ବାଇକ୍ ଚଳାଇବା ବେଳେ ବ୍ରେକ୍ ଉପରେ ଗୋଡ଼ ରଖୁଛନ୍ତି କି!

ନୂଆଦିଲ୍ଲୀ: ଆମ ଭିତରେ ଏମିତି କିଛି ଲୋକ ଥାଆନ୍ତି ଯିଏ କି ବାଇକ୍‌ ଚଳାଇବା ସମୟରେ ବ୍ରେକ୍‌ ଉପରେ ଗୋଡ଼ ରଖିଥାନ୍ତି। ସେମାନଙ୍କୁ ଲାଗେ କୌଣସି ଜରୁରୀ ପରିସ୍ଥିତିରେ ବ୍ରେକ୍‌ ଲଗାଇ ପାରିବେ। କିଛି ଲୋକଙ୍କର ଏପରି କରିବା ଏକ ଅଭ୍ୟାସ, ଅନ୍ୟ କିଛି ଲୋକ ନିଜର ସୁରକ୍ଷା ପାଇଁ ଏପରି କରିଥାନ୍ତି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା, କାରଣ ଯାହା ବି ହେଉ, ବ୍ରେକ୍‌ ଉପରେ ଗୋଡ଼ ରଖିବା ଆପଣଙ୍କ ବାଇକ୍‌ ପାଇଁ କ୍ଷତିକାରକ […]

22_06_2018-bike_tips_18110020

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 04:17 PM IST

ନୂଆଦିଲ୍ଲୀ: ଆମ ଭିତରେ ଏମିତି କିଛି ଲୋକ ଥାଆନ୍ତି ଯିଏ କି ବାଇକ୍‌ ଚଳାଇବା ସମୟରେ ବ୍ରେକ୍‌ ଉପରେ ଗୋଡ଼ ରଖିଥାନ୍ତି। ସେମାନଙ୍କୁ ଲାଗେ କୌଣସି ଜରୁରୀ ପରିସ୍ଥିତିରେ ବ୍ରେକ୍‌ ଲଗାଇ ପାରିବେ। କିଛି ଲୋକଙ୍କର ଏପରି କରିବା ଏକ ଅଭ୍ୟାସ, ଅନ୍ୟ କିଛି ଲୋକ ନିଜର ସୁରକ୍ଷା ପାଇଁ ଏପରି କରିଥାନ୍ତି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା, କାରଣ ଯାହା ବି ହେଉ, ବ୍ରେକ୍‌ ଉପରେ ଗୋଡ଼ ରଖିବା ଆପଣଙ୍କ ବାଇକ୍‌ ପାଇଁ କ୍ଷତିକାରକ ହୋଇପାରେ।

ହୁଏ ଏହି ସବୁ କ୍ଷତି

-ବ୍ରେକ୍‌ ଉପରେ ଗୋଡ ରଖିଲେ ଏହା ବେଳେବେଳେ ଅସାବଧାନତା ବଶତଃ ଚାପି ହୋଇ ଯାଇଥାଏ। ତେଣୁ ବାଇକ୍‌ର ସ୍ପିଡ଼୍‌ ଉପରେ ପ୍ରଭାବ ପଡ଼ିଥାଏ।

-ବ୍ରେକ୍‌ ଉପରେ ଗୋଡ଼ ରଖିବା ଯୋଗୁଁ ବ୍ରେକ୍‌ ସୁ ଗରମ ହୋଇଥାଏ ଏବଂ ଏହାର ଗ୍ରିପ୍ ଢ଼ିଲା ହୋଇଯାଇଥାଏ। ଏଥିଯୋଗୁଁ ବ୍ରେକ୍‌ ମଧ୍ୟ ଢ଼ିଲା ହୋଇଥାଏ ଫଳରେ ଠିକ୍‌ରେ ଲାଗେନି।

-ଆପଣ ଲକ୍ଷ୍ୟ କରିବେ, କିଛିଦିନ ପର୍ଯ୍ୟନ୍ତ ବ୍ରେକ୍‌ ଠିକ୍‌ ରହିପାରେ କିନ୍ତୁ ପରେ ଏହା ଖରାପ ହୋଇଯାଏ। ବ୍ରେକ୍‌ ଉପରେ ଗୋଡ଼ ରଖିବା ହେତୁ ଏପରି ହୋଇଥାଏ।

-ବ୍ରେକ୍‌ ଉପରେ ଗୋଡ଼ ରଖିଲେ ଇଞ୍ଜିନ୍‌ ଉପରେ ପ୍ରଭାବ ପଡ଼ିବା ସହ ପ୍ରେସର ମଧ୍ୟ ପଡ଼ିଥାଏ। ଏହା ହେବା ଦ୍ୱାରା ବାଇକ୍‌ର ମାଇଲେଜ୍‌ କମ୍‌ ହୋଇଥାଏ।

ଏଥିପାଇଁ ବାଇକ୍‌ ଚଳାଇବା ସମୟରେ ବ୍ରେକ୍‌ ଉପରେ ଗୋଡ଼ ରଖନ୍ତୁ ନାହିଁ।

କେମିତି ରଖିବେ ବାଇକ୍‌ରେ ଗୋଡ଼?

ଏ ପର୍ଯ୍ୟନ୍ତ ଆପଣ ଜାଣିପାରିଲେ କି ବ୍ରେକ୍‌ ଉପରେ ଗୋଡ଼ ରଖିବା ଉଚିତ୍‌ ନୁହେଁ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଗୋଡ଼ ରଖିବେ କିପରି?

-ଆପଣଙ୍କ ପାଦର ପୁରା ଓଜନ ବ୍ରେକ୍‌ ଫୁଟ୍‌ ଉପରେ ରଖନ୍ତୁ ଏବଂ ପଞ୍ଝାକୁ ବ୍ରେକ୍‌ ସାଇଡ଼୍‌ରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ପାଦ ବ୍ରେକ୍‌ ଆରାମରେ ବ୍ରେକ୍‌ ଉପରେ ପହଞ୍ଚିପାରିବ ଏବଂ ବାରବାର ବ୍ରେକ୍‌ ମଧ୍ୟ ଚାପି ହେବ ନାହିଁ।

-ଏହା ହାତ ବ୍ରେକ୍‌ ପରି ହିଁ ହୋଇଥାଏ। ଚାଳକ ହାତ ବ୍ରେକ୍‌ ବାରବାର ବ୍ୟବହାର କରେନାହିଁ। ଯେବେ ଦରକାର ପଡ଼ିଥାଏ  ବ୍ୟବହାର କରିଥାଏ। ଏହିପରି ପାଦ ବ୍ରେକ୍‌ର ମଧ୍ୟ ବ୍ୟବହାର କରିବା ଉଚିତ୍‌।

Related story