ସାବଧାନ! ବଜାରରେ ମିଳୁଛି ନକଲି ସାନିଟାଇଜର

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବାକୁ ଯାଇ ବଜାରରେ ବିକ୍ରି ହେଉଛି ଭଳିକି ଭଲି ସାନିଟାଇଜର। ହେଲେ ଏଥିରୁ ଅନେକ ସାନିଟାଇଜରରେ ଅତ୍ୟଧିକ ମାତ୍ରାରେ ଟକ୍ସିକ ମିଥାନଲ ଥାଇପାରେ। ଏହି କେମିକାଲ ମଣିଷ ଶରୀର ପାଇଁ କ୍ଷତିକାରକ ବୋଲି ତଦନ୍ତକାରୀ ସଂସ୍ଥା ସିବିଆଇ କହିଛି। ସିବିଆଇ ସତର୍କ କରାଇବାକୁ ଯାଇ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଅବଗତ କରାଇଛି। କରୋନା ବେଳେ ସାନିଟାଇଜରର ଚାହିଦା ବଢ଼ିଛି। ଚାହିଦା ଅଧିକ ରହିଥିବାରୁ ଅନେକ କମ୍ପାନୀ […]

SANITIZER

Subhransu Sekhar
  • Published: Monday, 15 June 2020
  • , Updated: 15 June 2020, 07:49 PM IST

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବାକୁ ଯାଇ ବଜାରରେ ବିକ୍ରି ହେଉଛି ଭଳିକି ଭଲି ସାନିଟାଇଜର। ହେଲେ ଏଥିରୁ ଅନେକ ସାନିଟାଇଜରରେ ଅତ୍ୟଧିକ ମାତ୍ରାରେ ଟକ୍ସିକ ମିଥାନଲ ଥାଇପାରେ। ଏହି କେମିକାଲ ମଣିଷ ଶରୀର ପାଇଁ କ୍ଷତିକାରକ ବୋଲି ତଦନ୍ତକାରୀ ସଂସ୍ଥା ସିବିଆଇ କହିଛି। ସିବିଆଇ ସତର୍କ କରାଇବାକୁ ଯାଇ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଅବଗତ କରାଇଛି।

କରୋନା ବେଳେ ସାନିଟାଇଜରର ଚାହିଦା ବଢ଼ିଛି। ଚାହିଦା ଅଧିକ ରହିଥିବାରୁ ଅନେକ କମ୍ପାନୀ ବଜାରରେ ଟକ୍ସିକ ମିଥାନଲ ଯୁକ୍ତ ସାନିଟାଇଜର ବିକ୍ରି କରିପାରନ୍ତି।

ମିଥାନଲ ବ୍ୟବହାର କରି ଅନେକ କମ୍ପାନୀ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି ବୋଲି ଇଣ୍ଟରପୋଲ୍ ଦ୍ୱାରା ସିବିଆଇ ଜାଣିବାକୁ ପାଇଛି। ଅନେକ ଦେଶରେ ମଧ୍ୟ ଏଭଳି ମିଥାନଲ ଯୁକ୍ତ ସାନିଟାଇଜର ବିକ୍ରି ହେଉଥିବା ଅଭିଯୋଗ ରହିଛି। ଏମିତିକି ଅନଲାଇନରେ ବିକ୍ରି ହେଉଥିବା ସାନିଟାଇଜର ଉପରେ ନଜର ରଖିବାକୁ ସିବିଆଇ କହିଥିବା ଜଣାପଡ଼ିଛି।

Related story