ଗାଡି ପଛପଟେ ଜାତି ନାଁ ଲେଖି ଗଣିଲେ ତଣ୍ଡ

ଉତ୍ତରପ୍ରଦେଶ: ଗାଡି ପଛପଟେ ନିଜ ଉପ ନାଁ ବା ଜାତି ନାଁ ଲେଖିବା ପଡିଲା ମହଙ୍ଗା। କଟିଲା ଚାଲାଣ, ଗଣିଲେ ମୋଟା ଅଙ୍କର ତଣ୍ଡ। ଉତ୍ତରପ୍ରଦେଶ ଲକ୍ଷ୍ନୌର ଜଣେ ବ୍ୟକ୍ତିଙ୍କୁ ନିଜ ଗାଡି ଉପରେ ଉପ ନାଁ  ବା ଜାତି ସୂଚକ ଶବ୍ଦ ଲେଖିବା ମହଙ୍ଗା ପଡିଛି। ତାଙ୍କ ନାଁରେ ପୁଲିସ ଫାଇନ କାଟିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲକ୍ଷ୍ନୌର ଜଣେ ବ୍ୟକ୍ତି ନାକା ଥାନା ଅଞ୍ଚଳ ଦେଇ କାନପୁର […]

chalan

Madhupriya Mistry
  • Published: Monday, 28 December 2020
  • , Updated: 28 December 2020, 02:26 PM IST

ଉତ୍ତରପ୍ରଦେଶ: ଗାଡି ପଛପଟେ ନିଜ ଉପ ନାଁ ବା ଜାତି ନାଁ ଲେଖିବା ପଡିଲା ମହଙ୍ଗା। କଟିଲା ଚାଲାଣ, ଗଣିଲେ ମୋଟା ଅଙ୍କର ତଣ୍ଡ। ଉତ୍ତରପ୍ରଦେଶ ଲକ୍ଷ୍ନୌର ଜଣେ ବ୍ୟକ୍ତିଙ୍କୁ ନିଜ ଗାଡି ଉପରେ ଉପ ନାଁ  ବା ଜାତି ସୂଚକ ଶବ୍ଦ ଲେଖିବା ମହଙ୍ଗା ପଡିଛି। ତାଙ୍କ ନାଁରେ ପୁଲିସ ଫାଇନ କାଟିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲକ୍ଷ୍ନୌର ଜଣେ ବ୍ୟକ୍ତି ନାକା ଥାନା ଅଞ୍ଚଳ ଦେଇ କାନପୁର ଯାଉଥିଲେ। ଏହି ସମୟରେ ଗାଡି ଚେକିଂ ଚାଲିଥିଲା। କାନପୁରର ଗାଡି ହୋଇଥିବାରୁ ପୁଲିସ ପ୍ରଥମେ ବ୍ୟକ୍ତିଙ୍କୁ ଅଟାଇକ ଗାଡି କାଗଜପତ୍ର ଯାଂଚ କରିଥିଲା। ଏହାପରେ ଗାଡି ପଛପଟେ ଜାତି ସୂଚକ ଶବ୍ଦ ‘ସକସେନା ଜୀ’ ଲେଖା ହୋଇଥିବା ଦେଖିବାକୁ ପାଇଥିଲା। ଏହା ନିୟମ ବିରୋଧୀ ହୋଇଥିବାରୁ ବ୍ୟକ୍ତିଙ୍କ ନାଁରେ ପୁଲିସ ୫ଶହ ଟଙ୍କାର ଚାଲାଣ କାଟିବା ସହ ଗାଡିକୁ ଜବତ କରିଛ। ତୁରନ୍ତ ଗାଡିରୁ ଜାତିସୂଚକ ଶବ୍ଦ ହଟାଇବା ପାଇଁ ତାଙ୍କୁ ପୁଲିସ ନିର୍ଦ୍ଦେଶ ଦେଇଛି। ଏହି ପୁରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଉତ୍ତରପ୍ରଦେଶ ସରକାର ଗାଡି ଚାଳକଙ୍କ ପାଇଁ ନିକଟରେ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ନୂଆ ନିୟମ ଅନୁସାରେ, କୌଣସି ବି ଗାଡି ଉପରେ ବା ନମ୍ବର ପ୍ଲେଟରେ ଜାତିସୂଚକ ଶବ୍ଦର ପ୍ରୟୋଗ କରାଯାଇପାରିବ ନାହିଁ। ଯେଉଁମାନେ ଏହି ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କିରବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Related story