୬୦୦ରୁ ୬୦୦ ମାର୍କ ରଖିଲେ ଦିବ୍ୟାଂଶୀ

ଲକ୍ଷ୍ନୌ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ଫଳାଫଳ ଘୋଷଣା କରିଛି। ଏହି ପରୀକ୍ଷାରେ ୮୮.୭୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତ ବର୍ଷ ୮୩.୪୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥବାବେଳେ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳରେ ୫% ଅଧିକ ପାସ କରିଛନ୍ତି। ଏଥି ସହିତ ପୁଅମାନଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଏହି ସମୟରେ, ଲକ୍ଷ୍ନୌରେ ଦିବ୍ୟାଂଶୀ ଜୈନ ଦ୍ୱାଦଶ ପରୀକ୍ଷାରେ ୬୦୦ ନମ୍ବରରୁ ୬୦୦ ରଖି […]

Divyanshi-Jain (1)

Divyanshi-Jain (1)

Subhransu Sekhar
  • Published: Monday, 13 July 2020
  • Updated: 14 July 2020, 01:19 PM IST

Sports

Latest News

ଲକ୍ଷ୍ନୌ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ଫଳାଫଳ ଘୋଷଣା କରିଛି। ଏହି ପରୀକ୍ଷାରେ ୮୮.୭୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତ ବର୍ଷ ୮୩.୪୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥବାବେଳେ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳରେ ୫% ଅଧିକ ପାସ କରିଛନ୍ତି। ଏଥି ସହିତ ପୁଅମାନଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଏହି ସମୟରେ, ଲକ୍ଷ୍ନୌରେ ଦିବ୍ୟାଂଶୀ ଜୈନ ଦ୍ୱାଦଶ ପରୀକ୍ଷାରେ ୬୦୦ ନମ୍ବରରୁ ୬୦୦ ରଖି ଇତିହାସ ସୃଷ୍ଟି କରିଛନ୍ତି। ଦିବ୍ୟାଂଶୀ ନବୟୁଗ ରେଡିଏନ୍ସ ସ୍କୁଲର ଛାତ୍ରୀ। ତାଙ୍କର ଏହି ଐତିହାସିକ ସଫଳତା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଦିବ୍ୟାଂଶୀଙ୍କ ରେଜଲ୍ଚ

ଇଂରାଜୀ - ୧୦୦
ସଂସ୍କୃତ - ୧୦୦
ଇତିହାସ- ୧୦୦
ଭୂଗୋଳ - ୧୦୦
ବୀମା - ୧୦୦
ଅର୍ଥନୀତି - ୧୦୦

ଦିବ୍ୟାଂଶୀ କହିଛନ୍ତି, ସେ ନିଜ ସ୍ୱପ୍ନରେ ସୁଧା ଏମିତି ମାର୍କ ରଖିବେ ବୋଲି କେବେ ଭାବିନଥିଲେ। ସେ ତାଙ୍କ ସଫଳତାର ଶ୍ରେୟ ଶିକ୍ଷକ ଏବଂ ପରିବାରବର୍ଗଙ୍କୁ ଦେଇଛନ୍ତି। ପାଠ ପଢ଼ିବା ବେଳୁ ଦିବ୍ୟାଂଶୀ ଜଣେ ମେଧାବୀ ଛାତ୍ରୀ ରହି ଆସିଛନ୍ତି। ସେ ହାଇସ୍କୁଲରେ ୯୭.୬ ପ୍ରତିଶତ ମାର୍କ ରଖିଥିଲେ। ତାଙ୍କ ବାପା ରାକେଶ ପ୍ରକାଶ ଜୈନ ଜଣେ ବ୍ୟବସାୟୀ ଏବଂ ମାଆ ସୀମା ଜୈନ ଜଣେ ଗୃହିଣୀ।

ଏହି ପରୀକ୍ଷାରେ ୯୨.୧୫ ପ୍ରତିଶତ ଛାତ୍ରୀ ଏବଂ ୮୬.୧୯ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। କିନ୍ନର ଛାତ୍ରଛାତ୍ରୀଙ୍କ ପାସ୍ ହାର ୬୬.୬୬ ପ୍ରତିଶତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos