ଭୁଶୁଡ଼ିଲା ତିନି ମହଲା କୋଠା,  ୪ ଆହତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଗତକାଲି ବିଳମ୍ୱିତ ରାତିରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ କିଛି ଲୋକ କୋଠା ତଳେ ଦାବି ହୋଇ ଯାଇଥିବା ଆଶଙ୍କା କରାଯାଉଛି। କୋଠା ତଳୁ ୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଠାଟି ଭୁଶୁଡ଼ିବା ଶଦ୍ଦ ଶୁଣି ଏହାର ଆଖପାଖ ଲୋକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। […]

delhi_buiding

Rakesh Mallick
  • Published: Sunday, 02 July 2017
  • , Updated: 02 July 2017, 08:04 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଗତକାଲି ବିଳମ୍ୱିତ ରାତିରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ କିଛି ଲୋକ କୋଠା ତଳେ ଦାବି ହୋଇ ଯାଇଥିବା ଆଶଙ୍କା କରାଯାଉଛି। କୋଠା ତଳୁ ୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୋଠାଟି ଭୁଶୁଡ଼ିବା ଶଦ୍ଦ ଶୁଣି ଏହାର ଆଖପାଖ ଲୋକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ କୋଠାଟି ବହୁ ପୁରୁଣା ଥିଲା। କୌଣସି ଦୁର୍ଘଟଣାକୁ ଆଶଙ୍କାରେ ରଖି  ନଗର ନିଗମରେ ଅଭିଯୋଗ କରାଯାଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

Related story