୩ ଜଣଙ୍କୁ କାର୍‌ରେ ବସାଇ ନିଆଁ ଲଗାଇ ଦେଲେ ସହଯୋଗୀ

ବିଜୟୱାଡା: ଜଣେ ବ୍ୟକ୍ତି ତାଙ୍କର ୩ ଜଣ ସହଯୋଗୀଙ୍କୁ ଗୋଟିଏ କାର୍‌ ମଧ୍ୟରେ ଲକ୍‌ କରି ଏଥିରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ୩ ଜଣ ଯାକ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ବିଜୟୱାଡା ଠାରେ ଘଟିଥିବା ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଧଳା ରଙ୍ଗର କାର୍‌ରେ ୩ ଜଣ ସହଯୋଗୀଙ୍କୁ ଭର୍ତ୍ତି କରି ନିଆଁ ଲଗାଇ ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭେନୁଗୋପାଳ ରେଡ୍ଡୀ। ଘଟଣା ପରେ ସେ […]

h

Hemant Lenka
  • Published: Tuesday, 18 August 2020
  • , Updated: 18 August 2020, 04:19 PM IST

ବିଜୟୱାଡା: ଜଣେ ବ୍ୟକ୍ତି ତାଙ୍କର ୩ ଜଣ ସହଯୋଗୀଙ୍କୁ ଗୋଟିଏ କାର୍‌ ମଧ୍ୟରେ ଲକ୍‌ କରି ଏଥିରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ୩ ଜଣ ଯାକ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ବିଜୟୱାଡା ଠାରେ ଘଟିଥିବା ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

ଧଳା ରଙ୍ଗର କାର୍‌ରେ ୩ ଜଣ ସହଯୋଗୀଙ୍କୁ ଭର୍ତ୍ତି କରି ନିଆଁ ଲଗାଇ ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭେନୁଗୋପାଳ ରେଡ୍ଡୀ। ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ଭେନୁଗୋପାଳ ଓ ଗଙ୍ଗାଧର କିଛି ଦିନ ତଳେ ଏକାଠି ବ୍ୟବସାୟ କରୁଥିଲେ। ସେମାନେ ପୁରୁଣା କାର କିଣି ଏହାକୁ ବିକ୍ରି କରୁଥିଲେ।

ତେବେ ଏହି ବ୍ୟବସାୟ ଲାଭ ନ ଦେବାରୁ ଉଭୟ ଅଲଗା ହୋଇଯାଇଥିଲେ। ତଥାପି ଭେନୁଗୋପାଳ ବାରମ୍ବାର ଗଙ୍ଗାଧରଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲେ ହେଁ ସେ ଏହାର ଜବାବ ଦେଇ ନଥିଲେ। ସୋମବାର ଗଙ୍ଗାଧର, ତାଙ୍କ ପତ୍ନୀ ଓ ଜଣେ ସାଙ୍ଗ ମିଳିତ ଭାବେ ଗଙ୍ଗାଧରଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ। ୪ ଜଣ ଯାକ କାର୍‌ ମଧ୍ୟରେ ପୂରା ଘଟଣା ସମ୍ପର୍କରେ ଆଲୋଚନା କରୁଥିଲେ।

ଅପରାହ୍ନ ପ୍ରାୟ ୪.୪୫ରେ ଭେନୁଗୋପାଳ ସିଗାରେଟ ଟାଣିବା ବାହାନାରେ କାର ବାହାରକୁ ଆସିଥିଲେ। ଏହି ସମୟରେ ସେ ଗୋଟିଏ ମଦ ବୋତଲରେ ଆଣିଥିବା ପେଟ୍ରୋଲକୁ କାର୍‌ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ। କାର୍‌ଡି ହୁତହୁତ ହୋଇ ଜଳିବା ଆରମ୍ଭ ହେବା କ୍ଷଣି ଭେନୁଗୋପାଳ ସେଠାରୁ ଫେରାର ହୋଇ ଯାଇଥିଲେ। ଘଟଣାରେ ଗଙ୍ଗାଧର ଓ ତାଙ୍କ ପତ୍ନୀଙ୍କ ଅପେକ୍ଷା ସେମାନଙ୍କ ସହ ଥିବା ବନ୍ଧୁ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

Related story