ତୁର୍କୀରେ କାର ବୋମା ବିସ୍ଫୋରଣ, ୪ ମୃତ

ଇସ୍ତାନବୁଲ୍‌: ତୁର୍କୀ ଦକ୍ଷିରାଞ୍ଚଳରେ ଇଜମୀ ସହରର କୋର୍ଟ ବାହାରେ ଥିବା ପୋଲିସ୍‌ ଚେକ୍‌ପୋଷ୍ଟ ନିକଟରେ ଆଜି ଏକ କାର ବୋମା ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩ ଜଣ ପୋଲିସ୍‌କର୍ମଚାରୀ ଥିବା ଜଣାପଡ଼ିଛି। ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ଆକ୍ରମଣକାରୀ, ଜଣ ବରିଷ୍ଠ ଅଧିକାରୀ ଓ ଜଣେ ପୋଲିସ୍‌ […]

Car bomb kills 4 in Turkey

Rakesh Mallick
  • Published: Thursday, 05 January 2017
  • , Updated: 04 May 2017, 03:44 PM IST

ଇସ୍ତାନବୁଲ୍‌: ତୁର୍କୀ ଦକ୍ଷିରାଞ୍ଚଳରେ ଇଜମୀ ସହରର କୋର୍ଟ ବାହାରେ ଥିବା ପୋଲିସ୍‌ ଚେକ୍‌ପୋଷ୍ଟ ନିକଟରେ ଆଜି ଏକ କାର ବୋମା ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩ ଜଣ ପୋଲିସ୍‌କର୍ମଚାରୀ ଥିବା ଜଣାପଡ଼ିଛି।

ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ଆକ୍ରମଣକାରୀ, ଜଣ ବରିଷ୍ଠ ଅଧିକାରୀ ଓ ଜଣେ ପୋଲିସ୍‌ କର୍ମଚାରୀ ଅଛନ୍ତି।

ଇଜମୀର ପୋଲିସ୍‌ ଘଟଣାସ୍ଥଳରୁ ରୁଷରେ ତିଆରି ଦୁଇଟି ରାଇଫଲ, ୮ଟି ହାତ ବୋମା ଓ ୮ଟି ରକେଟ ଲଞ୍ଚର ଜବତ କରିଛି। କିଏ ଏହି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ।

Related story