କାବେରୀ ଜଳ ବିବାଦ: କୃଷକ ଓ ରାଜନୈତିକ ଦଳଙ୍କ ବିରୋଧ

ଚେନ୍ନାଇ: କାବେରୀ ଜଳ ବଣ୍ଟନକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ବିଭିନ୍ନ ରାଜନୈତିକ ଦଳ ଓ କୃଷକ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସକାଳେ କିଛି କୃଷକ ଓ ରାଜନୀତି ଦଳ ତାମିଲନାଡୁରେ ରେଳ ଧାରଣା ଅବରୋଧ କରି ବିରୋଧ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସମୟରେ ପୋଲିସ କିଛି କୃଷକଙ୍କୁ ଗିରଫ କରିଥିବା ଜଣାପଡିଛି। ତାମିଲନାଡୁର ପରାମ୍ବପୁର ଅଞ୍ଚଳରେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କ ନେତୃତ୍ୱରେ ଦଳ ବିରୋଧ ପ୍ରଦର୍ଶନ କରିଛି। ସେହିପରି ଡିଏମକେ, କଂଗ୍ରେସ ଏବଂ ଏମ୍‌ଡିଏମ୍‌କେ ପାର୍ଟିର […]

farmers_protest

Rakesh Mallick
  • Published: Monday, 17 October 2016
  • , Updated: 17 October 2016, 03:42 PM IST

ଚେନ୍ନାଇ: କାବେରୀ ଜଳ ବଣ୍ଟନକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ବିଭିନ୍ନ ରାଜନୈତିକ ଦଳ ଓ କୃଷକ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସକାଳେ କିଛି କୃଷକ ଓ ରାଜନୀତି ଦଳ ତାମିଲନାଡୁରେ ରେଳ ଧାରଣା ଅବରୋଧ କରି ବିରୋଧ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସମୟରେ ପୋଲିସ କିଛି କୃଷକଙ୍କୁ ଗିରଫ କରିଥିବା ଜଣାପଡିଛି।

ତାମିଲନାଡୁର ପରାମ୍ବପୁର ଅଞ୍ଚଳରେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କ ନେତୃତ୍ୱରେ ଦଳ ବିରୋଧ ପ୍ରଦର୍ଶନ କରିଛି।

ସେହିପରି ଡିଏମକେ, କଂଗ୍ରେସ ଏବଂ ଏମ୍‌ଡିଏମ୍‌କେ ପାର୍ଟିର ଦଳୀୟ କର୍ମୀମାନ ରାଜ୍ୟର ବିଜିନ୍ନ ସ୍ଥାନରେ ବିରୋଧ ସମୟରେ ଗିରଫ ହୋଇଛନ୍ତି।

କାବରୀ ଜଳର ବଣ୍ଟନକୁ ନେଇ ତାମିଲନାଡୁ ଏବଂ କର୍ଣ୍ଣଟକ ମଧ୍ୟରେ ବିବାଦ ଦେଖା ଦେଇଛି। ଅକ୍ଟୋବର ୩ରେ ଜଳ ସଂପଦ ମନ୍ତ୍ରୀ ସେପ୍ଟେମ୍ବର ୩୦ରେ ଦେଇଥିବା ରାୟରେ ପରିବର୍ତ୍ତନ ଆଣିବା ପାଇଁ ସୁପ୍ରିମକୋର୍ଟ ନିକଟରେ ଇଣ୍ଟ୍ରୋଲୋକ୍ୟୁଟୋରୀ ଆବେଦନ କରିଛନ୍ତି।

Related story