀ ନିଜର ଅଭିଭାଷଣ ରଖିବେ।

୬-ବଜେଟ ଭାଷଣ ଦେଢରୁ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ।

୭-ଦିନ ଗୋଟାଏ ବେଳେ ବଜେଟ ଭାଷଣ ସରିପାରେ।

୮- ବଜେଟ ଭାଷଣ ସରିବା ପରେ ଅପରାହ୍ନ ୪ଟା ବେଳେ ସାମ୍ବାଦିକ ସମ୍ମିଲନୀ ଆରମ୍ଭ ହେବ।

ବଜେଟରେ କ’ଣ ଘୋଷଣା ହୋଇପାରେ

୧-ଆୟକର ଛାଡ଼ ସୀମା ୨.୫ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।

୨-ମୋଦି ସରକାର ଆସିବା ପରେ ସାଧାରଣ ବଜେଟ ଏବଂ ରେଳ ବଜେଟ ଏକାଠି ହେଉଥିବାରୁ  ଚଳିତ ଥର ମାଲ ଏବଂ ଯାତ୍ରୀ ଭଡ଼ା ଅପରିବର୍ତ୍ତିତ ରହିପାରେ।

୩- ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ନିରାପତ୍ତା ପ୍ରତି ବଜେଟ୍‌ରେ ଅଧିକ ଦୃଷ୍ଟି ଦିଆଯିବାର ସମ୍ଭାବନା ରହିଛି।

୪- ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ସ୍କିମ୍‌ (ମନରେଗା)ରେ ବ୍ୟୟବରାଦ ବଢ଼ିପାରେ।

୫- ରିଅଲଇଷ୍ଟେଟ କ୍ଷେତ୍ରକୁ ଅଧିକ ଗରୁତ୍ୱ ଦିଆଯାଇପାରେ।

୬-କର୍ପୋରେଟ୍‌ ଟିକସ ହାର ୩୦ ପ୍ରତିଶତରୁ ୨୫ ପ୍ରତିଶତ ହ୍ରାସ ହୋଇପାରେ।

୭-କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଘୋଷଣା ହେବାର ସମ୍ଭାବନା ରହିଛି।

Related story