ଲାଲୁଙ୍କ ଘରେ ସିବିଆଇ,ପୁରୀ ଓ ଭୁବନେଶ୍ୱର ସମେତ ୧୨ଟି ସ୍ଥାନରେ ଚଢ଼ାଉ

nn

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 11:31 AM IST

[vc_row][vc_column][vc_column_text]ଭୁବନେଶ୍ୱର: ଲାଲୁଙ୍କ ପାଇଁ ବଢ଼ିଲା ସିବିଆଇ ଅଡୁଆ । ୨୦୦୬ରେ ରେଳମନ୍ତ୍ରୀ ଥିବା ବେଳେ ଟେଣ୍ଡର ଦୁର୍ନୀତି ଅଭିଯୋଗରେ ଲାଲୁଙ୍କ ବିରୋଧରେ କେସ୍ ଦାଏର କରିଛି ସିବିଆଇ। ଏହି ମାମଲାରେ ପୁରୀରେ ଥିବା ଚାଣକ୍ୟ ବିଏନ୍‌ଆର୍‌ ହୋଟେଲ, ଭୁବନେଶ୍ୱର, ଦିଲ୍ଲୀ, ପଟାନା,ରାଞ୍ଚି ଓ ଗୁରଗାଓଁ ସମେତ ୧୨ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ।

୨୦୦୬ରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଲେ ପୁରୀ ଏବଂ ରାଞ୍ଚିରେ ହୋଟେଲ ଉନ୍ନତିକରଣ ଏବଂ ପରିଚାଳନା ପାଇଁ ଏକ ଘରୋଇ ଫାର୍ମକୁ ଟେଣ୍ଡର ଦିଆଯାଇଥିଲା। ଏହି ଦୁର୍ନୀତି ମାମଲାରେ ସିବିଆଇ ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବ ନାଁରେ ମାମଲା ରୁଜୁ କରିଛି ସିବିଆଇ। ସେହିଭଳି IRCTCର ପୂର୍ବତନ MDଙ୍କ ବିରୋଧରେ ମଧ୍ୟ ସିବିଆଇ କେସ ଦାୟର କରିଛି।

 

[/vc_column_text][vc_video link="https://www.youtube.com/watch?v=OR-v3_enJho" align="center"][/vc_column][/vc_row]

Related story