'ନିକମା' ଭଳି ଶବ୍ଦକୁ ଭୁଲି ଆଗକୁ ବଢ଼ିପାରିବେ ତ ସଚିନ ପାଇଲଟ?

ଜୟପୁର: ରାଜସ୍ଥାନରେ ଦୀର୍ଘ ଦିନର ରାଜନୀତିକ ନାଟକ ପରେ ସଚିନ୍ ପାଇଲଟ୍ ପୁଣି ଥରେ କଂଗ୍ରେସକୁ କମବ୍ୟାକ କରିଛନ୍ତି। ଦୀର୍ଘ ଦିନ ଧରି ସେ ରାଜ୍ୟ ବାହାରେ ନିଜ ସମର୍ଥକ ବିଧାୟକଙ୍କୁ ଧରି ରହିବା ପରେ ମଙ୍ଗଳବାର ଜୟପୁର ଫେରିବା ପରେ ପାଇଲଟ୍ କହିଛନ୍ତି, ସେ ନିଜର କାର୍ଯ୍ୟ ଜାରି ରଖିବେ ଏବଂ ରାଜ୍ୟରେ ଦଳ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ହେଲେ ବିବାଦ ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ଶବ୍ଦ […]

sachin

sachin

Subhransu Sekhar
  • Published: Tuesday, 11 August 2020
  • Updated: 12 August 2020, 01:42 PM IST

Sports

Latest News

ଜୟପୁର: ରାଜସ୍ଥାନରେ ଦୀର୍ଘ ଦିନର ରାଜନୀତିକ ନାଟକ ପରେ ସଚିନ୍ ପାଇଲଟ୍ ପୁଣି ଥରେ କଂଗ୍ରେସକୁ କମବ୍ୟାକ କରିଛନ୍ତି। ଦୀର୍ଘ ଦିନ ଧରି ସେ ରାଜ୍ୟ ବାହାରେ ନିଜ ସମର୍ଥକ ବିଧାୟକଙ୍କୁ ଧରି ରହିବା ପରେ ମଙ୍ଗଳବାର ଜୟପୁର ଫେରିବା ପରେ ପାଇଲଟ୍ କହିଛନ୍ତି, ସେ ନିଜର କାର୍ଯ୍ୟ ଜାରି ରଖିବେ ଏବଂ ରାଜ୍ୟରେ ଦଳ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ହେଲେ ବିବାଦ ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ଶବ୍ଦ ଗୁଡ଼ିକୁ ଭୁଲିଯିବା ସହଜ ହେବ ନାହିଁ। କାରଣ ଅଶୋକ ଗେହଲଟ୍ ସର୍ବସାଧାରଣରେ କହିଥିଲେ ସଚିନ ପାଇଲଟ ହେଉଛନ୍ତି ନିକମା, ଅଦରକାରୀ। ରାଜ୍ୟ ପାଇଁ ସେ କିଛି କରି ନାହାନ୍ତି। ସେ କେବଳ ଭଲ ଇଂରାଜୀ କହିପାରୁଥିବା ଏବଂ ସୁନ୍ଦର ଦେଖାଯାଉଥିବା ନେତା।

୨୦୧୩ରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ଥିବା ବେଳେ ସଚିନ ପାଇଲଟଙ୍କୁ ରାଜସ୍ଥାନ କଂଗ୍ରେସର ସଭାପତି ଭାବରେ ଦାୟିତ୍ୱ ଦିଆଯାଇଥିଲା। ଏହାପରେ ପାଇଲଟ ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ ଜାରି ରଖିଥିଲେ। କିନ୍ତୁ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜି ମାରିବା ପରେ ​​ଦଳ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଆସନରେ କଂଗ୍ରେସ ବସାଇଥିଲା। ତେବେ ଏହାକୁ ନେଇ ମଧ୍ୟ ବିବାଦ ଲାଗି ରହିଥିଲା। ଯାହାର ପରିଣାମ ମାସେ ହେବ ଦେଖିବାକୁ ମିଳିଥିଲା। ଏମିତିକି ରାଜ୍ୟରୁ କଂଗ୍ରେସ କ୍ଷମତାଚ୍ୟୁତ ହୋଇପାରେ ବୋଲି ଆକଳନ କରାଯାଉଥିଲା।

ତେବେ ବିଜେପି ବ୍ୟାକଫୁଟରେ ରହିବା, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ସିଧାସଳଖ ପାଇଲଟଙ୍କ ସହିତ କଥାବାର୍ତ୍ତା କରିବା ପରେ ସଚିନ ଟିକିଏ ଆଶ୍ୱସ୍ତ ବୋଲି ଆକଳନ କରାଯାଉଛି। ହେଲେ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଜାରି ରହିଥିବା ଜଣାପଡ଼ୁଛି। କାରଣ ମଙ୍ଗଳବାର ପାଇଲଟ ଜୟପୁର ପହଞ୍ଚିବା ପରେ ଗେହଲଟ କ୍ୟାମ୍ପ ନିରବ ରହିଛି।

ଅନ୍ୟପଟେ ଅଶୋକ ଗେହଲଟ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ସଚିନ ପାଇଲଟଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ। ଉଭୟଙ୍କ ମଧ୍ୟରେ ସମୀକରଣ ଠିକ୍ ନାହିଁ।

ଦୁଇ ଦଳୀୟ ହେବିଓ୍ୱେଟଙ୍କ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ସଚିନଙ୍କ କ୍ଷମତା ଏବଂ ବୟସକୁ ନେଇ ଗେହଲଟ ବ୍ୟକ୍ତିଗତ ଭାବରେ ସମାଲୋଚନା କରିଥିଲେ। ଏହାପରେ ରାଜସ୍ଥାନ କଂଗ୍ରେସର ଏହି ଦୁଇ ହେବିଓ୍ୱେଟଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଥିଲା। ଏମିତିକି ସଚିନ ପାଇଲଟଙ୍କ ସମର୍ଥକଙ୍କ ବିରୋଧରେ ଗେହଲଟ ସରକାର ଏଫଆଇଆର ରୁଜୁ କରିଥିଲେ।

ଅନ୍ୟପଟେ ପାଇଲଟ ଜୟପୁର ପହଞ୍ଚିବା ପରେ କହିଛନ୍ତି, “ଆମେ ଦୀର୍ଘ ଦିନ ଧରି କଂଗ୍ରେସର ସଦସ୍ୟ ରହିଛୁ। ଆମେ କିଛି ପ୍ରସଙ୍ଗ ଉଠାଇଥିଲୁ। ଆମେ ହାଇକମାଣ୍ଡ ସହିତ ଏହି ପ୍ରସଙ୍ଗ ଗୁଡିକ ମଧ୍ୟ ଉଠାଇଥିଲୁ। ମୋର ସହକର୍ମୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ରାଜସ୍ଥାନ ସରକାର ଯେଉଁଭଳି ନିଷ୍ପତ୍ତି ନେଇଥିଲେ ତାହା ଆବଶ୍ୟକ ନଥିଲା।  ଆମେ ସ୍ପଷ୍ଟ କରିଛୁ ଯେ ହାଇ କମାଣ୍ଡ ସହିତ ଆମେ ଏହି ପ୍ରସଙ୍ଗ ଉଠାଇଛୁ”।

ପାଇଲଟ ଆହୁରି କହିଛନ୍ତି “ମୁଁ ବିଜେପିରୁ ଟଙ୍କା ନେଇଥିବା ନେଇ କିଛି ବ୍ୟକ୍ତି ଅଭିଯୋଗ କରିବା ସହଜ। ବାସ୍ତବରେ ଏଭଳି ଚର୍ଚ୍ଚା ହେବା ସ୍ୱାଭାବିକ। କିନ୍ତୁ ବିଜେପିକୁ ସୁହାଇବା ଭଳି ମୁଁ କିଛି କରିନାହିଁ। ଗାନ୍ଧି ପରିବାର ସହ କଥା ହେବାବେଳେ ମୁଁ ମୋର ସମସ୍ତ ଦାବି ରଖିଛି”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story