ନୂଆଦିଲ୍ଲୀ:ଆପଣ କାର କିଣିବା ଯୋଜନାରେ ଅଛନ୍ତି କି? ତେବେ ଆପଣଙ୍କୁ ଡିସ୍କାଉଣ୍ଟରେ ମିଳିବ। କାରଣ ଭାରତର ଫାଇଏଟ କ୍ରିସ୍ଲେର ଅଟୋମୋବାଇଲ କମ୍ପାନୀ ତାର କାରକୁ ଡିସ୍କାଉଣ୍ଟ କରିଦେଇଛି। ଜିଏସଟି ଆସିବା ପରେ ଜିପ୍ ମଡେଲରେ କାର ନିର୍ମାଣ କରୁଥିବା ଏହି କମ୍ପାନୀ କାର ମୂଲ୍ୟକୁ ହ୍ରାସ କରିଦେଇଛି। କାର ଉପରେ ସର୍ବାଧିକ ୧୮.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଡିଜେଲ ୱାରେଙ୍ଗଲର୍ ଉପରେ ୭.୧୪ ଲକ୍ଷ ଟଙ୍କା ହ୍ରାସ କରାଯାଛି। ଏହାର ପ୍ରକୃତ ମୂଲ୍ୟ ଥିଲା ୭୧.୫୯ ଲକ୍ଷ ଟଙ୍କା । ଏହା ଏବେ ୬୪.୪୫ ଲକ୍ଷରେ ମିଳିବ। ସେହିପରି ଗ୍ରାଣ୍ଡଚେରୋକି ମଡେଲ ଉପରେ ୧୮.୪୯ ଲକ୍ଷ ଟଙ୍କା କମାଯାଇଛି। ଯାହାର ମୂଲ୍ୟ ଥିଲା ୯୩.୬୪ ଲକ୍ଷ। ସେହିପରି ଅନ୍ୟାନ୍ୟ ମଡେଲରେ ମଧ୍ୟ ଦରକୁ ନେଇ ତଫାତ ଆସିବ।
ସୌଜନ୍ୟ ଟାଇମ୍ସ୍ ଅଫ ଇଣ୍ଡିଆ