ନକ୍ସଲ ନୁହେଁ ପୋଲିସ ଲଗାଇଥିଲା ୧୬୦ଘରେ ନିଆଁ: ସିବିଆଇ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୧ରେ ଛତିଶଗଡ଼ ସୁକମା ଜିଲ୍ଲାର ତାଡମେଟଲ ଗାଁରେ ୧୬୦ ଘରେ ଘଟିଥିବା ଅଗ୍ନିକାଣ୍ଡ ସଂପର୍କିତ ଘଟଣାର ସତ୍ୟତା ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ପୋଲିସ ଅପରେସନ ସମୟରେ ହିଁ ଘଟିଥିଲା ବୋଲି ସିବିଆଇ ନିଜ ରିପୋର୍ଟରେ ଜଣାଇଛନ୍ତି। ଏହି ଅଗ୍ନିକାଣ୍ଡ ନକ୍ସଲମାନେ ଘଟାଇଛନ୍ତି ବୋଲି ପୂର୍ବରୁ ରାଜ୍ୟ ପୋଲିସ ଦାବି କରିଆସୁଥିଲା। ଏହି ମାମଲାକୁ ନେଇ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ସାତ ଜଣ ବିଶେଷ ପୋଲିସ ଅଧିକାରୀଙ୍କ ନାମ ସହିତ ୩୨୩ ପୁଲିସ କର୍ମୀ […]

cbi

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 11:01 AM IST

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୧ରେ ଛତିଶଗଡ଼ ସୁକମା ଜିଲ୍ଲାର ତାଡମେଟଲ ଗାଁରେ ୧୬୦ ଘରେ ଘଟିଥିବା ଅଗ୍ନିକାଣ୍ଡ ସଂପର୍କିତ ଘଟଣାର ସତ୍ୟତା ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ପୋଲିସ ଅପରେସନ ସମୟରେ ହିଁ ଘଟିଥିଲା ବୋଲି ସିବିଆଇ ନିଜ ରିପୋର୍ଟରେ ଜଣାଇଛନ୍ତି।

ଏହି ଅଗ୍ନିକାଣ୍ଡ ନକ୍ସଲମାନେ ଘଟାଇଛନ୍ତି ବୋଲି ପୂର୍ବରୁ ରାଜ୍ୟ ପୋଲିସ ଦାବି କରିଆସୁଥିଲା। ଏହି ମାମଲାକୁ ନେଇ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ସାତ ଜଣ ବିଶେଷ ପୋଲିସ ଅଧିକାରୀଙ୍କ ନାମ ସହିତ ୩୨୩ ପୁଲିସ କର୍ମୀ ଏବଂ ୯୫ ଜଣ ସି.ଆର.ଫି.ଏଫ୍ କର୍ମୀଙ୍କ ନାମ ରହିଥିବାର ସିବିଆଇ ତାଙ୍କ ରିପୋର୍ଟରେ କହିଛନ୍ତି।

Related story