Advertisment

ବୁଧରେ ‘ମେସେଞ୍ଜର’ ଧ୍ୱଂସ

ୱାଶିଂଟନ: ବୁଧ ଗ୍ରହରେ ପଡ଼ି ଧ୍ୱଂସ ହୋଇଯାଇଛି ନାସାର ଅନ୍ତରୀକ୍ଷଯାନ ‘ମେସେଞ୍ଜର’। ଗୁରୁବାର ଅପରାହ୍ନ ୩ଟା ୨୬ରେ ଏହା ପଡ଼ିଥିଲା ବୁଧ ଗ୍ରହର ଭୂପୃଷ୍ଠରେ। ଇନ୍ଧନ ଶେଷ ହୋଇଯିବା ଯୋଗୁ ଗତ ୪ ବର୍ଷ ହେଲା ବୁଧ ଗ୍ରହ ଚାରିପଟରେ ପରିଭ୍ରମଣ କରୁଥିବା ଏହି ଅନ୍ତରୀକ୍ଷଯାନଟି ଶେଷରେ ସେହି ବୁଧଗ୍ରହର ଭୂପୃଷ୍ଠରେ ପଡ଼ି ଧ୍ୱଂସ ହୋଇଯାଇଛି। ଆଉ ଏହା ସହିତ ବୁଧ ଗ୍ରହ ସଂପର୍କରେ ତଥ୍ୟ ସଂଗ୍ରହ ଲାଗି ‘ମେସେଞ୍ଜର’ ଦ୍ୱାରା ଯେଉଁ ଅଭିଯାନ ନାସା ଚଲାଇ […]

ଅଦ୍ୟତନ ହୋଇଛି
ବୁଧରେ ‘ମେସେଞ୍ଜର’ ଧ୍ୱଂସ

nasa

Advertisment

ୱାଶିଂଟନ: ବୁଧ ଗ୍ରହରେ ପଡ଼ି ଧ୍ୱଂସ ହୋଇଯାଇଛି ନାସାର ଅନ୍ତରୀକ୍ଷଯାନ ‘ମେସେଞ୍ଜର’। ଗୁରୁବାର ଅପରାହ୍ନ ୩ଟା ୨୬ରେ ଏହା ପଡ଼ିଥିଲା ବୁଧ ଗ୍ରହର ଭୂପୃଷ୍ଠରେ। ଇନ୍ଧନ ଶେଷ ହୋଇଯିବା ଯୋଗୁ ଗତ ୪ ବର୍ଷ ହେଲା ବୁଧ ଗ୍ରହ ଚାରିପଟରେ ପରିଭ୍ରମଣ କରୁଥିବା ଏହି ଅନ୍ତରୀକ୍ଷଯାନଟି ଶେଷରେ ସେହି ବୁଧଗ୍ରହର ଭୂପୃଷ୍ଠରେ ପଡ଼ି ଧ୍ୱଂସ ହୋଇଯାଇଛି। ଆଉ ଏହା ସହିତ ବୁଧ ଗ୍ରହ ସଂପର୍କରେ ତଥ୍ୟ ସଂଗ୍ରହ ଲାଗି ‘ମେସେଞ୍ଜର’ ଦ୍ୱାରା ଯେଉଁ ଅଭିଯାନ ନାସା ଚଲାଇ ଆସିଥିଲା, ସେଥିରେ ବି ପଡ଼ିଯାଇଛି ପୂର୍ଣ୍ଣଛେଦ।

Advertisment

‘ମେସେଞ୍ଜର’ ବୁଧ ଗ୍ରହରେ ଗୁରୁବାର ଦିନ ପ୍ରାୟ ସାଢ଼େ ତିନିଟା ପାଖାପାଖି ବୁଧର ଭୂପୃଷ୍ଠରେ ପଡ଼ିବ ବୋଲି ପୂର୍ବାନୁମାନ କରିଥିଲେ ଜନ୍ ହପକିନ୍ସ ୟୁନିଭର୍ସିଟି ଆପ୍ଲାଇଡ୍ ଫିଜିକ୍ସ ଲାବୋରଟୋରୀର ବିମାନ ନିୟନ୍ତ୍ରକମାନେ। ‘ମେସେଞ୍ଜର’ ଘଣ୍ଟା ପ୍ରତି ୧୪,୦୦୦ କିଲୋମିଟର ବେଗରେ ବୁଧର ଭୂପୃଷ୍ଠ ଆଡ଼କୁ ଖସୁ ଥିଲା । ‘ମେସେଞ୍ଜର’ ବୁଧର ଯେଉଁ ସ୍ଥାନରେ ପଡ଼ିଥିବ ସେଠାରେ ୧୬ ମିଟର ଓସାରରେ ବଡ଼ ଗାତ ସୃଷ୍ଟି ହୋଇଥିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

‘ମେସେଞ୍ଜର’କୁ ଉତକ୍ଷେପଣ କରାଯାଇଥିଲା ୨୦୦୪ ଅଗଷ୍ଟ ୪ ତାରିଖରେ। ବିଭିନ୍ନ ପର୍ୟ୍ୟାୟ ଦେଇ ଗତି କରିବା ପରେ ୨୦୧୧ ମାର୍ଚ୍ଚ ୧୮ ତାରିଖରେ ଏହାକୁ ଅବସ୍ଥାପିତ କରାଯାଇଥିଲା ବୁଧର କକ୍ଷ ପଥରେ। ସେହିଦିନଠାରୁ ଏହା ବୁଧ ଗ୍ରହ ଚାରିପଟେ ବୁଲୁ ଥିଲା । ଗତ ୪ ବର୍ଷରେ ବୁଧ ଗ୍ରହ ସଂପର୍କରେ ଅନେକ ତଥ୍ୟ ଓ ହଜାର ହଜାର ଫଟୋ ପଠାଇଛି ‘ମେସେଞ୍ଜର’। ଏହି ୪ ବର୍ଷ ଭିତରେ ‘ମେସେଞ୍ଜର’ ବୁଧ ଚାରିପଟେ ମୋଟ ୪,୧୦୪ ଥର ପରିଭ୍ରମଣ କରିଛି । ଆଉ ତା’ଭିତରେ ବୁଧରେ ପୋଟାସିୟମ, ସଲଫର ସହିତ ବରଫ ଓ ଅନ୍ୟାନ୍ୟ ପଦାର୍ଥ ମହଜୁଦ ଥିବା ନେଇ ଦେଇଥିଲା ସୂଚନା। ବୁଧରେ ତରଳ ଆଇରନ ଓର ଥିବା ନେଇ ବି ଏହା ତଥ୍ୟ ପ୍ରଦାନ କରିଥିଲା।

Advertisment

କୋଲମ୍ବିଆ ବିଶ୍ୱବିଦ୍ୟାଳୟର ଗବେଷକ ସିଆନ ସୋଲୋମୋନ କହିଛନ୍ତି ଯେ ସୂର୍ୟ୍ୟଙ୍କ ନିକଟତମ ଗ୍ରହ ବୁଧର ଭୂପୃଷ୍ଠର ତାପମାତ୍ରା ୩୩୨ ଡିଗ୍ରୀ ଫାରେନହାଇଟ୍ ବା ୧୬୭ ଡିଗ୍ରୀ ସେଲସିୟସ। ଦିନ ବଢ଼ିବା ସହିତ ଏହି ତାପମାତ୍ରା ୪୨୭ ଡିଗ୍ରୀ ସେଲସିୟସକୁ ବି ଛୁଇଁ ଯାଏ। ଏଭଳି ସ୍ଥିତିରେ ‘ମେସେଞ୍ଜର’ ଏତେ ବର୍ଷ ଧରି ତଥ୍ୟ ପ୍ରଦାନ କରିବା କିଛି କମ୍ କଥା ନୁହେଁ। ‘ମେସେଞ୍ଜର’ର ମିଶନ ସଫଳ ହୋଇଛି ବୋଲି କହିଲେ କିଛି ଭୁଲ ହେବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe