ରାଷ୍ଟ୍ରପତିଙ୍କୁ ଅସମ୍ମାନ; ଛିଡ଼ା ହେଲେନି ମନ୍ତ୍ରୀ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏକ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟି ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରୁଥିବା ବେଳେ କ୍ୟାବିନେଟ୍‌ ମନ୍ତ୍ରୀ ସତ୍ୟଦେବ ପଚୌରୀ ଚୌକିରେ ବସି ରହିଛନ୍ତି। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲକ୍ଷ୍ମୌ ସ୍ଥିତ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଆୟୋଜିତ ‘ୱାନ୍‌ ଡିଷ୍ଟ୍ରିକ୍‌ ୱାନ୍‌ ପ୍ରଡକ୍ଟ’ ସମ୍ମିଳନକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ […]

UP

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 11:35 AM IST

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏକ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟି ଚର୍ଚ୍ଚାର ବିଷୟ ପାଲଟିଛି।

ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରୁଥିବା ବେଳେ କ୍ୟାବିନେଟ୍‌ ମନ୍ତ୍ରୀ ସତ୍ୟଦେବ ପଚୌରୀ ଚୌକିରେ ବସି ରହିଛନ୍ତି।

ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲକ୍ଷ୍ମୌ ସ୍ଥିତ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଆୟୋଜିତ ‘ୱାନ୍‌ ଡିଷ୍ଟ୍ରିକ୍‌ ୱାନ୍‌ ପ୍ରଡକ୍ଟ’ ସମ୍ମିଳନକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ‌ଏକ ଉପଢ଼ୌକନ ଦେଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ରାଜ୍ୟପାଳ ରାମ୍ ନାଏକ ଓ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ନିଜ ନିଜ ସ୍ଥାନରେ ଛିଡ଼ା ହୋଇଥିଲେ। ତେବେ କ୍ୟାବିନେଟ୍ ମନ୍ତ୍ରୀ ସତ୍ୟଦେବ ପଚୌରୀ ନିଜ ଚୌକିରେ ସେମିତି ବସି ରହିଥିଲେ ଓ ପାଣି ପିଉଥିଲେ।

ମନ୍ତ୍ରୀଙ୍କ ଏହି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ ତାଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି।

ଏନେଇ ସମାଜବାଦୀ ପାର୍ଟି ନେତା  ସୁନୀଲ ସିଂହ ଯାଦବ ଟ୍ୱିଟ୍‌ କରି କହିଛନ୍ତି,“ବିଜେପି ନେତାଙ୍କ ହୀନ ମାନସିକତାକ ଦେଖନ୍ତୁ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଉଥିବା ବେଳେ ମନ୍ତ୍ରୀ ସତ୍ୟଦେବ ପଚୋରୀ ଚୌକିରୁ ହଲୁ ନାହାନ୍ତି।”

Related story