ମୁମ୍ବାଇ: ଭିୱାଣ୍ଡିରେ ତିନି ମହଲା କୋଠା ଭୁଶୁଡ଼ି ୨ ମୃତ

ମୁମ୍ବାଇ: ମୁମ୍ବାଇର ଭିୱାଣ୍ଡି ଅଞ୍ଚଳରେ ଆଜି  ତିନି ମହଲା କୋଠା  ଭୁଶୁଡି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଲୋକ ଫସି ରହିଛନ୍ତି।  ଉଦ୍ଧାରକାରୀ ଦଳ  ପହଞ୍ଚି ୪ ଜଣ ଲୋକଙ୍କୁ  ଉଦ୍ଧାର କରିଛନ୍ତି। ଭିୱାଣ୍ଡି ତହସିଲଦାର ବୈଶାଳୀ ଲଂବାତେ କହିଛନ୍ତି,“ଦମକଳ ବାହିନୀ  ଘଟଣାସ୍ଥଳରେ  ପହଞ୍ଚି ୪ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। କୋଠାଟି ବହୁ ପୁରୁଣା ହୋଇଯାଇଥିଲା। ରହିବା ପାଇଁ ଏହା ବିପଦପୂର୍ଣ୍ଣ ଥିବାରୁ  ଘର  ଖାଲି କରିବାକୁ  ପ୍ରଶାସନ ଲୋକମାନଙ୍କୁ ଆଗରୁ […]

building

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 02:08 PM IST

ମୁମ୍ବାଇ: ମୁମ୍ବାଇର ଭିୱାଣ୍ଡି ଅଞ୍ଚଳରେ ଆଜି  ତିନି ମହଲା କୋଠା  ଭୁଶୁଡି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଲୋକ ଫସି ରହିଛନ୍ତି।  ଉଦ୍ଧାରକାରୀ ଦଳ  ପହଞ୍ଚି ୪ ଜଣ ଲୋକଙ୍କୁ  ଉଦ୍ଧାର କରିଛନ୍ତି।

ଭିୱାଣ୍ଡି ତହସିଲଦାର ବୈଶାଳୀ ଲଂବାତେ କହିଛନ୍ତି,“ଦମକଳ ବାହିନୀ  ଘଟଣାସ୍ଥଳରେ  ପହଞ୍ଚି ୪ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। କୋଠାଟି ବହୁ ପୁରୁଣା ହୋଇଯାଇଥିଲା। ରହିବା ପାଇଁ ଏହା ବିପଦପୂର୍ଣ୍ଣ ଥିବାରୁ  ଘର  ଖାଲି କରିବାକୁ  ପ୍ରଶାସନ ଲୋକମାନଙ୍କୁ ଆଗରୁ ନୋଟିସ୍‌ କରିଥିଲା।”

ସୂଚନାଯୋଗ୍ୟ, ଜୁଲାଇ ୩୧ ତାରିଖରେ ସହରରେ ପ୍ରବଳ ବର୍ଷା ଯୋଗୁଁ ଏକ ଦୁଇ ମହଲା ବିଶିଷ୍ଟ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ୪ ଶିଶୁ ଓ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୦ ଜଣ ଲୋକ ଆହତ ହୋଇଥିଲେ।

Related story