ବଜେଟ୍‌: ଏଥର ଆୟକର ଛାଡ଼ସୀମା ଅଢେଇରୁ ତିନି ଲକ୍ଷକୁ ବଢିବା ସମ୍ଭାବନା

Ordigital Desk
  • Published: Monday, 29 January 2018
  • , Updated: 29 January 2018, 08:38 PM IST
<p>ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ସାଧାରଣ ବଜେଟ୍ । ତେବେ ତା&rsquo;ପୂର୍ବରୁ ଆୟକରଦାତାଙ୍କ ମନରେ ଉତ୍କଣ୍ଠା। &nbsp;ଏଥର ବଜେଟ୍&zwnj;ରେ ସେମାନଙ୍କ ଲାଗି କି ବ୍ୟବସ୍ଥା କରିବେ ଜେଟଲୀ। ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ &nbsp;ଦର ଓ ଜିଏଟି ଲାଗୁ ଜନିତ ଚାପ ଲାଘବ ଲାଗି ଆୟକର ଛାଡ଼ ସୀମାକୁ ଜେଟଲୀ ଅଢେଇରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି ସେମାନେ ଆଶା ରଖିଛନ୍ତି।</p> <p>ଏଥର କଣ ରହିବ ଆୟକର ସ୍ଲାବ ତାକୁ ନେଇ ବଢିଛି ଉତ୍କଣ୍ଠା । ଜିଏସଟି ଲାଗୁ ପରେ ଏହା ପ୍ରଥମ ବଜେଟ୍&nbsp; ହୋଇଥିବାରୁ ଏହାର ରୂପରେଖ ବଦଳିବାର ଯଥେଷ୍ଟ ସମ୍ଭାବନା ଥିବା ମତ ଦେଇଛନ୍ତି ବିଶେଷଜ୍ଞ । ଫୋକସରେ ରହିପାରନ୍ତି ବେତନଭୋଗୀ ଟିକସଦାତା। &nbsp;ତାଲିକାରେ ବେତନଭୋଗୀଙ୍କ ସଂଖ୍ୟା ସର୍ବାଧିକ ହୋଇଥିବାରୁ ସେମାନଙ୍କୁ ଟିକେ ଆଶ୍ୱସ୍ତି ଦେବାକୁ ଜେଟଲୀ ପଦକ୍ଷେପ ନେଇପାରନ୍ତି।&nbsp; ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ବୃଦ୍ଧି ଯୋଗୁଁ&nbsp; ଲୋକଙ୍କ ଉପରେ ଚାପ ବଢିଛି । ଏପଟେ ଆର୍ଥିକ ଅଭିବୃଦ୍ଧି ହାରରେ ମଧ୍ୟ ଧିମେଇ ଯାଇଛି। &nbsp;ତେଣୁ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ଲାଗି ଜେଟଲୀ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀଙ୍କ ହାତରେ ଅର୍ଥରାଶି ବୃଦ୍ଧି ଲାଗି ଆୟକର ଛାଡ଼ ସୀମାକୁ ବୃଦ୍ଧି କରିବା ସମ୍ଭାବନା ରହିଛି। &nbsp;ଏବେ ନଜର ପକାନ୍ତୁ ବର୍ତ୍ତମାନର ଆୟକର ସ୍ଲାବ୍ ଉପରେ। &nbsp;ସାଧାରଣ ବର୍ଗଙ୍କ ଲାଗି ଆୟକର ଛାଡ଼ ସୀମା ରହିଛି ୨ ଲକ୍ଷ ୫୦ ହଜାର। ଅଢେଇରୁ ୫ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଏବଂ ୫ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର ଉପରେ ୨୦ ପ୍ରତିଶତ ଟିକସ ଭରିବାକୁ ପଡୁଛି ।</p> <p>ତେବେ ୧୦ ଲକ୍ଷରୁ ଅଧିକ ରୋଜଗାର ଥିବା ଲୋକଙ୍କୁ ୩୦ ପ୍ରତିଶତ ଟିକସ ଦେବାକୁ ପଡୁଛି । ସେହିପରି ୫୦ ଲକ୍ଷରୁ କୋଟିଏ ଟଙ୍କା ରୋଜଗାର ଉପରେ ୧୦ ପ୍ରତିଶତ ଓ କୋଟିଏରୁ ଅଧିକ ଆୟ ଉପରେ ୧୫ ପ୍ରତିଶତ ସରଚାର୍ଜ ଲାଗିଛି। &nbsp;ତେବେ ଜିଏସଟି &nbsp;ଲାଗୁ ହୋଇସାରିଥିବାରୁ ସରକାର ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରିବା ସମ୍ଭାବନା ବଢିଛି।</p>

Related story