ରିୟାଙ୍କୁ କ’ଣ ସବୁ ପ୍ରଶ୍ନ ପଚାରି ସିବିଆଇ ଘନଘନ ଜେରା କରୁଛି, ଜାଣନ୍ତୁ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ଘଟଣାର ତଦନ୍ତ କରୁଥିବା ସିବିଆଇ ଜେରା କରୁଛି। ଦିନ ୧୦ଟାରୁ ରିୟା ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିବା ପରେ ସିବିଆଇ ଟିମ୍‌ର ନେତୃତ୍ୱ ନେଉଥିବା ନୂପୁର ପ୍ରସାଦ ତାଙ୍କୁ ଜେରା କରୁଛନ୍ତି। ସେହିପରି ଆଉ ଗୋଟିଏ ଟିମ୍‌ ସ୍ୱତନ୍ତ୍ର ଭାବେ ରିୟାଙ୍କ ଭାଇ ସୌଭିକଙ୍କୁ ମଧ୍ୟ ପଚରାଉଚରା କରୁଛି। ତେବେ ସିବିଆଇକୁ ମୁଖ୍ୟତଃ ୧୦ଟି ପ୍ରଶ୍ନ ପଚାରି ତାଙ୍କ ଠାରୁ ସୁଶାନ୍ତଙ୍କ […]

da

Hemant Lenka
  • Published: Friday, 28 August 2020
  • , Updated: 28 August 2020, 03:47 PM IST

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ଘଟଣାର ତଦନ୍ତ କରୁଥିବା ସିବିଆଇ ଜେରା କରୁଛି। ଦିନ ୧୦ଟାରୁ ରିୟା ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିବା ପରେ ସିବିଆଇ ଟିମ୍‌ର ନେତୃତ୍ୱ ନେଉଥିବା ନୂପୁର ପ୍ରସାଦ ତାଙ୍କୁ ଜେରା କରୁଛନ୍ତି। ସେହିପରି ଆଉ ଗୋଟିଏ ଟିମ୍‌ ସ୍ୱତନ୍ତ୍ର ଭାବେ ରିୟାଙ୍କ ଭାଇ ସୌଭିକଙ୍କୁ ମଧ୍ୟ ପଚରାଉଚରା କରୁଛି।

ତେବେ ସିବିଆଇକୁ ମୁଖ୍ୟତଃ ୧୦ଟି ପ୍ରଶ୍ନ ପଚାରି ତାଙ୍କ ଠାରୁ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଖୋଲିବାକୁ ଚେଷ୍ଟା କରୁଛି। ତେବେ ଆସନ୍ତୁ ଜାଣିବା କେଉଁ ୧୦ ପ୍ରଶ୍ନ ଦ୍ୱାରା ରିୟାଙ୍କୁ ସିବିଆଇ ଜେରା କରୁଛି।

୧-ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କୁ କିଏ ଦେଲା ଓ ସେ ଖବର ପାଇବା ବେଳେ କେଉଁଠି ଥିଲେ?

୨-ମୃତ୍ୟୁ ଖବର ପାଇବା ପରେ ସେ କ’ଣ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରକୁ ଯାଇଥିଲେ? ଯଦି ନା, କାହିଁକି, କେତେବେଳେ ଓ କେଉଁଠି ସେ ସୁଶାନ୍ତଙ୍କ ଶେଷ ଦର୍ଶନ କଲେ?

୩-ଜୁନ୍‌ ୮ରେ କାହିଁକି ସେ ସୁଶାନ୍ତଙ୍କ ଘରୁ ଚାଲି ଯାଇଥିଲେ?

୪-କ’ଣ ପାଟିତୁଣ୍ଡ ପରେ ସେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ କି?

୫-ସୁଶାନ୍ତଙ୍କୁ ଛାଡ଼ି ଚାଲିଯିବା ପରେ ସେ ଜୁନ୍‌ ୯ରୁ ୧୪ ମଧ୍ୟରେ ତାଙ୍କ ସହ କଥାବାର୍ତ୍ତା କରିଥିଲେ କି? ଯଦି ହଁ, ତା’ହେଲେ କ’ଣ ସବୁ ଆଲୋଚନା କରିଥିଲେ? ଯଦି ନା, ତା’ହେଲେ କାହିଁକି?

୬-ଜୁନ୍‌ ୯ରୁ ୧୪ ମଧ୍ୟରେ ସୁଶାନ୍ତ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କି? କ’ଣ ସୁଶାନ୍ତଙ୍କ କଲ ଓ ମେସେଜକୁ ରିୟା ଅଣଦେଖା କରୁଥିଲେ କି? ଯଦି ହଁ, ତା’ହେଲେ କାହିଁକି? କାହିଁକି ସୁଶାନ୍ତଙ୍କ ନମ୍ବରକୁ ସେ ବ୍ଲକ କରିଥିଲେ?

୭-କ’ଣ ସୁଶାନ୍ତ ରିୟାଙ୍କ ପରିବାର ଲୋକଙ୍କ ସହ ଏହି ସମୟରେ ଯୋଗାଯୋଗ କରିଥିଲେ କି? ଯଦି ହଁ, ତା’ହେଲେ ସେ କ’ଣ ସବୁ ପଚାରି ଥିଲେ?

୮-ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ଉପରେ ବିସ୍ତୃତ ତଥ୍ୟ ମଗାଯାଇଛି। ସେ କେଉଁ ଡାକ୍ତର ଓ କେଉଁ ଔଷଧ ଖାଉଥିଲେ?

୯-ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ଲୋକଙ୍କ ସହ ତାଙ୍କର ସମ୍ପର୍କ କେମିତି ଥିଲା?

୧୦-କାହିଁକି ସେ ସିବିଆଇ ତଦନ୍ତ ଦାବି କରୁଥିଲେ? କ’ଣ ସେ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅନୁଭବ କରିଥିଲେ କି?

Related story