ଜୁନ ୨୧ରୁ ୨୮ ମଧ୍ୟରେ ଭାରତ ଦେଖିପାରେ କରୋନା ତାଣ୍ଡବ

ନୂଆଦିଲ୍ଲୀ: ଦେଶରେ ଏବେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତି ଦିନ କରୋନା ପଜିଟିଭ ସଂଖ୍ୟା ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି। ଏହା ସତ୍ତ୍ୱେ ବି ଦେଶର କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଭାରତ ସରକାର କହିଛନ୍ତି। ତେବେ ଜୁନ୍‌ ୨୧ରୁ ଜୁନ୍‌ ୨୮ ହିଁ ଦେଶ ପାଇଁ ସବୁଠାରୁ କଠିନ ସମୟ ହେବ। ଏହି ସମୟରେ ଦେଶରେ କରୋନା ସବୁଠାରୁ ସର୍ବୋଚ୍ଚ ଗତିରେ ବୃଦ୍ଧି ପାଇବ ବୋଲି ସରକାର ଆଶଙ୍କା କରିଛନ୍ତି। ଏକ […]

i

Hemant Lenka
  • Published: Saturday, 23 May 2020
  • , Updated: 23 May 2020, 11:24 AM IST

ନୂଆଦିଲ୍ଲୀ: ଦେଶରେ ଏବେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତି ଦିନ କରୋନା ପଜିଟିଭ ସଂଖ୍ୟା ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି। ଏହା ସତ୍ତ୍ୱେ ବି ଦେଶର କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଭାରତ ସରକାର କହିଛନ୍ତି।

ତେବେ ଜୁନ୍‌ ୨୧ରୁ ଜୁନ୍‌ ୨୮ ହିଁ ଦେଶ ପାଇଁ ସବୁଠାରୁ କଠିନ ସମୟ ହେବ। ଏହି ସମୟରେ ଦେଶରେ କରୋନା ସବୁଠାରୁ ସର୍ବୋଚ୍ଚ ଗତିରେ ବୃଦ୍ଧି ପାଇବ ବୋଲି ସରକାର ଆଶଙ୍କା କରିଛନ୍ତି।

ଏକ ସର୍ଭେ ରିପୋର୍ଟ ଅନୁସାରେ ଜୁନ୍‌ ୨୧ରୁ ଜୁନ୍‌ ୨୮ ମଧ୍ୟରେ ଦେଶରେ କରୋନା ତା’ର କରାଳ ରୂପ ଦେଖାଇବ। ଦୈନିକ ୭ହଜାରରୁ ୭ ହଜାର ୫ଶହ ମଧ୍ୟରେ ପଜିଟିଭ କେସ ସାମ୍ନାକୁ ଆସିବ। ଏଭଳି ପ୍ରକ୍ରିୟା ଜୁନ୍‌ ଶେଷ ଯାଏ ଚାଲିବ। ତେବେ ଧୀରେ ଧୀରେ ଏହା ହ୍ରାସ ପାଇବ।

ଜୁଲାଇ ଦ୍ୱିତୀୟ ସପ୍ତାହରୁ କରୋନା ଗ୍ରାଫ୍‌ ନିମ୍ନଗାମୀ ହେବାର ସମ୍ଭାବନା ରହିଛି। ସ୍ଥିତି ସ୍ୱାଭାବିକ ହେବାକୁ କିଛି ମାସ ଲାଗିବ ବୋଲି ଯାଧବପୁର ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ନନ୍ଦାଦୁଲାଲ ବୈରାଗୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁ କରୋନା ସଂକ୍ରମଣକୁ ରୋକା ଯାଇ ପାରିଥିବା ଭାରତ ସରକାର କହିଛନ୍ତି। ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ କରିଥିବା ସର୍ଭେ ଅନୁଯାୟୀ, ଲକଡାଉନ ଯୋଗୁ ପ୍ରାୟ ୫୪ ହଜାର ମୃତ୍ୟୁକୁ ରୋକା ଯାଇ ପାରିଥିବା କୁହାଯାଉଛି।

ମନ୍ତ୍ରଣାଳୟର ସଚିବ ପ୍ରବୀଣ ଶ୍ରୀବାସ୍ତବ କହିଛନ୍ତି, ଲକଡାଉନ ଯୋଗୁ ୨୦ ଲକ୍ଷ ଆକ୍ରାନ୍ତ ଓ ୫୪ ହଜାର ମୃତ୍ୟୁକୁ ରୋକା ଯାଇପାରିଛି। ଯଦି ଲକଡାଉନ ହୋଇ ନଥାଆନ୍ତା, ତା’ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରୁ ୨୯ ଲକ୍ଷ ଓ ମୃତ୍ୟୁସଂଖ୍ୟା ୩୭ ହଜାରରୁ ୭୮ ହଜାର ମଧ୍ୟରେ ରହିଥାଆନ୍ତା ବୋଲି ସେ କହିଛନ୍ତି।

ନୀତି ଆୟୋଗର(ସ୍ୱସ୍ଥ୍ୟ) ସଦସ୍ୟ ଡା ଭିକେ ପଲ କହିଛନ୍ତି, ଲକଡାଉନ ଯୋଗୁ କେବଳ ସଂକ୍ରମଣ ହାରକୁ ରୋକାଯାଇନି ବରଂ ମୃତ୍ୟୁସଂଖ୍ୟାକୁ ମଧ୍ୟ କମ କରାଯାଇ ପାରିଛି। ଲକଡାଉନ ପରେ ଓ ଲକଡାଉନ ପୂର୍ବରୁ ଦେଶରେ ଥିବା କରୋନା ସଂଖ୍ୟା ଏହା ପ୍ରମାଣିତ କରିଛି।

Related story