ସମୁଦ୍ରରେ ଭାସିଗଲା କାର୍‌, ଦେଖନ୍ତୁ ଭିଡିଓ

ପାଲଘର: ମହାରାଷ୍ଟ୍ରର ପାଲଘର ଜିଲ୍ଲା ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ସମୁଦ୍ରକୂଳରେ ଗାଡ଼ି ଚଳାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ କାର୍‌ଟି ସମୁଦ୍ର ଜୁଆରରେ ଭାସି ଯାଇଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। କାର୍‌ଟି କୂଳରେ ଯାଉଥିବା ବେଳେ ହଠାତ୍‌ ବାଲିରେ ଫସି ଯାଇଥିଲା। ଏହାପରେ ବଡ଼ ଜୁଆରରେ ମାଡ଼ରେ ଏହା ସମୁଦ୍ର ଭିତରକୁ ଚାଲିଯାଇଥିଲା। କାର୍‌ଟି ପାଣିରେ ବୁଡ଼ିବା […]

yy

Hemant Lenka
  • Published: Monday, 10 June 2019
  • , Updated: 10 June 2019, 05:41 PM IST

ପାଲଘର: ମହାରାଷ୍ଟ୍ରର ପାଲଘର ଜିଲ୍ଲା ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ସମୁଦ୍ରକୂଳରେ ଗାଡ଼ି ଚଳାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ କାର୍‌ଟି ସମୁଦ୍ର ଜୁଆରରେ ଭାସି ଯାଇଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। କାର୍‌ଟି କୂଳରେ ଯାଉଥିବା ବେଳେ ହଠାତ୍‌ ବାଲିରେ ଫସି ଯାଇଥିଲା। ଏହାପରେ ବଡ଼ ଜୁଆରରେ ମାଡ଼ରେ ଏହା ସମୁଦ୍ର ଭିତରକୁ ଚାଲିଯାଇଥିଲା। କାର୍‌ଟି ପାଣିରେ ବୁଡ଼ିବା ଦେଖି ଏହା ମଧ୍ୟରେ ଥିବା ବ୍ୟକ୍ତି ଜଣଙ୍କ ତୁରନ୍ତ ବାହାରକୁ ଦୌଡ଼ି ଚାଲି ଆସିଥିଲେ। ଆଉ ଜଣେ ବ୍ୟକ୍ତି କୂଳରୁ ଏହା ଦେଖି କାରଟିକୁ ରକ୍ଷା କରିବାକୁ ଯାଇଥିଲେ। ହେଲେ ବଡ଼ ବଡ଼ ଜୁଆର ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା। ଜୁଆର ମାଡ଼ରେ କାର୍‌ଟି ସମୟକ୍ରମେ ସମୁଦ୍ର ମଧ୍ୟକୁ ଚାଲିଯାଉଥିବା ଭିଡିଓରୁ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏହି କାର୍‌ରେ କେତେ ଜଣ ଥିଲେ ଏବଂ କେହି ଆହତ ହୋଇଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ।

ଦେଖନ୍ତୁ ଭିଡିଓ

ସୌଜନ୍ୟ ଏଏନ୍‌ଆଇ

https://twitter.com/i/status/1138016234371313664

Related story