“ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ ଇଟାଲୀ-ଇରାନ୍ ପାଲଟିବ ଭାରତ”

ମୁମ୍ବାଇ: କରୋନା ଭାଇରସ୍ ବା କୋଭିଡ୍-୧୯ ଯେଉଁ ହାରରେ କାୟା ବିସ୍ତାର କରୁଛି ଭାରତ କିଛି ମାସ ମଧ୍ୟରେ ପ୍ରମୁଖ ବିର୍ପ୍ୟୟର ସାମ୍ନା କରିବ ବୋଲି ଚେତାଇ ଦେଇଛନ୍ତି ଜଣେ ମାଇକ୍ରୋବାୟୋଲୋଜିଷ୍ଟ। ସେ କହିଛନ୍ତି, ‘ଜନତା କର୍ଫ୍ୟୁ’ ଆଉ ୨ ସପ୍ତାହ ଲାଗୁ କରିବାର ଥିଲା। ଏବେଠୁ ସାବଧାନ ନ ହେଲେ ଇଟାଲୀ ଓ ଇରାନ୍‌ ପରି ସ୍ଥିତି ହେବ ବୋଲି ଭାରତରେ ମାଇକ୍ରୋବାୟୋଲୋଜିଷ୍ଟ ସୋସାଇଟିର ସଭାପତି ଏଏମ୍ ଦେଶମୁଖ ଏଭଳି ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, […]

deshmukh

Subrat Kumar Nayak
  • Published: Monday, 23 March 2020
  • , Updated: 23 March 2020, 06:09 PM IST

ମୁମ୍ବାଇ: କରୋନା ଭାଇରସ୍ ବା କୋଭିଡ୍-୧୯ ଯେଉଁ ହାରରେ କାୟା ବିସ୍ତାର କରୁଛି ଭାରତ କିଛି ମାସ ମଧ୍ୟରେ ପ୍ରମୁଖ ବିର୍ପ୍ୟୟର ସାମ୍ନା କରିବ ବୋଲି ଚେତାଇ ଦେଇଛନ୍ତି ଜଣେ ମାଇକ୍ରୋବାୟୋଲୋଜିଷ୍ଟ। ସେ କହିଛନ୍ତି, ‘ଜନତା କର୍ଫ୍ୟୁ’ ଆଉ ୨ ସପ୍ତାହ ଲାଗୁ କରିବାର ଥିଲା। ଏବେଠୁ ସାବଧାନ ନ ହେଲେ ଇଟାଲୀ ଓ ଇରାନ୍‌ ପରି ସ୍ଥିତି ହେବ ବୋଲି ଭାରତରେ ମାଇକ୍ରୋବାୟୋଲୋଜିଷ୍ଟ ସୋସାଇଟିର ସଭାପତି ଏଏମ୍ ଦେଶମୁଖ ଏଭଳି ଚିନ୍ତା ପ୍ରକଟ କରିଛନ୍ତି।

ସେ କହିଛନ୍ତି, “ଆମେ ଭାବୁଛୁ ଯଦି ସାମାଜିକ ଦୂରତାକୁ ଗୁରୁତ୍ୱର ସହ ପାଳନ କରାଯିବନି, ଏପ୍ରିଲ ଶେଷ ବେଳକୁ ହସ୍ପିଟାଲ ସବୁରେ ରୋଗୀ ଭର୍ତ୍ତି ହୋଇଯିବେ। ସ୍ଥିତିକୁ ଠିକରେ ପରିଚାଳନା କରିହେବନି।”

ଲୋକେ ସାମାଜିକ ଦୂରତାର ନିୟମ ସବୁକୁ ଯେଉଁଭଳି ବେଖାତିର କରୁଛନ୍ତି ଏବଂ ଖୋଲାରେ ଘୁରୁ ବୁଲୁଛନ୍ତି ତାହା ତାଙ୍କୁ ବ୍ୟଥିତ କରୁଥିବା ସେ କହିଛନ୍ତି। ସଂସ୍ପର୍ଶରେ ଆସିଲେ ବା କଣ୍ଟାକ୍ଟରେ ଆସିଲେ ଏହି ଭାଇରସ୍ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି।

ପୂର୍ବରୁ ମଧ୍ୟ ମାଇକ୍ରୋବାୟୋଲୋଜିଷ୍ଟ ସୋଶାଇଟି ଅଫ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ସ୍ମାରକପତ୍ର ଦେଇସାରିଛି। ସେମାନେ ଦାବି କରିଛନ୍ତି, ମାର୍ଚ୍ଚ ୨୨ର ‘ଜନତା କର୍ଫ୍ୟୁ’ର ଅବଧି ଆହୁରି ୧୪ ଦିନ ବଢ଼ାଇଦିଆଯାଉ।

ସୂଚନାଯୋଗ୍ୟ ଯେ, ଗତକାଲିର ‘ଜନତା କର୍ଫ୍ୟୁ’ ଅବସରରେ ଘରେ ରହି ବାଲକୋନୀ ବା ଝରକାରୁ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ମୋଦି ଆହ୍ୱାନ କରିଥିଲେ। କିନ୍ତୁ ଲୋକେ କଟକଣା ନମାନି ବାହାରେ ଆସି ଭିଡ଼ ଜମାଇ ଥାଳି ଓ ବାଦ୍ୟ ଆଦି ବଜାଇବା ଆରମ୍ଭ କରିଥିଲେ। ସାମାଜିକ ଦୂରତା ଅବଲମ୍ବନ କରିବା ବଦଳରେ ୫ରୁ ୧୦ ଏବଂ ତା’ଠାରୁ ଅଧିକ ଲୋକ ଏକାଠି ହୋଇଥିଲେ। ଏହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ତେବେ ଏହାକୁ ନେଇ ଦେଶମୁଖ କହିଛନ୍ତି, କୋଭିଡ୍-୧୯ ବାବଦରେ ୧୪ ଦିନରେ ସବୁକିଛି ଜଣାପଡ଼ିଯାଏ। ଏହା ପଜିଟିଭ୍ ବା ନେଗେଟିଭ୍ ଅଛି ସ୍ପଷ୍ଟ ହୋଇଯାଏ। ଏହାପରେ ଯାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଏ। ଆମେ ନିଶ୍ଚିତ ଯେ ଆଉ ୧୪ ଦିନ ‘ଜନତା କର୍ଫ୍ୟୁ’ ଲାଗୁ କଲେ ଆମେ କରୋନାର ପ୍ରଭାବ କମାଇ ଦେଇପାରିବା।

Related story