କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା

ଲଣ୍ଡନ: ମହାମାରୀ କରୋନା ଭାଇରସ କେବଳ ସାଧାରଣ ଲୋକଙ୍କୁ ଯେ ଆକ୍ରାନ୍ତ କରୁଛି ତାହା ନୁହେଁ, ବହୁ ବିଶିଷ୍ଟ ଓ ପ୍ରଭାବଶାଳୀ ଲୋକମାନେ ମଧ୍ୟ କରୋନା ପଞ୍ଝାରେ ଫସିଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଗୁରୁବାର ଦିନ ଟ୍ରୁଡୋଙ୍କ ପତ୍ନୀ ଶୋଫିଆଙ୍କ ରକ୍ତ ନମୁନାର ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ପତ୍ନୀଙ୍କୁ କରୋନା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ମଧ୍ୟ ଏହି ଭାଇରସ କବଳିତ କରିବାର ଆଶଙ୍କା ରହିଛି। […]

d

Hemant Lenka
  • Published: Friday, 13 March 2020
  • , Updated: 13 March 2020, 03:19 PM IST

ଲଣ୍ଡନ: ମହାମାରୀ କରୋନା ଭାଇରସ କେବଳ ସାଧାରଣ ଲୋକଙ୍କୁ ଯେ ଆକ୍ରାନ୍ତ କରୁଛି ତାହା ନୁହେଁ, ବହୁ ବିଶିଷ୍ଟ ଓ ପ୍ରଭାବଶାଳୀ ଲୋକମାନେ ମଧ୍ୟ କରୋନା ପଞ୍ଝାରେ ଫସିଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଗୁରୁବାର ଦିନ ଟ୍ରୁଡୋଙ୍କ ପତ୍ନୀ ଶୋଫିଆଙ୍କ ରକ୍ତ ନମୁନାର ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି।

ପତ୍ନୀଙ୍କୁ କରୋନା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ମଧ୍ୟ ଏହି ଭାଇରସ କବଳିତ କରିବାର ଆଶଙ୍କା ରହିଛି। ତେଣୁ ଦୁଇ ସପ୍ତାହ ପାଇଁ ଟ୍ରୁଡୋଙ୍କୁ ଆଇସୋଲେସନରେ ରଖାଯିବାକୁ ନିଷ୍ପତ୍ତି ହୋଇଛି।

ଶୋଫିଆ ନିକଟରେ ଲଣ୍ଡନରୁ ଫେରିଥିଲେ। ଏହାପରେ ତାଙ୍କ ଶରୀରରେ ଫ୍ଲୁ ସିମଟମ୍ସ ଦେଖିବାକୁ ମିଳିଥିଲା। ଶେଷରେ ସେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହେବାରୁ ତାଙ୍କର କରୋନା ଭାଇରସ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି।

ତେବେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଶରୀର ସୁସ୍ଥ ରହିଛି ଏବଂ ସେ କୌଣସି ପ୍ରକାରର ଫ୍ଲୁ ରୋଗରେ ପୀଡ଼ିତା ନାହାନ୍ତି। ତଥାପି ପ୍ରତିଷେଧକ ମୂଳକ ବ୍ୟବସ୍ଥା ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ୧୪ ଦିନ ପାଇଁ ଆଇସୋଲେସନରେ ରଖାଯାଇଛି।

ସେହିପରି ଶୋଫିଆଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କାନାଡାରେ ଏଯାଏ ୧୪୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ ଏଥିରେ ପ୍ରାଣ ହରାଇଛନ୍ତି।

Related story