ବୁଧବାର ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ସିବିଏସଇର ଅଫିସିଆଲ ଓ୍ୱେବସାଇଟ୍ (cbseresults.nic.in) ଏବଂ ସରକାରଙ୍କ ଓ୍ୱେବସାଇଟ (results.gov.in.)ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ। ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। My dear Children, Parents, and Teachers, the results of class X CBSE board examinations will be announced tomorrow. I wish all the […]

Cbse

Cbse

Subhransu Sekhar
  • Published: Tuesday, 14 July 2020
  • Updated: 14 July 2020, 01:20 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ସିବିଏସଇର ଅଫିସିଆଲ ଓ୍ୱେବସାଇଟ୍ (cbseresults.nic.in) ଏବଂ ସରକାରଙ୍କ ଓ୍ୱେବସାଇଟ (results.gov.in.)ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ। ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

https://twitter.com/DrRPNishank/status/1282931687035412481

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ସିବିଏସଇ ବୋର୍ଡ ସ୍ପଷ୍ଟ କରିଥିଲା ଯେ ଜୁଲାଇ ୧୫ ପୂର୍ବରୁ ଦଶମ ଏବଂ ଦ୍ୱାଦଶର ଫଳାଫଳ ଘୋଷଣା କରିବ। ସୋମବାର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବୁଧବାର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି। ଗତ ବର୍ଷ ଦଶମ ଶ୍ରେଣୀର ମୋଟ ପାସ୍ ପ୍ରତିଶତ ୯୧.୧୦ ଥିଲା।

ଚଳିତଥର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ସୋମବାର, ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା ହୋଇଛି। ଏଥର ୮୮.୭୮ ପ୍ରତିଶତ ଛାତ୍ର ଦ୍ୱାଦଶରେ ପାସ୍ କରିଛନ୍ତି। ଗତ ବର୍ଷ ତୁଳନାରେ ଏହି ଫଳାଫଳ ୫.୩୮ ପ୍ରତିଶତ ଅଧିକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos