ଜାତୀୟ ଶିକ୍ଷା ନୀତି ବଦଳିଯିବା ପରେ କ'ଣ ରହିବ ଚ୍ୟାଲେଞ୍ଜ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଜୁଲାଇ ୨୯ରେ ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି-୨୦୨୦)କୁ ମଞ୍ଜୁରି ଦେଇଛି । ଏହା ଦେଶରେ ଉଭୟ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପରିବର୍ତ୍ତନ ଆଣିପାରିବ। ଏହା ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି ଯାହା ୩୪ ବର୍ଷ ପୁରୁଣା ଜାତୀୟ ଶିକ୍ଷା ନୀତି (ଏନପିଇ), ୧୯୮୬ ସ୍ଥାନରେ ଲାଗୁ ହେବ । ୨୦୩୦ ସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁରୂପ […]

EP2020

EP2020

Subhransu Sekhar
  • Published: Sunday, 02 August 2020
  • Updated: 02 August 2020, 03:36 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଜୁଲାଇ ୨୯ରେ ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି-୨୦୨୦)କୁ ମଞ୍ଜୁରି ଦେଇଛି । ଏହା ଦେଶରେ ଉଭୟ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପରିବର୍ତ୍ତନ ଆଣିପାରିବ। ଏହା ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି ଯାହା ୩୪ ବର୍ଷ ପୁରୁଣା ଜାତୀୟ ଶିକ୍ଷା ନୀତି (ଏନପିଇ), ୧୯୮୬ ସ୍ଥାନରେ ଲାଗୁ ହେବ । ୨୦୩୦ ସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁରୂପ ଏହି ଶିକ୍ଷା ନୀତିକୁ ପ୍ରସ୍ତୁତ କରାଯାଇଛି । ଏହି ନୀତି ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ନୀତି ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷାକୁ ଆହୁରି ସାମଗ୍ରିକ, ନମନୀୟ, ବହୁବିଷୟକ କରିବା ସହିତ ଏକବିଂଶ ଶତାବ୍ଦୀର ଆବଶ୍ୟକତାର ଆବଶ୍ୟକତା ପ୍ରତି ଧ୍ୟାନ ଦେବ । ଏହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଅଭିନବ ସାମର୍ଥ୍ୟକୁ ଆହୁରି ବିକଶିତ କରିବ।

ପ୍ରାକ ବିଦ୍ୟାଳୟରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ତରରେ ବିଦ୍ୟାଳୟ ଶିକ୍ଷାର ସାର୍ବଜନୀନ ପହଁଚ ସୁନିଶ୍ଚିତ କରିବା ଉପରେ ଏନଇପି ୨୦୨୦ରେ ଜୋର ଦିଆଯାଇଛି । ଭିତ୍ତିଭୂମି ସହାୟତା, ଅଭିନବ ଶିକ୍ଷା କେନ୍ଦ୍ର ମାଧ୍ୟମରେ ସ୍କୁଲ ଛାଡ଼ୁଥିବା ପିଲାମାନଙ୍କୁ ମୁଖ୍ୟଧାରାକୁ ଆଣିବା, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପାଠପଢ଼ା ସ୍ତରକୁ ନିରୀକ୍ଷଣ କରିବା, ଉଭୟ ଔପଚାରିକ ଏବଂ ଅନୌପଚାରିକ ଶିକ୍ଷା ପଦ୍ଧତି ମାଧ୍ୟମରେ ଅଧ୍ୟୟନର ବହୁମୁଖୀ ସୁବିଧା ଯୋଗାଇ ଦେବା, ବିଦ୍ୟାଳୟ ସହିତ ପରାମର୍ଶଦାତା ଓ ପ୍ରଶିକ୍ଷିତ ସମାଜସେବୀଙ୍କୁ ଯୋଡ଼ିବା, ଏନଆଇଓଏସ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମୁକ୍ତ ପାଠପଢ଼ା ବ୍ୟବସ୍ଥା, ଦଶମ ଓ ଦ୍ୱାଦଶ ଶ୍ରେଣୀ ସହିତ ସମାନ ମାଧ୍ୟମିକ ଶିକ୍ଷା କାର୍ଯ୍ୟକ୍ରମ, ଧନ୍ଦାମୂଳକ ପାଠ୍ୟକ୍ରମ, ପୌଢ଼ ଶିକ୍ଷା ଏବଂ ଜୀବନ ସମ୍ବର୍ଦ୍ଧନ କାର୍ଯ୍ୟକ୍ରମ ଆଦି କେତେକ ପ୍ରସ୍ତାବିତ ମାର୍ଗକଏହି ନୀତିରେ ଯୋଡ଼ାଯାଇଛି । ଏନଇପି ୨୦୨୦ ଅଧୀନରେ ପାଖାପାଖି ୨ କୋଟି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଧାରାକୁ ଅଣାଯିବ।

ଏହି ଶିକ୍ଷା ନୀତିରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି । ଏଥିପାଇଁ ବିଦ୍ୟାଳୟ ପୁରୁଣା ୧୦+୨ ପାଠଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଢାଂଚା ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ବୟସ ଯଥାକ୍ରମେ ୩-୮, ୮-୧୧, ୧୧-୧୪ ଏବଂ ୧୪-୧୮ ରଖାଯାଇଛି । ସାଧାରଣତଃ ୩-୬ ବର୍ଷ ବୟସ ଶିଶୁର ମେଧାଶକ୍ତି ବିକଶିତ ହେବାର ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ବିଶ୍ୱସ୍ତରରେ ଗ୍ରହଣ କରାଯାଇଛି । ପୂର୍ବରୁ ଏହି ବୟସବର୍ଗର ଶିଶୁଙ୍କୁ ଅବହେଳିତ କରାଯାଉଥିବା ବେଳେ ନୂଆ ଶିକ୍ଷା ନୀତିରେ ଏହି ବୟସର ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ନୂଆ ବ୍ୟବସ୍ଥାରେ ୧୨ ବର୍ଷର ବିଦ୍ୟାଳୟ ଶିକ୍ଷାଦାନ ସହିତ ତିନି ବର୍ଷର ଅଙ୍ଗନୱାଡ଼ି/ପ୍ରାକ ବିଦ୍ୟାଳୟ ଶିକ୍ଷାଦାନକୁ ସାମିଲ କରାଯାଇଛି ।

ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା ପାଇଁ ଏକ ଜାତୀୟ ପାଠ୍ୟଖସଡ଼ା ଏବଂ ଶିକ୍ଷା ଢାଂଚା (ଏନସିପିଇଇସିସିଇ) ପ୍ରସ୍ତୁତ କରିବାର ଦାୟିତ୍ୱ ଏନସିଇଆରଟିକୁ ଦିଆଯାଇଛି । ୮ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ଏହା ପ୍ରସ୍ତୁତ କରାଯିବ । ଅଙ୍ଗନୱାଡ଼ି ଏବଂ ପ୍ରାକ-ବିଦ୍ୟାଳୟ ସମେତ ଗୁରୁତ୍ୱପୂର୍ଣ୍ଣ ଭାବେ ସମ୍ପ୍ରସାରିତ ଓ ସୁଦୃଢ଼ ବ୍ୟବସ୍ଥା ମାଧ୍ୟମରେ ଇସିସିଇ ଯୋଗାଇ ଦିଆଯିବ । ଏଥିପାଇଁ ଶିକ୍ଷକ ଓ ଅନଙ୍ଗନୱାଡ଼ି କର୍ମୀମାନଙ୍କୁ ଇସିସିଇ ଶିକ୍ଷାବ୍ୟବସ୍ଥା ଓ ପାଠ୍ୟଖସଡ଼ାର ତାଲିମ ଦିଆଯିବ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ମିଳିତ ଭାବେ ଇସିସିଇର ଯୋଜନା ପ୍ରସ୍ତୁତ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବେ ।

ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ହାସଲକୁ ଏକ ଜରୁରି ଏବଂ ଅତ୍ୟାବଶ୍ୟକ ପ୍ରାକ ଶିକ୍ଷାଗ୍ରହଣ ଆବଶ୍ୟକତା ଭାବେ ବିବେଚନା କରି ଏନଇପି ୨୦୨୦ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏକ ଜାତୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମିଶନ ପ୍ରତିଷ୍ଠା କରିବା ଲାଗି ପ୍ରସ୍ତାବ ରହିଛି । ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷାଦାନ ନିମନ୍ତେ ରାଜ୍ୟଗୁଡ଼ିକ ୨୦୨୫ ସୁଦ୍ଧା ଯୋଜନା ପ୍ରସ୍ତୁତ କରିବେ । ଏକ ଜାତୀୟ ପୁସ୍ତକ ପ୍ରୋତ୍ସାହନ ନୀତି ଗଠନ କରାଯିବ ।

ବିଦ୍ୟାଳୟଗୁଡ଼ିକରେ ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ କରାଯିବ ଏବଂ ଏଥିରେ ଇଂଟର୍ଣ୍ଣସିପକୁ ସାମିଲ କରାଯିବ । ବିଦ୍ୟାଳୟ ଶିକ୍ଷା ପାଇଁ ଏକ ନୂଆ ଏବଂ ବିସ୍ତୃତ ଜାତୀୟ ପାଠ୍ୟଖସଡ଼ା ଢାଂଚା, ଏନସିଏଫଏସଇ ୨୦୨୦-୨୧ ଏନସିଇଆରଟି ଦ୍ୱାରା ବିକଶିତ କରାଯିବ ।

ନୂଆ ଶିକ୍ଷାନୀତିରେ ମାତୃଭାଷା ଭାଷା ଉପରେ ଗୁରୁତ୍ୱାରୋପ କରାଯାଇଛି । ଅତିକମରେ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଭାଷାରେ ପଢ଼ିବେ, କିନ୍ତୁ ଅଷ୍ଟମ ଶ୍ରେଣୀ ଓ ଏହା ଉପର ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ଛାତ୍ରଛାତ୍ରୀ ଏହି ଭାଷାରେ ପଢ଼ିପାରିବେ।

ଏନଇପି ୨୦୨୦ରେ ସଂକ୍ଷିପ୍ତ ଆକଳନ ବଦଳରେ ନିୟମିତ ଏବଂ ଗଠନମୂଳକ ଆକଳନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାକି ଅଧିକ ପ୍ରତିଦ୍ୱନ୍ଦ୍ୱିତା ଆଧାରିତ ହେବା ସହିତ ପାଠପଢ଼ା ଓ ବିକାଶକୁ ପ୍ରୋତ୍ସାହନ ଦେବ ।

ଶିକ୍ଷକମାନଙ୍କୁ ପ୍ରଭାବୀ ଏବଂ ପାରଦର୍ଶୀ ପ୍ରକ୍ରିୟା ଜରିଆରେ ନିଯୁକ୍ତି ଦିଆଯିବ । ପଦୋନ୍ନତି ଯୋଗ୍ୟତା ଆଧାରରେ ହେବ ଯେଉଁଥିରେ ବିଭିନ୍ନ ସ୍ରୋତରୁ ମଝି ମଝିରେ କାର୍ଯ୍ୟ ପ୍ରଦର୍ଶନ ଆକଳନ କରିବା ଏବଂ କ୍ୟାରିଅରରେ ଆଗକୁ ବଢ଼ି ଶିକ୍ଷା ପ୍ରଶାସକ ଏବଂ ଶିକ୍ଷା ବିଶାରଦ ହେବାର ବ୍ୟବସ୍ଥା ରହିବ । ଶିକ୍ଷକମାନଙ୍କ ଲାଗି ଜାତୀୟ ପେସାଦାର ମାନକ (ଏନପିଏସଟି) ଜାତୀୟ ଅଧ୍ୟାପକ ଶିକ୍ଷା ପରିଷଦ ଦ୍ୱାରା ୨୦୨୨ ସୁଦ୍ଧା ବିକଶିତ କରାଯିବ । ଏଥିପାଇଁ ଏନସିଇଆରଟି, ଏସସିଇଆରଟି, ଶିକ୍ଷକ ଏବଂ ସମସ୍ତ ସ୍ତର ଓ କ୍ଷେତ୍ରର ବିଶେଷଜ୍ଞ ସଂଗଠନଗୁଡ଼ିକର ପରାମର୍ଶ ନିଆଯିବ ।

ନମନୀୟ ପାଠ୍ୟକ୍ରମ, ବିଷୟଗୁଡ଼ିକର ସୃଜନଶୀଳ ସଂଯୋଜନ, ବ୍ୟବସାୟିକ ଶିକ୍ଷା ଏବଂ ଉପଯୁକ୍ତ ପ୍ରାମାଣିକରଣ ସହିତ ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ନୀତିରେ ସାମିଲ କରାଯାଇଛି । ଏଥିସହିତ ବ୍ୟାପକ, ବହୁବିଷୟକ, ସାମଗ୍ରିକ ସ୍ନାତକ ଶିକ୍ଷାର ପରିକଳ୍ପନା କରାଯାଇଛି । ସ୍ନାତକ ଶିକ୍ଷା ଅବଧି ମଧ୍ୟରେ ପାଠ ଛାଡ଼ିବାର ଏକାଧିକ ବିକଳ୍ପ ରହିବ  । ତିନି କିମ୍ବା ୪ ବର୍ଷର ଅବଧି ସହିତ ଏଥିରେ ଉପଯୁକ୍ତ ପ୍ରମାଣପତ୍ର (ସାର୍ଟିଫିକେଟ ପ୍ରଦାନ) ବ୍ୟବସ୍ଥା ରହିବ । ଉଦାହରଣସ୍ୱରୂପ ୧ ବର୍ଷ ପରେ ସାର୍ଟିଫିକେଟ, ୨ ବର୍ଷ ପରେ ଆଡଭାନ୍ସ ଡିପ୍ଲୋମା, ୩ ବର୍ଷ ପରେ ସ୍ନାତକ ଡିଗ୍ରୀ ଏବଂ ୪ ବର୍ଷ ପରେ ଗବେଷଣା ସହିତ ସ୍ନାତକ ସୁବିଧା ମିଳିବ ।

ବିଭିନ୍ନ ଏଚଇଆଇରୁ ଅର୍ଜନ କରାଯାଇଥିବା ଡିଜିଟାଲ ଏକାଡେମିକ କ୍ରେଡିଟ ଲାଗି ଏକ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟ ପ୍ରତିଷ୍ଠା କରାଯିବ । ଯାହାଦ୍ୱାରା ଏଗୁଡ଼ିକୁ ଅନ୍ତିମ ଡିଗ୍ରୀ ହାସଲ ସମୟରେ ହସ୍ତାନ୍ତର ଓ ଗଣନା କରାଯାଇପାରିବ ।

ଦେଶରେ ବୈଶ୍ୱିକ ମାନଦଣ୍ଡର ସର୍ବଶ୍ରେଷ୍ଠ ବହୁବିଷୟକ ଶିକ୍ଷା ମଡେଲ ରୂପରେ ଆଇଆଇଟି, ଆଇଆଇଏମ ସମକକ୍ଷ ବହୁବିଷୟକ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ (ଏମଇଆରୟୁ) ପ୍ରତିଷ୍ଠା କରାଯିବ ।

ସମ୍ପୂର୍ଣ୍ଣ ଉଚ୍ଚଶିକ୍ଷାରେ ଏକ ସୁଦୃଢ଼ ଗବେଷଣା ସଂସ୍କୃତି ତଥା ଗବେଷଣା କ୍ଷମତାକୁ ପ୍ରୋତ୍ସାହନ ଦେବା ଲାଗି ଏକ ଶିର୍ଷ ସଂସ୍ଥାନ ରୂପରେ ଜାତୀୟ ଗବେଷଣା ଫାଉଣ୍ଡେସନର ଗଠନ କରାଯିବ ।

ଚିକିତ୍ସା ଏବଂ ଆଇନ ଶିକ୍ଷାକୁ ଛାଡ଼ିଦେଲେ ସମସ୍ତ ଉଚ୍ଚ ଶିକ୍ଷା ଲାଗି ଗୋଟିଏ ଏକକ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟାପକ ସଂସ୍ଥାନ ରୂପରେ ଭାରତ ଉଚ୍ଚ ଶିକ୍ଷା ଆୟୋଗ (ଏଚଇସିଆଇ) ଗଠନ କରାଯିବ । ଏଚଇସିଆଇର ଚାରିଟି ସ୍ୱତନ୍ତ୍ର ବିଭାଗ ରହିବ- ନିୟନ୍ତ୍ରଣ ଲାଗି ଜାତୀୟ ଉଚ୍ଚତର ଶିକ୍ଷା ନିୟାମକୀୟ ପରିଷଦ (ଏନଏଚଇଆରସି), ମାନକ ନିର୍ଦ୍ଧାରଣ ଲାଗି ସାଧାରଣ ଶିକ୍ଷା ପରିଷଦ (ଜିଇସି), ଅର୍ଥଯୋଗାଣ ନିମନ୍ତେ ଉଚ୍ଚତର ଶିକ୍ଷା ଅନୁଦାନ ପରିଷଦ (ଏଚଇଜିସି) ଏବଂ ମାନ୍ୟତା ପ୍ରଦାନ ଲାଗି ଜାତୀୟ ମାନ୍ୟତା ପ୍ରଦାନ ପରିଷଦ (ଏନଏସି) । ଏଚଇସିଆଇ ପ୍ରଯୁକ୍ତି ଜରିଆରେ ଫେସଲେସ ହସ୍ତକ୍ଷେପ ମାଧ୍ୟମରେ କାର୍ଯ୍ୟ କରିବ ଏବଂ ଏହା ନିକଟରେ ନିୟମ ତଥା ମାନକର ଅନୁପାଳନ କରୁନଥିବା ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକୁ ଦଣ୍ଡିତ କରିବାର  କ୍ଷମତା ରହିବ । ସରକାରୀ ଏବଂ ଘରୋଇ ଉଚ୍ଚତର ଶିକ୍ଷା ସଂସ୍ଥାନ ନିୟନ୍ତ୍ରଣ, ମାନ୍ୟତା ପ୍ରଦାନ ଏବଂ ଏକାଡେମିକ ମାନକର ଏହି ସମୂହ ଦ୍ୱାରା ପରିଚାଳିତ ହେବେ ।

ଉଚ୍ଚତର ଶିକ୍ଷା ସଂସ୍ଥାନଗୁଡ଼ିକୁ ଉଚ୍ଚ ଗୁଣବତାପୂର୍ଣ୍ଣ ଶିକ୍ଷାଦାନ, ଗବେଷଣା ଏବଂ ସାମଗ୍ରୀକ ଭାଗିଦାରୀ ଉପଲବ୍ଧ କରାଇବା ଜରିଆରେ ବଡ଼, ସାଧନ ସମ୍ପନ୍ନ, ଗତିଶୀଳ ବହୁ ବିଷୟକ ସଂସ୍ଥାନରେ ରୂପାନ୍ତରିତ କରାଯିବ । ବିଶ୍ୱବିଦ୍ୟାଳୟଗୁଡ଼ିକର ପରିଭାଷାରେ ସଂସ୍ଥାନଗୁଡ଼ିକର ଏକ ବିସ୍ତୃତ ଶ୍ରେଣୀ ରହିବ ଯେଉଁଥିରେ ଗବେଷଣା କେନ୍ଦ୍ରୀତ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ଶିକ୍ଷାଦାନ କେନ୍ଦ୍ରିତ ବିଶ୍ୱବିଦ୍ୟାଳୟ ତଥା ସ୍ୱୟଂଶାସିତ ଡିଗ୍ରୀ ପ୍ରଦାନ କରୁଥିବା ମହାବିଦ୍ୟାଳୟଗୁଡ଼ିକୁ ସାମିଲ କରାଯିବ ।

ମହାବିଦ୍ୟାଳୟଗୁଡ଼ିକର ମାନ୍ୟତା ୧୫ ବର୍ଷର ପର୍ଯ୍ୟାୟବଦ୍ଧ ଢଙ୍ଗରେ ଶେଷ ହୋଇଯିବ ତଥା ମହାବିଦ୍ୟାଳୟଗୁଡ଼ିକୁ କ୍ରମିକ ସ୍ୱାୟତତା ପ୍ରଦାନ କରିବା ଲାଗି ଏକ ରାଜ୍ୟୱାରୀ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ । ଆଶା କରାଯାଉଛି ଯେ କିଛି ସମୟ ପରେ ପ୍ରତ୍ୟେକ ମହାବିଦ୍ୟାଳୟ ଏକ ସ୍ୱୟଂଶାସିତ ଡିଗ୍ରୀ ପ୍ରଦାନକାରୀ ମହାବିଦ୍ୟାଳୟରେ ବିକଶିତ ହୋଇଯିବେ କିମ୍ବା କୌଣସି ବିଶ୍ୱବିଦ୍ୟାଳୟର ସଂଘଟକ ମହାବିଦ୍ୟାଳୟରେ ପରିଣତ ହୋଇଯିବେ ।

ଏସସି, ଏସଟି, ଓବିସି ଏବଂ ଅନ୍ୟ ସ୍ୱତନ୍ତ୍ର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ପ୍ରୋତ୍ସାହନ ଦେବାର ପ୍ରୟାସ କରାଯିବ । ଛାତ୍ରବୃତି ପ୍ରାପ୍ତ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରଗତିକୁ ସମର୍ଥନ ପ୍ରଦାନ କରିବା, ସେମାନଙ୍କୁ ପ୍ରୋତ୍ସାହନ ଦେବା ଏବଂ ସେମାନଙ୍କର ପ୍ରଗତିକୁ ଅନୁଧ୍ୟାନ କରିବା ଲାଗି ଜାତୀୟ ଛାତ୍ରବୃତି ପୋର୍ଟାଲର ସମ୍ପ୍ରସାରଣ କରାଯିବ । ଘରୋଇ ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଅଧିକ ସଂଖ୍ୟାରେ ମାଗଣା ଶିକ୍ଷାଦାନ ଓ ଛାତ୍ରବୃତି ଦେବା ଲାଗି ପ୍ରୋତ୍ସାହିତ କରାଯିବ ।

ସୂଚନାଯୋଗ୍ୟ, ଏକ ଅଭୂତପୂର୍ବ ବିଚାରଆଲୋଚନା ପ୍ରକ୍ରିୟା ପରେ ଏନଇପି ୨୦୨୦କୁ ପ୍ରସ୍ତୁତ କରାଯାଇଛି । ଏଥିରେ ୨.୫ ଲକ୍ଷ ଗ୍ରାମ ପଂଚାୟତ, ୬୦୦୦ ବ୍ଲକ, ୬୦୦୦ ସହରାଂଚଳ ପ୍ରଶାସନ, ୬୭୬ଟି ଜିଲ୍ଲାରୁ ୨ ଲକ୍ଷରୁ ଅଧିକ ପରାମର୍ଶ ଗ୍ରହଣ କରାଯାଇଥିଲା ।  ଜାନୁଆରୀ ୨୦୧୫ ପରଠାରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ଅଭୂତପୂର୍ବ, ସମାବେଶୀ ଏବଂ ଉଚ୍ଚସ୍ତରର ଅଂଶଗ୍ରହଣକାରୀ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ମେ ୨୦୧୬ରେ ପୂର୍ବତନ କ୍ୟାବିନେଟ ସଚିବ ସ୍ୱର୍ଗତ ଶ୍ରୀ ଟିଏସଆର ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଗଠିତ “ନୂତନ ଶିକ୍ଷା ନୀତି ବିକାଶ ସମିତି” ଏହାର ରିପୋର୍ଟ ଦାଖଲ କରିଥିଲା । ଏହାକୁ ଆଧାର କରି ମନ୍ତ୍ରଣାଳୟ ପକ୍ଷରୁ “ଜାତୀୟ ଶିକ୍ଷା ନୀତି, ୨୦୧୬ର ଡ୍ରାଫ୍ଟ ପାଇଁ କେତେକ ଇନପୁଟ ଦେଇଥିଲା । ଜୁନ ୨୦୧୭ରେ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତି ପାଇଁ ଏକ ସମିତି ଗଠନ କରାଯାଇଥିଲା ।

ବିଶିଷ୍ଟ ବୈଜ୍ଞାନିକ ପଦ୍ମବିଭୂଷଣ, ଡ. କେ. କସ୍ତୁରିରଙ୍ଗନଙ୍କ ଅଧ୍ୟକ୍ଷତାରେ ଏହି ସମିତି ଗଠିତ ହୋଇଥିଲା । ଏହି ସମିତି ୩୧ ମେ, ୨୦୧୯ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଜାତୀୟ ଶିକ୍ଷା ନୀତିର ଡ୍ରାଫ୍ଟ ପ୍ରଦାନ କରିଥିଲା ।

https://www.youtube.com/watch?v=H_56RHX8xlQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story