ଲକ୍ଷ୍ନୌ: ଖେଳ ହେଲା କାଳ। ୪ ଶିଶୁ କାର୍ ଭିତରେ ଖେଳୁଥିବା ବେଳେ ହଠାତ୍ ତାହା ଲକ୍ ହୋଇଗଲା। ଫଳରେ ତାହା ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ଆଖି ବୁଜି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ମୋରଦାବାଦ ସହରରେ ଘଟିଛି ।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ୪ ପିଲା କାର ଭିତରେ ଖେଳୁଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ବାହାରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ କାର୍ ଭିତରୁ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଆଉ ୨ ଜଣ ଶିଶୁ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସମସ୍ତ ଶିଶୁଙ୍କ ବୟସ ୪ରୁ ୭ ବର୍ଷ ମଧ୍ୟରେ ହେବ।