‘ଆରେ’ ଗଛକଟା ବିରୋଧରେ ଲଢ଼େଇ ଜାରି, ଥାଣେ ଜେଲ୍‌ ଯିବେ ୨୯ ଆନ୍ଦୋଳନକାରୀ

ମୁମ୍ୱାଇ:କ୍ରମବର୍ଦ୍ଧିଷ୍ଣୁ ମୁମ୍ୱାଇ ସହରର ଫୁସ୍‌ଫୁସ୍‌ କୁହାଯାଉଥିବା ‘ଆରେ’ କଲୋନୀରେ ହେବ ମେଟ୍ରୋ ଡିପୋ। ଏଥିପାଇଁ ୨୫୫୦ ଗଛ କଟାଯିବା ପଦକ୍ଷେପକୁ ନେଇ ବିବାଦ ଜାରି ରହିଛି। ବମ୍ୱେ ହୋଇକୋର୍ଟରେ ଗଛକଟା ଅଟକାଇବାକୁ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି। ବମ୍ୱେ ହାଇକୋର୍ଟ ସମସ୍ତ ଆବେଦନ ଖାରଜ କରିବାର କିଛି ସମୟ ପରେ ରାତି ଅଧରେ ପ୍ରଶାସନ ୨୦୦ ଗଛ କାଟିସାରିଛି। ତେବେ ଏହାକୁ ପରିବେଶବିତ୍‌, ବିଭିନ୍ନ ସାମାଜିକ ସଂଗଠନ, ସେଲିବ୍ରେଟି ଏବଂ ସ୍ଥାନୀୟ ଲୋକେ କଡ଼ା ବିରୋଧ କରୁଛନ୍ତି। […]

arrey

arrey

Subrat Kumar Nayak
  • Published: Saturday, 05 October 2019
  • Updated: 05 October 2019, 05:03 PM IST

Sports

Latest News

ମୁମ୍ୱାଇ:କ୍ରମବର୍ଦ୍ଧିଷ୍ଣୁ ମୁମ୍ୱାଇ ସହରର ଫୁସ୍‌ଫୁସ୍‌ କୁହାଯାଉଥିବା ‘ଆରେ’ କଲୋନୀରେ ହେବ ମେଟ୍ରୋ ଡିପୋ। ଏଥିପାଇଁ ୨୫୫୦ ଗଛ କଟାଯିବା ପଦକ୍ଷେପକୁ ନେଇ ବିବାଦ ଜାରି ରହିଛି। ବମ୍ୱେ ହୋଇକୋର୍ଟରେ ଗଛକଟା ଅଟକାଇବାକୁ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି। ବମ୍ୱେ ହାଇକୋର୍ଟ ସମସ୍ତ ଆବେଦନ ଖାରଜ କରିବାର କିଛି ସମୟ ପରେ ରାତି ଅଧରେ ପ୍ରଶାସନ ୨୦୦ ଗଛ କାଟିସାରିଛି। ତେବେ ଏହାକୁ ପରିବେଶବିତ୍‌, ବିଭିନ୍ନ ସାମାଜିକ ସଂଗଠନ, ସେଲିବ୍ରେଟି ଏବଂ ସ୍ଥାନୀୟ ଲୋକେ କଡ଼ା ବିରୋଧ କରୁଛନ୍ତି। ଗତ କାଲି ରାତିରେ ମଧ୍ୟ ଲୋକମାନେ ଗଛ କଟାଯାଉଥିବା ନେଇ ଜାଣିବା ପରେ ଘଟଣାସ୍ଥଳକୁ ଆସି ବିରୋଧ କରିଥିଲେ। ଏମିତିକି ପ୍ରସ୍ତାବିତ ମେଟ୍ରୋ ଡିପୋ ସ୍ଥଳୀକୁ କିଛି ଲୋକ ପଶିଯାଇ ହଙ୍ଗାମା କରିଥିଲେ।

ଏହାପରେ ପ୍ରଶାସନ ୨୦୦ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏପରିକି ୬ ଜଣ ମହିଳାଙ୍କ ସମେତ ୨୯ ଜଣଙ୍କୁ ଗିରଫ ମଧ୍ୟ କରାଯାଇସାରିଛି। ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବର୍ତ୍ତମାନ ସେମାନେ ଥାଣେ ଜେଲ୍‌ରେ ରହିବେ ବୋଲି ସୂଚନା ମିଳିଛି। ଏହାପରେ ମଧ୍ୟ ବିରୋଧ ଥମିବାର ନାଁ ନେଉନାହିଁ। ତେବେ ଏସବୁ ଭିତରେ ପ୍ରଶାସନ ମଧ୍ୟ ପୁଣି ଗଛକଟା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି।

ଗଛ କଟାଯାଉଥିବା ସ୍ଥାନରେ ପୁଲିସ ଏବେ ୧୪୪ ଲାଗୁ କରିବା ସହ ସୁରକ୍ଷା ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରିଛି। ସାଧାରଣ ଲୋକ, ମିଡିଆ କର୍ମୀ କାହାକୁ ଗଛ କାଟିବା ସ୍ଥାନକୁ ପ୍ରବେଶ କରାଯାଉନଥିବା ଜଣାପଡ଼ିଛି। କିଛି ଲୋକ ଆରେ କଲୋନୀ ବାହାରେ ପ୍ରଶାସନର ଏହି ଗଛ କଟା ନିଷ୍ପତ୍ତିକୁ ବିରୋଧ କରି ନାରାବାଜି ଜାରି ରଖିଛନ୍ତି।

ମହାରାଷ୍ଟ୍ରରେ ଚଳିତ ମାସ ବିଧାନସଭା ନିର୍ବାଚନ ରହିଛି। ବିଜେପି ଓ ଶିବେସନା ମେଣ୍ଟରେ ନିର୍ବାଚନ ଲଢ଼ୁଛନ୍ତି। ଆରେ କଲୋନୀରେ ଗଛ କଟାଯିବାକୁ ନେଇ ଶିବସନେ ମୁଖ୍ୟ ଉଦ୍ଧବ ଠାକରେ ଭିନ୍ନ ମତ ରଖିଛନ୍ତି। ଏତଦ୍‌ବ୍ୟତୀତ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ମଧ୍ୟ କଡ଼ା ମନୋଭାବ ପୋଷଣ କରିଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ସେ ଦାୟୀ କରିଛନ୍ତି। ସେ କହିଛନ୍ତି, ଆରେ କଲୋନୀରେ ଯାହା ଘଟୁଛି ତାକୁ ଦେଖିଲେ ଲାଗୁଛି ସରକାର ପ୍ଲାଷ୍ଟିକ୍‌ ପ୍ରଦୂଷଣ କଥା ନ କହିଲେ ଭଲ। ରାତି ଅଧରେ ପୁଲିସ୍‌ ଛାଉଣୀରେ ଏଭଳି ଗଛ କାଟିବା ଲଜ୍ଜାର ବିଷୟ। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ସରକାର ଗଠନ କଲେ ଗଛ ହତ୍ୟାକାରୀଙ୍କ କଥା ବୁଝାଯିବ। ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର, ଦୀୟା ମିର୍ଜା ଆଦି ଟ୍ୱିଟ୍‌ କରି ଗଛ କଟା ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ତେବେ ଗଛକଟା ସ୍ଥଳରେ ବିକ୍ଷୋଭ ସମୟରେ ମହିଳାଙ୍କ ସହ ଦୁର୍ବ୍ୟବହାର ହେଉଥିବା ଜିଗ୍ନେଶ ମେୱାନୀ ଅଭିଯୋଗ ଆଣିବା ସହ ଆଦିତ୍ୟଙ୍କୁ ସମାଲୋଚନା କରିଛନ୍ତି।

ତେବେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କିନ୍ତୁ ଏହି ଗଛକଟାକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ପରିବେଶଗତ ସମସ୍ୟାର ଦାୟିତ୍ୱ ନିଆଯିବ। ଗଛକାଟାକୁ ବିରୋଧ କରୁଥିବା ଲୋକଙ୍କୁ ଶାନ୍ତ ରହିବାକୁ ଆହ୍ୱାନ କରୁଛି। ଗଛକଟା ସପକ୍ଷରେ କୋର୍ଟ ନିର୍ଦ୍ଦେଶ ରହିଛି। ସରକାର ଏନେଇ କ’ଣ କରୁଛନ୍ତି ଆମକୁ ଦେଖିବାକୁ ହେବ। ପରିବେଶ ଦିଗ ପ୍ରତି ନିଶ୍ଚୟ ଯତ୍ନ ନିଆଯିବ।

ସେ କହିଥିଲେ, କୋର୍ଟ କହିସାରିଛନ୍ତି ଆରେ ଏକ ଜଙ୍ଗଲ ନୁହେଁ। ଦିଲ୍ଲୀର ମେଟ୍ରୋ ନିର୍ମାଣ ସମୟରେ ମଧ୍ୟ କିଛି ଗଛ କଟାକୁ ବିରୋଧ କରାଯାଇଥିଲା। କିନ୍ତୁ ଗୋଟିଏ ଗଛ ପାଇଁ ୫ଟି ଗଛ ଲଗାଇବାର ଯୋଜନା କରାଯାଇଥିଲା। ବିକାଶ ଏବଂ ପରିବେଶ ଏକା ସମୟରେ ଚାଲିବ। ଅନ୍ୟପକ୍ଷରେ ମୁମ୍ବାଇ ମେଟ୍ରୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି, ହାଇକୋର୍ଟଙ୍କ ରାୟ ପରେ ଗଛା କଟା ପାଇଁ ଆଉ ନୂଆ ନୋଟିସ୍‌ ଦରକାର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story