ବ୍ୟାଙ୍କ ଋଣ ଖିଲାପକାରୀଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ବ୍ୟାଙ୍କରୁ ଋଣ ନେଇ ଖିଲାପ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିବିଆଇ ଆଜି ଦେଶର ୫୦ଟି ସ୍ଥାନରେ ଋଣ ଖିଲାପକାରୀଙ୍କ ଘରେ ପଶି ଖୋଳତାଡ଼ କରୁଛି।   ଏହି ଋଣ ଖିଲାପକାରୀଙ୍କ ମଧ୍ୟରେ ଅଛନ୍ତି ବଡ଼ ବଡ଼଼ କମ୍ପାନୀର ନିର୍ଦ୍ଦେଶକ, ପୁଞ୍ଜିପତି ଏବଂ ବ୍ୟାଙ୍କ ଅଧିକାରୀ। ୬୪୦ କୋଟି ଟଙ୍କାର ଋଣ ନେଇ ପରିଶୋଧ କରି ନଥିବା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଏପରି ଖୋଳତାଡ଼ କରୁଛି ସିବିଆଇ। ସିବିଆଇ […]

cbi

Subhransu Sekhar
  • Published: Tuesday, 02 July 2019
  • , Updated: 02 July 2019, 03:15 PM IST

ନୂଆଦିଲ୍ଲୀ: ବ୍ୟାଙ୍କରୁ ଋଣ ନେଇ ଖିଲାପ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିବିଆଇ ଆଜି ଦେଶର ୫୦ଟି ସ୍ଥାନରେ ଋଣ ଖିଲାପକାରୀଙ୍କ ଘରେ ପଶି ଖୋଳତାଡ଼ କରୁଛି।

 

ଏହି ଋଣ ଖିଲାପକାରୀଙ୍କ ମଧ୍ୟରେ ଅଛନ୍ତି ବଡ଼ ବଡ଼଼ କମ୍ପାନୀର ନିର୍ଦ୍ଦେଶକ, ପୁଞ୍ଜିପତି ଏବଂ ବ୍ୟାଙ୍କ ଅଧିକାରୀ। ୬୪୦ କୋଟି ଟଙ୍କାର ଋଣ ନେଇ ପରିଶୋଧ କରି ନଥିବା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଏପରି ଖୋଳତାଡ଼ କରୁଛି ସିବିଆଇ।

ସିବିଆଇ ଦିଲ୍ଲୀ, ଚଣ୍ଡିଗଡ, ମୁମ୍ୱାଇ, ଥାଣେ, ପୁଣେ, ଭଲଶଦ, ସୁରତ୍, ଲୁଧିଆନା, ଗୁରୁଗ୍ରାମ୍, ଗୟା, ତାମିଲନାଡୁର ପଲାନି, ଭୋପାଲ ଏବଂ କର୍ଣ୍ଣାଟକାର କୋଲାରରେ ରେଡ୍ କରୁଛି ବୋଲି ଜଣାପଡ଼଼ିଛି।

Related story